ଓମିକ୍ରନ୍ ଯୋଗୁ ୟୁରୋପରେ ଆସିବ ଆଉ ଏକ ଝଡ଼: ଡବ୍ଲୁଏଚଓ

ଜେନେଭା,୨୨ ।୧୨: ବିଶ୍ୱକୁ ଭୟ ଓମିକ୍ରନ୍ । ଏବେ ଏହା ଅନେକ ଦେଶକୁ ବ୍ୟାପିଥିବା ବେଳେ ଭବିଷ୍ୟତରେ ୟୁରୋପରେ ଏହା ଝଡ଼ ଆଣିବ ବୋଲି କହିଛନ୍ତି ଡବ୍ଳୁଏଚଓର ସ୍ଥାନୀୟ ନିର୍ଦ୍ଦେଶକ ଡା. ହୈସ କ୍ଲୁଜ । ଭିୟାନରେ ଏକ ପ୍ରେସ୍ କନଫରେନ୍ସରେ ସେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଉ କିଛି ସପ୍ତାହ ମଧ୍ୟରେ ଓମିକ୍ରନ୍ ୟୁରୋପ ସହ ଆହୁରି କିଛି ଦେଶରେ ଖରାପ ପରିସ୍ଥିତି ସୃଷ୍ଟି କରିବ । ଫଳରେ ଆଗରୁ ବିଗିଡି ଯାଇଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥା ପୁଣିଥରେ ବିଗିଡି ଯିବ ବୋଲି ଅନୁମାନ କରାଯାଉଛି । ସେ କହିଛନ୍ତି ୟୁରୋପ ମହାଦ୍ୱିପର ପ୍ରାୟ ୩୮ ଦେଶରେ ଓମିକ୍ରନ୍ ପହଞ୍ଚି ସାରିଲାଣି । ତେଣୁ ଆଗକୁ ଏହା ଆହୁରି ଭୟାବହ ହୋଇପାରେ । ତାଙ୍କ ମତରେ ଗତ ସପ୍ତାହ ସୁଦ୍ଧା ସମ୍ପୂର୍ଣ୍ଣ ୟୁରୋପୀୟ ୟୁନିୟନରେ ୨୭ ହଜାର ଲୋକଙ୍କର କରୋନା ଯୋଗୁ ମୃତ୍ୟୁ ହୋଇଥିବା ବେଳେ ୨୬ ଲକ୍ଷ ଲୋକ ଏଥିରେ ସଂକ୍ରମିତ ହୋଇଥିଲେ । ଏହି ତୁଳନାରେ ଏବେ ଏହା ୪୦ ପ୍ରତିଶତ ଅଧିକ ହେଲାଣି ।

Share