ଭାରତ ସରକାର କାହାକୁ ଦିଅନ୍ତି ଅଧିକ ଦରମା? ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନା ରାଜ୍ୟପାଳ, ମୋଦିଙ୍କୁ ମିଳେ…

ଜାଣନ୍ତି କି ଭାରତ ସରକାର କେଉଁ ବ୍ୟକ୍ତିଙ୍କୁ ସର୍ବାଧିକ ଦରମା ପ୍ରଦାନ କରନ୍ତି? ସେ କେଉଁ ପଦବୀରେ ରହିଥାନ୍ତି ଏବଂ କେତେ ଟଙ୍କା ଦରମା ପାଆନ୍ତି। ସରକାରଙ୍କଠାରୁ ଦରମା ନେବା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ପଞ୍ଚମ ସ୍ଥାନରେ ଅଛନ୍ତି। ପ୍ରଧାନ ବିଚାରପତି, ରାଜ୍ୟପାଳ, ଉପରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି କେତେ ଦରମା ପାଆନ୍ତି ଜାଣନ୍ତୁ…

ଭାରତ ସରକାର ରାଷ୍ଟ୍ରପତିଙ୍କୁ ସର୍ବାଧିକ ଦରମା ପ୍ରଦାନ କରିଥାନ୍ତି। ରାଷ୍ଟ୍ରପତିଙ୍କୁ ପ୍ରତି ମାସରେ ୫୦,୦୦୦୦ ଟଙ୍କା ଦରମା ମିଳିଥାଏ। ଏହା ବ୍ୟତୀତ ସମସ୍ତ ପ୍ରକାରର ଭତ୍ତା, ସରକାରୀ ବାସଭବନ ଭାବରେ ରାଷ୍ଟ୍ରୀୟ ଭବନ, ସରକାରୀ ଯାନ, ୨୪ ଘଣ୍ଟିଆ ସୁରକ୍ଷା କର୍ମୀ ଏବଂ ବହୁତ କର୍ମଚାରୀ ଯୋଗାଇ ଦିଆଯାଇଥାଏ।

ଦରମା ଦୃଷ୍ଟିରୁ ଉପରାଷ୍ଟ୍ରପତି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କୁ ମାସକୁ ୪୦,୦୦୦୦ ଟଙ୍କା ଦରମା ମିଳିଥାଏ। ଏହା ବ୍ୟତୀତ ଅନେକ ପ୍ରକାରର ଭତ୍ତା, ବିଶାଳ ବଙ୍ଗଳା, ବିଳାସପୂର୍ଣ୍ଣ କାର୍‌, ୨୪ ଘଣ୍ଟିଆ ସୁରକ୍ଷା କର୍ମୀ, ଚିକିତ୍ସା ସୁବିଧା ଇତ୍ୟାଦି ମଧ୍ୟ ଉପଲବ୍ଧ ରହିଥାଏ।

ରାଜ୍ୟପାଳ ତୃତୀୟ ନମ୍ବରରେ ରହିଛନ୍ତି। ଭାରତ ସରକାର ରାଜ୍ୟପାଳଙ୍କୁ ମାସିକ ୩୫,୦୦୦୦ ଟଙ୍କା ପ୍ରଦାନ କରନ୍ତି। ଏମାନଙ୍କ ବ୍ୟତୀତ ପ୍ରତ୍ୟେକ ରାଜ୍ୟରେ ରାଜ୍ୟପାଳଙ୍କ ପାଇଁ ବିଳାସପୂର୍ଣ୍ଣ ବଙ୍ଗଳା, ସୁରକ୍ଷାକର୍ମୀ, ସେବକ ଭଳି ସୁବିଧା ମଧ୍ୟ ଉପଲବ୍ଧ।

ଚତୁର୍ଥ ସ୍ଥାନରେ ଭାରତର ପ୍ରଧାନ ବିଚାରପତି ଅଛନ୍ତି। ତାଙ୍କୁ ପ୍ରତି ମାସରେ ୨୮,୦୦୦୦ ଟଙ୍କା ଦରମା ମିଳିଥାଏ। ଏହା ବ୍ୟତୀତ ରାଜଧାନୀ ଦିଲ୍ଲୀରେ ଭଡ଼ା ମାଗଣା ବଙ୍ଗଳା, ୨୪ ଘଣ୍ଟିଆ ସୁରକ୍ଷାକର୍ମୀ, କାର୍‌ ଭଳି ସୁବିଧା ଯୋଗାଇ ଦିଆଯାଉଛି।

ଦରମା ଦୃଷ୍ଟିରୁ ଦେଶର ପ୍ରଧାନମନ୍ତ୍ରୀ ପଞ୍ଚମ ସ୍ଥାନରେ ଅଛନ୍ତି। ତାଙ୍କୁ ପ୍ରତି ମାସରେ ୧.୬୬ ଲକ୍ଷ ଟଙ୍କା ଦରମା ମିଳିଥାଏ। ଯେଉଁଥିରେ ବିଭିନ୍ନ ପ୍ରକାରର ଭତ୍ତା ମଧ୍ୟ ଅନ୍ତର୍ଭୁକ୍ତ। ସରକାରୀ ଆବାସ ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କୁ ଏସ୍‌ପିଜି ସୁରକ୍ଷା, ସ୍ବତନ୍ତ୍ର ବିମାନ, ବୁଲେଟ୍‌ ପ୍ରୁଫ ଯାନ ଏବଂ ସମସ୍ତ ପ୍ରକାର ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥାଏ।

Share