Posted inରାଜ୍ୟ

ଜଣେ ଶ୍ରମିକ-ହେଲ୍‌ପର୍‌ କାମ କରିଥିବା ବ୍ୟକ୍ତିଙ୍କଠାରୁ ହାରିଯାଇଛନ୍ତି ନବୀନ ପଟ୍ଟନାୟକ, ଜାଣନ୍ତୁ ଭାଜପାର ଲକ୍ଷ୍ମଣ କିଏ…

ଭୁବନେଶ୍ୱର,୭।୬: ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଏବେ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ହେଲେ ନିର୍ବାଚନରେ କିଛି ଏଭଳି ପ୍ରାର୍ଥୀ ଜିତିଛନ୍ତି ଏବଂ ହାରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି ବିଧାନସଭା ଆସନ ମଧ୍ୟରୁ ଗୋଟିଏ ହେଉଛି କଣ୍ଟାବାଞ୍ଜି, ଯେଉଁଠାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ନିର୍ବାଚନ ହାରିଯାଇଛନ୍ତି। ଏହି ଆସନର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଦୀର୍ଘ ୨୪ ବର୍ଷ ଧରି ଅପରାଜେୟ ନବୀନ ସ୍ବପ୍ନରେ ସୁଦ୍ଧା ସେଠାରେ ହାରିଯିବେ ବୋଲି କଳ୍ପନା କରି ନ ଥିବେ, ସେ ମଧ୍ୟ ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠାରୁ, ଯାହାଙ୍କୁ ସେହି ଅଞ୍ଚଳ, ଜିଲା କିମ୍ବା ନିକଟବର୍ତ୍ତୀ ଜିଲା ବ୍ୟତୀତ ଅନ୍ୟ କେହି ଜାଣି ନ ଥିଲେ। ଯଦିଓ ସେ ପୂର୍ବରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ହେଲେ ସେ କଣ୍ଟାବାଞ୍ଜିର  ଅନ୍ୟତମ ପ୍ରମୁଖ ନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ସାନ୍ତୋଶ ସିଂ ସାଲୁଜାଙ୍କ ପରି ସାରା ରାଜ୍ୟରେ ପରିଚିତ ନ ଥିଲେ।
ତେବେ ବର୍ତ୍ତମାନ ଲକ୍ଷ୍ମଣ ବାଗ ସାରା ରାଜ୍ୟରେ ଏକ ଜଣାଶୁଣା ନାମ ପାଲଟିଛନ୍ତି। ସମସ୍ତେ ତାଙ୍କ ବିଷୟରେ ଜାଣିବାକୁ ଚାହାନ୍ତି। ଆସନ୍ତୁ ସେ ବିଷୟରେ ଆପଣଙ୍କୁ କହିବା।
ଲକ୍ଷ୍ମଣ ବାଗଙ୍କ ଗାଁର ନାମ ହେଉଛି ଖୁତୁଲୁମୁଣ୍ଡା।ଏହି ଗାଁ ବାଲାଙ୍ଗୀର ଜିଲାର ତୁରେକେଲା ବ୍ଲକର ହିଆଲ ପଞ୍ଚାୟତରେ ରହିଛି। ଲକ୍ଷ୍ମଣ ଖୁଟୁଲୁମୁଣ୍ଡା ଗାଁର ଶଙ୍କର ବାଗଙ୍କ ୬ ପୁଅଙ୍କ ମଧ୍ୟରେ ସବୁଠାରୁ କନିଷ୍ଠ। ତାଙ୍କର ଦୁଇ ଭାଇଙ୍କର ମୃତ୍ୟୁ ହୋଇ ସାରିଛି। ଲକ୍ଷ୍ମଣଙ୍କ ପିତା ଶଙ୍କର ଜଣେ କୃଷକ ଥିଲେ। ଏବେ ତାଙ୍କ ପୁଅମାନେ ମଧ୍ୟ ଚାଷ କାର୍ଯ୍ୟ କରୁଛନ୍ତି। ଚାଷ ସହିତ ସେ ରାଜନୀତି ମଧ୍ୟ କରନ୍ତି। ଲକ୍ଷ୍ମଣଙ୍କ ଭାଇମାନେ ବିଭିନ୍ନ ପଞ୍ଚାୟତରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସରପଞ୍ଚ , ସମିତି ସଦସ୍ୟ ହୋଇଥିଲେ। କିନ୍ତୁ ରାଜନୀତିରେ ଅତ୍ୟନ୍ତ ସକ୍ରିୟ ଥିବା ଲକ୍ଷ୍ମଣ ସିଧାସଳଖ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ଲକ୍ଷ୍ମଣ କଠିନ ପରିଶ୍ରମ ଦ୍ୱାରା ସଫଳତା ହାସଲ କରିଛନ୍ତି। ଲକ୍ଷ୍ମଣ କୁହନ୍ତି, ଯେତେବେଳେ ମୁଁ ୧୨-୧୩ ବର୍ଷ ବୟସର ଥିଲି, ସେତେବେଳେ ମୁଁ ୩  ଟଙ୍କା ପାଇଁ ଶ୍ରମିକ ଭାବରେ କାମ କରୁଥିଲି। ପରିବାର ଭରଣପୋଷଣ ପାଇଁ ଚାଷ କରିଛି, ଟ୍ରକ୍‌ରେ ହେଲ୍‌ପର ଭାବେ କାମ କରିଛି। ପଥର ଉଠାଇଛି। ଯଦିଓ ମୁଁ ସବୁବେଳେ ନିଜ ଉପରେ ବିଶ୍ୱାସ କରୁଥିଲି।
ଲକ୍ଷ୍ମଣ ୨୦୧୪ରେ ଭାଜପା ଟିକେଟରେ କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ୩୦,୯୬୧ ଭୋଟ ସହ ତୃତୀୟ ସ୍ଥାନରେ ରହିଥିଲେ। ଏହି ଆସନକୁ ବିଜେଡି ନେତା ଆୟୁବ ଖାନ ଜିତିଥିଲେ। ୨୦୧୯ ନିର୍ବାଚନରେ ଲକ୍ଷ୍ମଣ ବାଗ ପୁନର୍ବାର କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥୀ ହୋଇଥିଲେ। ସେତେବେଳେ ଲକ୍ଷ୍ମଣ ବାଗ ମାତ୍ର ୧୨୮ ଭୋଟରେ ହାରିଯାଇଥିଲେ। ସନ୍ତୋଷ ସିଂ ସାଲୁଜା ୬୪,୨୪୬ ଭୋଟ ପାଇଥିବାବେଳେ ଲକ୍ଷ୍ମଣ ୬୪,୧୧୮ ଭୋଟ ପାଇଥିଲେ।
ଦୁଇଥର ହାରିବା ସତ୍ତ୍ୱେ ଲକ୍ଷ୍ମଣ ନିରାଶ ହୋଇ ନ ଥିଲେ କିମ୍ବା ଦଳ ତାଙ୍କ ଉପରେ ଆତ୍ମବିଶ୍ୱାସ ହରାଇ ନ ଥିଲା। ତେଣୁ ଏଥର ମଧ୍ୟ ତାଙ୍କୁ କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥୀ କରିଥିଲା। ଏହି ଆସନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଲକ୍ଷ୍ମଣଙ୍କ ମନୋବଳ ଦୃଢ଼଼ ରହିଥିଲା। ଦଳର ନେତା, କର୍ମୀ ଏବଂ ସମର୍ଥକମାନେ ତାଙ୍କ ମନୋବଳକୁ ଦୃଢ଼ ରଖିଥିଲେ। ବଲାଙ୍ଗିର ଲୋକ ସଭା ଆସନ ପ୍ରାର୍ଥୀ ସଂଗୀତା ସିଂ ଦେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ମନୋବଳ ବୃଦ୍ଧି କରିଥିଲେ।
ବଲାଙ୍ଗୀରରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ମଣ ବାଗଙ୍କୁ ସିଂହ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଏ ହେଉଛି ଆମର ସିଂହ। ସେ ଲକ୍ଷ୍ମଣ ବାଗଙ୍କୁ ଭୋଟ ଦେବା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପରାସ୍ତ କରିବାକୁ ଲୋକଙ୍କୁ ନିବେଦନ କରିଥିଲେ।
ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ପଟେ କଂଗ୍ରେସର ସାନ୍ତୋଶ ସିଂ ସାଲୁଜା ଥିଲେ। କିନ୍ତୁ ଲକ୍ଷ୍ମଣ ନିଜର ସଠିକ ରଣନୀତି ଏବଂ  ଡୋର ଟୁ ଡୋର କ୍ୟାମ୍ପେନ୍‌ ଯୋଗୁ ସେ ବିଜେତା ହୋଇଥିଲେ। ସେ  ନବୀନ ପଟ୍ଟନାୟକଙ୍କୁ ୧୬,୩୪୪ ଭୋଟରେ ପରାସ୍ତ କରିଛନ୍ତି। ତାଙ୍କୁ ୯୦,୮୭୬ ଭୋଟ ମିଳିଥିବାବେଳେ ନବୀନ ୭୪,୫୩୨ ଭୋଟ ପାଇଛନ୍ତି।
ତେବେ ଏହି ନିର୍ବାଚନରେ ନବୀନ କଣ୍ଟାବାଞ୍ଜିରେ ସେତେଟା ପ୍ରଚାର କରି ନ ଥିଲେ। ଏଣୁ ଅନେକ ସେ ହିଞ୍ଜିଳି ଆସନରୁ ଜିତିବା ପରେ କଣ୍ଟାବାଞ୍ଜି ଛାଡ଼ି ଦେଇପାରନ୍ତି ବୋଲି ଆଶଙ୍କା କରିଥିଲେ। ଯଦି ସେ କେବଳ ଏଠାରୁ ନିର୍ବାଚନ ଲଢ଼ିଥାନ୍ତେ ଜିତି ଯାଇଥାନ୍ତେ। ଏହା ତାଙ୍କ ପରାଜୟର ବଡ଼ କାରଣ ବୋଲି କୁହାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri