Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ପାଲଟା ଆକ୍ରମଣ: ନିଜ ନାଁରେ ଅଜାଙ୍କ ସର୍‌ନେମ୍‌ କିଏ ଲଗାଏ…

ନୂଆଦିଲ୍ଲୀ,୧୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସଭାରେ ଗାନ୍ଧୀ ପରିବାର ନିଜ ନାମ ସହ ନେହେରୁ ସର୍‌ନେମ ନ ଲଗାଇବାକୁ ନେଇ କଟାକ୍ଷ କରିଥିଲେ। ଏହାକୁ ନେଇ ଶୁକ୍ରବାର ପ୍ରତିକ୍ରିୟା ରଖି ମୋଦିଙ୍କୁ ପାଲଟା ଆକ୍ରମଣ କରିଛି କଂଗ୍ରେସ। ଭାରତରେ କିଏ ନିଜ ନାମ ସହ ଅଜାଙ୍କ ସର୍‌ନେମ୍‌ ଲଗାଏ ବୋଲି ଦଳର ସାଧାରଣ ସମ୍ପାଦକ ରଣଦୀପ ସୁରଜଓ୍ବୋଲା ପ୍ରଶ୍ନ କରିଛନ୍ତି।

ପାର୍ଟି ମୁଖ୍ୟାଳୟରେ ଖବରଦାତାମାନଙ୍କୁ ରଣଦୀପ କହିଛନ୍ତି, ଭାରତର ସଂସ୍କୃତିକୁ ବୁଝି ପାରି ନ ଥିବା ଲୋକ ହିଁ ଏଭଳି କଥା କହିପାରିବ। ଆମ ଦେଶରେ କିଏ ଅଜାଘରର ସର୍‌ନେମ୍‌ ବ୍ୟବହାର କରେ। ଯଦି ଦେଶର ସଂସ୍କୃତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଜଣାନାହିଁ ତେବେ ଦେଶକୁ ଭଗବାନ ହିଁ ରକ୍ଷା କରିପାରିବେ ବୋଲି ସେ କହିଛନ୍ତି।

Share