ଦୀର୍ଘଦିନର ବ୍ୟବଧାନ ପରେ ଚାଇନାରେ କରୋନା: ଯାଞ୍ଚ ପାଇଁ ପହଞ୍ଚିଲା ଡବ୍ଲ୍ୟୁଏଚ୍‌ଓ ଟିମ୍‌

ଓ୍ବାଶିଂଟନ,୧୬।୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏକ ଟିମ୍‌ ଚାଇନା ସହରରେ ପହଞ୍ଚିଛି। କରୋନା ମହାମାରୀର ବର୍ଷେ ପରେ ଡବ୍ଲୁଏଚ୍‌ଓର ୧୩ ବୈଜ୍ଞାନିକ ଏହି ମିଶନରେ ଭାଗ ନେଇ ଚାଇନାରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଅଧିକାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ସିଙ୍ଗାପୁରରୁ ଫ୍ଲାଇଟ୍‌ ଉଡ଼ାଣରେ ରୋକ ଲଗାଯାଇଛି।
ଉହାନ ସହର ହେଉଛି ଚାଇନାର ଇଣ୍ଡଷ୍ଟ୍ରିଆଲ ଏବଂ ଟ୍ରାନ୍ସପୋର୍ଟେସନ ହବ୍‌। ୟାଙ୍ଗ୍‌ଜେ ନଦୀ ନିକଟରେ ଥିବା ଏହି ସହରରେ ସର୍ବପ୍ରଥମେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ପରେ ଏହି ସହରରୁ ବ୍ୟାପିଥିବା ଭୂତାଣୁ ସମଗ୍ର ବିଶ୍ୱକୁ କବଳିତ କରିଥିଲା। ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଲୋକଙ୍କ ଜୀବନ ଯାଇଛି। ଅନ୍ୟ ଦେଶରେ ଏହା ମାଡ଼ି ଚାଲିଥିବା ବେଳେ ଚାଇନା ପ୍ରଥମେ ଏହାକୁ ଆୟତ୍ତ କରିଥିଲା। ଉହାନ ସହରର ଲୋକ ବାହାରକୁ ବାହାରି ନୂଆବର୍ଷ ଧୂମ୍‌ଧାମରେ ପାଳନ କରିଥିଲେ।

Share