Categories: ଜାତୀୟ

କିଏ ଶସ୍ତାରେ ଦେଉଛି ୨ଜିବି ଡାଟା ପ୍ଲାନ, ଏହି କମ୍ପାନୀ ଦେଲା ଶସ୍ତା ଅଫର

ନୂଆଦିଲ୍ଲୀ,୧୪।୮: ଫୋନରେ ହେବା ଠାରୁ ଇଣ୍ଟରନେଟ ବ୍ୟବହାର କରିବାକୁ ଲୋକଙ୍କୁ ବର୍ତ୍ତମାନ ମହଙ୍ଗା ପ୍ଲାନ ରିଚାର୍ଜ କରିବାକୁ ପଡୁଛି । ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟରେ ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି ଲୋକଙ୍କ ପକେଟ ଉପରେ ମଧ୍ୟ ବିଶେଷ ପ୍ରଭାବ ପକାଉଛି। ରିଚାର୍ଜ ପ୍ଲାନଗୁଡ଼ିକର ମୂଲ୍ୟରେ ପରିବର୍ତ୍ତନ ହୋଇଥିବାରୁ ଏବେ ଲୋକମାନେ ଏପରି କିଛି ଟେଲିକମ କମ୍ପାନୀଗୁଡ଼ିକୁ ଖୋଜୁଛନ୍ତି ଯେଉଁମାନେ ଶସ୍ତାରେ ଡାଟାପ୍ଲାନ ଦେଉଛନ୍ତି । ଏଭଳି ପରିସ୍ଥିତିରେ ରିଲାଏନ୍ସ ଜିଓ, ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ବିଏସଏନଏଲ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଯଦି ଆପଣ ଏନେଇ ମଧ୍ୟ କନଫ୍ୟୁଜ ଅଛନ୍ତି , ତେବେ ଆସନ୍ତୁ ଜାଣିବା କିଏ ଶସ୍ତାରେ ଦୈନିକ ୨ ଜିବି ଡାଟା ସହ ଅନ୍ୟ ସୁବିଧା ପ୍ରଦାନ କରୁଛି ।

ରିଲାଏନ୍ସ ଜିଓର ଦୈନିକ ୨ ଜିବି ଡାଟା ଯୋଜନା ୩୪୯ ଟଙ୍କା ପାଇଁ ଆସିଛି । ଏହା ୨୮ ଦିନ ପାଇଁ ଉପଲବ୍ଧ । ଏହି ରିଚାର୍ଜ ଯୋଜନା ଅସୀମିତ ଭଏସ କଲିଂ ଏବଂ ପ୍ରତିଦିନ ୧୦୦ ଏସଏମଏସ ସହିତ ଆସିଥାଏ । ଏହି ଯୋଜନା 4G ଡାଟା ସହିତ ଅପରେଟ ହୋଇଥାଏ, କିନ୍ତୁ ଯଦି ଆପଣ 5G କୁ ସିଲିକ୍ଟେ କରୁଛନ୍ତି ତେବେ ଆପଣ ଅନଲିମିଟେଡ 5G ଡାଟାର ଲାଭ ପାଇବେ।

BSNL ର ୨ଜିବି ଡାଟା ଯୋଜନା ୧୯୯ ଟଙ୍କାରେ ଆସୁଛି । ଏହା ସହିତ ଆପଣ ଅସୀମିତ କଲିଂର ଲାଭ ମଧ୍ୟ ପାଇବେ । ଏହା ବ୍ୟତୀତ ଯୋଜନା ସହିତ ପ୍ରତିଦିନ ୧୦୦ଟି SMS ସୁବିଧା ମଧ୍ୟ ଉପଲବ୍ଧ । ଏହି ରିଚାର୍ଜ ଯୋଜନାର ବୈଧତା ୩୦ ଦିନ ପର୍ଯ୍ୟନ୍ତ । ଏୟାରଟେଲର ରିଚାର୍ଜ ପ୍ଲାନ ୩୭୯ ଟଙ୍କା ରହିଛି। ଏହାର ବୈଧତା ମଧ୍ୟ ୧ ମାସ ଅର୍ଥାତ ୩୦ ଦିନ ପର୍ଯ୍ୟନ୍ତ । ଏହା ସହିତ ଅସୀମିତ କଲିଂର ସୁବିଧା, ଦୈନିକ 2 GB ଡାଟା ଏବଂ ୧୦୦ SMS ଉପଲବ୍ଧ ।

Share