ବର୍ଷକୁ ୨୦ କୋଟି ଟଙ୍କାର ମଦ ପିଅନ୍ତି ଏହି ଦେଶର ଶାସକ

ପ୍ୟୋଙ୍ଗୟାଙ୍ଗ,୯ା୧୦: ବିଶ୍ୱରେ ଏମିତି କେହି ନାହିଁ, ଯିଏ କି ଉତ୍ତରକୋରିଆର ଶାସକ କିମ୍‌-ଜୋଙ୍ଗ୍‌-ଉନ୍‌ଙ୍କୁ ନ ଜାଣିଛି। କିମ୍‌ ନିଜର ଏକଛତ୍ରବାଦ ଶାସନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏମିତିରେ ଉତ୍ତରକୋରିଆକୁ ‘ଗୁପ୍ତ ଦେଶ’ ବୋଲି କୁହାଯାଏ। କାରଣ ଏଠାକାର କଥା ବାହାର ଦେଶର ଲୋକେ ଖୁବ୍‌ କମ୍‌ ଜାଣିଥାନ୍ତି। ଆଜି କିମ୍‌ଙ୍କ ବିଷୟରେ ଏମିତି କିଛି ରୋଚକପୂର୍ଣ୍ଣ କଥା କହିବୁ ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।
ବିଶ୍ୱରେ ଧନୀ ତାଲିକାରେ ବି କିମ୍‌-ଜୋଙ୍ଗ୍‌-ଉନ୍‌ଙ୍କ ନାଁ ରହିଛି। ୨୦୧୮ରେ ତାଙ୍କର ୭ରୁ ୧୦ ବିଲିୟନ ଡଲାର ସମ୍ପତ୍ତି ଥିଲା। ମୁଖ୍ୟତଃ ତାଙ୍କର ଆୟ ହାତୀ ଦାନ୍ତ, ମଦ, ସ୍ମଗଲିଂ ଏବଂ ଡ୍ରଗସ କାରବାରରୁ ହୋଇଥାଏ। ଖାଲି ଏତିକି ନୁହେଁ, କିମ୍‌ ନିଜ ପରିବାର ପାଇଁ ବର୍ଷକୁ ୬୦୦ ମିଲିୟନ ଡଲାର ଖର୍ଚ୍ଚ କରନ୍ତି। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା କିମ୍‌-ଜୋଙ୍ଗ୍‌-ଉନ୍‌ ବାର୍ଷିକ ୨୦ କୋଟି ଟଙ୍କା ମଦ ପାଇଁ ଖର୍ଚ୍ଚ କରିଥାନ୍ତି। କିମ୍‌ ତାଙ୍କ ନିକଟରେ ଏକ ବୁଲେଟ୍‌ପ୍ରୁଫ୍‌ ବିଳାସପୂର୍ଣ୍ଣ କାର୍‌ ରଖିଛନ୍ତି। ତାଙ୍କର ଶପିଂରେ ବହୁତ ରୁଚି। ତେଣୁ ସେ ଏହି କାର୍‌ରେ ଶପିଂମଲ୍‌ ଯାଇଥାନ୍ତି। ଏପରିକି ସେ ତାଙ୍କର ବିଶ୍ୱସ୍ତ ଅଧିକାରୀମାନଙ୍କୁ ମଧ୍ୟ କାର୍‌ ଉପହାର ଦେଇଥାନ୍ତି।

Share