Categories: ଜାତୀୟ

କର୍ନାଟକର ‘ସଙ୍କଟ ମୋଚକ’ ଡିକେ ଶିବକୁମାର

ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗେଅସର ବିଜୟ ପଥ ସୁଗମ ହୋଇଥିବା ବେଳେ ଏବେ ଚର୍ଚ୍ଚାକୁ ଆସିଛନ୍ତି ବରିଷ୍ଠ ନେତା ଡିକେ ଶିବକୁମାର। ଏମିତିତ ଅନେକ ନେତାଙ୍କ ନାମ ଚର୍ଚ୍ଚାକୁ ଆସୁଛି। ହେଲେ ଡିକେ ଶିବକୁମାରଙ୍କ ନାମ ସବୁଠାରୁ ଆଗରେ ରହିଛି। ହେଲେ କିଏ ଏହି ଶିବକୁମାର।
ଡି.କେ ଶିବକୁମାର ବର୍ତ୍ତମାନ କର୍ଣ୍ଣାଟକ କଂଗ୍ରେସର ସଭାପତି ଅଛନ୍ତି। ସେ ଏମିତି ଜଣେ ନେତା ଯିଏକି ଗାନ୍ଧୀ ପରିବାରର ଅତି ନିକଟତର ବୋଲି ବିବେଚନା କରାଯାଏ। ଏଥର କର୍ଣ୍ଣାଟକ ର୍ନିବାଚନରେ କଂଗ୍ରେସ ପାଇଁ ମୁଖ୍ୟମନ୍ତ୍ରୀ ଚେହେରାବି ହେଉଛନ୍ତି ଶିବକୁମାର। ମୁଖ୍ୟମନ୍ତ୍ରୀ ପଦ ପାଇଁ ସିଦ୍ଧରମୈୟାଙ୍କ ସହ ତାଙ୍କର ସିଧାସଳଖ ଲଢେଇ ହେବ। ଜଣେ ରାଜନେତା ହେବା ବ୍ୟତୀତ ଡି.କେ ଶିବକୁମାର ଜଣେ ଶିକ୍ଷାବିତ ତଥା ସାମାଜିକ କର୍ମୀ । ସେ ୨୦୦୬ରେ କର୍ଣ୍ଣାଟକ ଷ୍ଟେଟ ଓପନ ୟୁନିଭରସିଟି ମଇଶୂରରୁ ରାଜନୀତି ବିଜ୍ଞାନରେ ମାଷ୍ଟର ଅଫ ଆର୍ଟରେ ସ୍ନାତକୋତ୍ତର କରିଛନ୍ତି।

Share