ଚାଇନାଠାରୁ କରୋନା ତଥ୍ୟ ଲୋଡିଲେ ଡବ୍ଲୁଏଚଓ ମୁଖ୍ୟ…

ଜେନେଭା,୧୨।୧ : ବିଶ୍ୱ ସୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟସସ ଚାଇନାଠାରୁ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ମାଗିଛନ୍ତି। ଏହା ଦ୍ୱାରା ପରବର୍ତ୍ତୀ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇ ପାରିବ ବୋଲି ସେ କହିଛନ୍ତି।

ଡବ୍ଲୁଏଚଓର ୱେବସାଇଟରେ ପ୍ରକାଶିତ ଟିପ୍ପଣୀ ଅନୁଯାୟୀ, ଗତ ସପ୍ତାହରେ ଡବ୍ଲୁଏଚଓକୁ ପ୍ରାୟ ୧୧,୫୦୦ ମୃତ୍ୟୁ ହୋଇଥିବା ସମ୍ପର୍କରେ ଆବଶ୍ୟକ ତଥ୍ୟ ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ଆମେରିକାର, ୩୦ ପ୍ରତିଶତ ୟୁରୋପର ଏବଂ ୩୦ ପ୍ରତିଶତ ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଥିଲା। ତେବେ, ଚାଇନାରେ କରୋନା ଭାଇରସ ସମ୍ବନ୍ଧୀୟ ମୃତ୍ୟୁର ସଂଖ୍ୟାକୁ କମ୍‌ ଦର୍ଶାଯାଇଛି।

ଡବ୍ଲୁଏଚଓ ମୁଖ୍ୟ କରୋନା ଭାଇରସ ବିସ୍ତାର ବିରୁଦ୍ଧରେ ଅଧିକ ପ୍ରଭାବଶାଳୀ ସଂଗ୍ରାମରେ ସହଯୋଗ କରିବାକୁ ସଠିକ ତଥ୍ୟ ପ୍ରଦାନ କରିବା ଲାଗି ସମସ୍ତ ଦେଶକୁ ଅନୁରୋଧ କରିଛନ୍ତି। ଗତ ସପ୍ତାହରେ, ଟେଡ୍ରୋସ ଚାଇନାକୁ କୋଭିଡ ହସ୍ପିଟାଲରେ ଭର୍ତ୍ତି ଏବଂ ଦେଶରେ ମୃତ୍ୟୁ ବିଷୟରେ ନିର୍ଭରଯୋଗ୍ୟ ତଥ୍ୟ ମାଗିଥିଲେ।

ଜେନେଭାରେ ଟେଡ୍ରୋସ ଏକ ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ଚାଇନାକୁ ଡାକ୍ତରଖାନାରେ ଭର୍ତ୍ତି ଏବଂ ମୃତ୍ୟୁ ବିଷୟରେ ଅଧିକ ଦ୍ରୁତ, ନିୟମିତ, ନିର୍ଭରଯୋଗ୍ୟ ତଥ୍ୟ ତଥା ଅଧିକ ବିସ୍ତୃତ ଏବଂ ରିଅଲ ଟାଇମ ଭାଇରାଲ କ୍ରମ ଯୋଗାଇବା ପାଇଁ ଅନୁରୋଧ କରୁଛୁ।

Share