ଧନଶ୍ରୀ ବର୍ମା କିଏ? ପେସାରେ ଡାକ୍ତର ସତ୍ତ୍ୱେ ନୃତ୍ୟ କରି ପାଇଥିଲେ ଖ୍ୟାତି, ଏବେ ଚହଲଙ୍କ ସହ ଛାଡ଼ପତ୍ରକୁ ନେଇ…

ନୂଆଦିଲ୍ଲୀ,୪।୧: ୨୦୨୦ରେ ବେଶ ଧୁମ୍‌ଧାମରେ ହୋଇଥିଲା ବିବାହ। ହେଲେ ଏବେ ବାଟ ହେବାକୁ ଯାଉଛି ଅଲଗା। ଆଧିକାରୀକ ଭାବେ କୌଣସି ଘୋଷଣା କରାଯାଇ ନ ଥିଲେ ହେଁ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିଛନ୍ତି କ୍ରିକେଟର ଯୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା। ଏମିତିରେ ଦୁହେଁ ଛାଡ଼ପତ୍ର ନେବାକୁ ଯାଉଥିବା ସ୍ପଷ୍ଟ ହୋଇଚି। ଗୋଟିଏ ପଟେ ଯୁଜବେନ୍ଦ୍ରଙ୍କ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିବା ଧନଶ୍ରୀ ଦିନେ ସମସ୍ତଙ୍କ ଲାଗି ଅଚିହ୍ନା ଥିଲେ।

୧୯୯୬, ସେପ୍ଟେମ୍ବର ୨୭ରେ ଦୁବାଇରେ ଜନ୍ମଗ୍ରହଣ କରିଥିଲେ ଧନଶ୍ରୀ। ସେ ପେସାରେ ଜଣେ ଦାନ୍ତ ଡାକ୍ତର(ଡେଣ୍ଟିଷ୍ଟ)। ମୁମ୍ବାଇର ଡିଓ୍ବାଇ ପାଟିଲ କଲେଜରେ ସେ ନିଜର ଡାକ୍ତରୀ ଶିକ୍ଷା ସମାପ୍ତ କରିଥିଲେ। ଡାକ୍ତର ହୋଇଥିଲେ ହେଁ ନୃତ୍ୟ ପାଇଁ ତାଙ୍କର ସଉକ ଥିଲା। ଏଥିନେଇ ସେ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଲଞ୍ଚ କରିଥିଲେ। ସେଥିରେ ସେ ନିଜର ନୃତ୍ୟ ଭିଡିଓ ଶେୟାର କରୁଥିଲେ।

୨.୫ ମିଲିୟନ ଫଲୋଅର୍ସ ହେବା ପରେ ଧନଶ୍ରୀ ଲୋକପ୍ରିୟ ୟୁଟ୍ୟୁବ୍‌ ତାରକା ପାଲଟିଥିଲେ। ସେ ଏଥିରୁ ଭଲ ରୋଜଗାର ମଧ୍ୟ କରୁଥିଲେ। ଏକ ରିପୋର୍ଟ ମୁତାବକ ବିବାହ ପୂର୍ବରୁ ତାଙ୍କର ମୋଟ ସମ୍ପତ୍ତି ୨୪ କୋଟି ଥିଲା। ହେଲେ ଯୁଜବେନ୍ଦ୍ରଙ୍କୁ ବିବାହ କରିବା ପରେ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ। ସେ ‘ଝଲକ ଦିଖ୍‌ଲା ଜା’ରେ ଯୋଗ ଦେଇଥିଲେ।

ପୂର୍ବରୁ ୨୦୨୩ରେ ଧନଶ୍ରୀ ନିଜ ନାମରୁ ଚହଲଙ୍କ ସରନେମ୍‌ ହଟାଇଥିଲେ। ଏଥିନେଇ ତାଙ୍କ ଅଲଗା ହେବା ଖବର ସାମ୍ନାକୁ ଆସିଥିଲା। ହେଲେ ଯୁଜବେନ୍ଦ୍ର ଏକ ପୋଷ୍ଟ କରି ସବୁକିଛି ସ୍ପଷ୍ଟ କରିଥିଲେ। ଏବେ କିନ୍ତୁ ଦୁହେଁ ସୋସିଆଲ ମିଡିଆରୁ ପରସ୍ପର ସହ ଫଟୋ ହଟାଇବା ସହ ଅନ୍‌ଫଲୋ କରିବା ପରେ ଚର୍ଚ୍ଚା ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ବାଂଲାଦେଶରେ ପୁଣି ହିଂସା, ଢାକାରେ ବୋମା ବିସ୍ଫୋରଣ

ଢାକା,୨୫।୧୨: ନିର୍ବାସିତ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ, ରାଜଧାନୀ ଢାକା ପୁଣି ଥରେ ହିଂସା ବଢି ଯାଇଥିଲା। ଖ୍ରୀଷ୍ଟମାସ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri