ହାତକୁ ଦୁଇ ହାତ ହେଲେ ଏ ଆର୍‌ ରେହମାନଙ୍କ ଝିଅ: ଜାଣନ୍ତୁ କିଏ ହେଲେ ଏହି ମ୍ୟୁଜିକ୍‌ ଲିଜେଣ୍ଡଙ୍କ ଜ୍ୱାଇଁ…

ବମ୍ବେ: ବଲିଉଡ୍‌ର ଖ୍ୟାତନାମା ମ୍ୟୁଜିକ୍‌ ଲେଜେଣ୍ଡ ତଥା ଗାୟକ ଏ ଆର୍‌ ରେହମାନଙ୍କ ଘରେ ଏବେ ଖୁସିର ବାତାବରଣ। କାରଣ ତାଙ୍କ ଝିଅ ଖତିଜା ହାତକୁ ଦୁଇହାତ ହୋଇଛନ୍ତି। ରିୟାସଦିନ ରିଆନଙ୍କୁ ବିବାହ କରିଛନ୍ତି ସେ। ଏହାର ଫଟୋ ଏବେ ସାମ୍ନାକୁ ଆସିଥିବା ବେଳେ ନବଦମ୍ପତିଙ୍କ ସହ ପୁରା ରେହମାନଙ୍କ ପରିବାରକୁ ଶୁଭେଚ୍ଛାର ସୁଅ ଛୁଟୁଛି।

ରେହମାନଙ୍କ ତିନି ସନ୍ତାନ ମଧ୍ୟରୁ ଝିଅ ଖତିଜା ଜଣେ ଗାୟିକା। ସେ ଅନେକେ ତାମିଲ ଫିଲ୍ମରେ ଗୀତ ଗାଇଛନ୍ତି। ତାଙ୍କୁ ଏବେ ୨୫ ବର୍ଷ। ସେ ଚେନ୍ନାଇରୁ ନିଜର ସ୍କୁଲ ଏବଂ କଲେଜ ଶିକ୍ଷା ସମାପ୍ତ କରିଛନ୍ତି। ତାଙ୍କ ସ୍ବାମୀ ରିୟାସଦିନଙ୍କ ପୁରା ନାମ ରିୟାସଦିଦ ଶେଖ ମହମ୍ମଦ। ପେସାରେ ସେ ଜଣେ ସାଉଣ୍ଡ ଇଞ୍ଜିନିୟର। ସେ ଦୀର୍ଘଦିନରୁ ରେହମାନଙ୍କ ସହ କାମ କରୁଛନ୍ତି। ୨୦୨୧ରେ ଖତିଜାଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା।

ଖତିଜାଙ୍କ ବିବାହ ପରେ ରେହମାନ ନିଜର ସୋସିଆଲ ମିଡିଆରେ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କର ପୁରା ପରିବାର ନଜର ଆସିଛନ୍ତି। ଏହାଛଡ଼ା ଫ୍ରେମ୍‌ରେ ରେହମାନଙ୍କ ସ୍ବର୍ଗତ ମା’ କରିସ୍ମାଙ୍କର ଏକ ଫଟୋ ମଧ୍ୟ ପାଖରେ ରଖାଯାଇଥିବା ଦେଖିବାକୁ ମିଳିଛି ଏହାକୁ ଶେୟାର କରି ରେହମାନ କ୍ୟାପ୍‌ସନରେ ‘ସମସ୍ତେ ଏହି ଦମ୍ପତିଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ଶୁଭେଚ୍ଛା ଏବଂ ପ୍ରେମ ପାଇଁ ଆଗୁଆ ଧନ୍ୟବାଦ’ ବୋଲି କହିଛନ୍ତି।

Share