Categories: ଖେଳ

ଅକ୍ଷରଙ୍କ ପତ୍ନୀ ମେହା କିଏ? ଇନଷ୍ଟାଗ୍ରାମରେ ରିଲ୍‌ କରି ରହିଥାନ୍ତି ଚର୍ଚ୍ଚାରେ…

ନୂଆଦିଲ୍ଲୀ,୨୭।୧: ଭାରତୀୟ ଟିମ୍‌ର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ ବିବାହ କରିଛନ୍ତି। ପ୍ରେମିକା ମେହା ପଟେଲଙ୍କ ହାତ ଧରିଛନ୍ତି ସେ। ଗତ ବର୍ଷ ଦୁହିଁଙ୍କ ନିର୍ବନ୍ଧ ଶେଷ ହୋଇଥିଲା। ଗୁରୁବାର ଗୁଜରାଟରେ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଜୟଦେବ ଉନାଦକଟଙ୍କ ସମେତ ଅନେକ କ୍ରିକେଟର ସାମିଲ ହୋଇଥିଲେ। ଏହି ବିବାହର ଅନେକ ଫଟୋ ଭାଇରାଲ ହେବା ପରେ ମେହା କିଏ ସେ ନେଇ ଅନେକ ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି।

୨୮ ବର୍ଷୀୟ ଅକ୍ଷର ଦୀର୍ଘଦିନରୁ ମେହାଙ୍କୁ ଡେଟ୍‌ କରୁଥିଲେ। ମେହା ପେସାରେ ଜଣେ ଡାଏଟିସିଆନ ଏବଂ ନ୍ୟୁଟ୍ରିଶିୟାନିଷ୍ଟ। ସୋସିଆଲ ମିଡିଆରେ ସେ ବେଶ ସକ୍ରିୟ ଥିବା ବେଳେ ସର୍ବଦା ଡାଏଟ ପ୍ଲାନ ଶେୟାର କରିଥାନ୍ତି। ମେହା ନିଜ ହାତରେ ‘ଏକେଏସ୍‌ଏଚ୍‌’ ନାମକ ଟାଟୁ କରିଛନ୍ତି। ଏହାଛଡ଼ା ତାଙ୍କୁ ରିଲ୍‌ କରିବାକୁ ମଧ୍ୟ ପସନ୍ଦ। ସେ ଇନଷ୍ଟାଗ୍ରାମରେ ଲଗାତାର ରିଲ୍‌ ଶେୟାର କରିଥାନ୍ତି। ତାଙ୍କର ଏଠାରେ ୨୭ ହଜାର ଫଲୋଅର୍ସ ଅଛନ୍ତି।

Share