Categories: ଜାତୀୟ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ମୋଦିଙ୍କ ବ୍ରତ ଖୋଲିଥିବା ସ୍ବାମୀ ଗୋବିନ୍ଦ ଦେବ ଗିରିଜୀ ମହାରାଜ କିଏ

ଅଯୋଧ୍ୟା,୨୩।୧: ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ସୋମବାର ଅଯୋଧ୍ୟା ରାମ ମନ୍ଦିରରେ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରୀତିନୀତି ସମ୍ପନ୍ନ କରି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇଥିଲେ। ଏହି ସମୟରେ ସ୍ବାମୀ ଗୋବିନ୍ଦ ଦେବ ଗିରିଜୀ ମହାରାଜ ମୋଦିଙ୍କ ଉପବାସ ଭାଙ୍ଗି ତାଙ୍କୁ ପାଣି ପିଆଇଥିଲେ। ସେବେଠାରୁ ଗୋବିନ୍ଦ ଗିରିଜି ମହାରାଜଙ୍କ ବିଷୟରେ ଅନେକ ଆଲୋଚନା ହେଉଛି।
ରାମ ମନ୍ଦିରର ଉଦଘାଟନ ଅବସରରେ ଗୋବିନ୍ଦ ଦେବ ଗିରିଜୀ ମହାରାଜ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀଙ୍କୁ ବହୁତ ପ୍ରଶଂସା କରିଥିଲେ ଏବଂ ତାଙ୍କ ମା’ ହିରାବେନ ମୋଦିଙ୍କ ବିଷୟରେ ମଧ୍ୟ ଅନେକ କଥା କହିଥିଲେ। ଏବେ ମହନ୍ତ ଗୋବିନ୍ଦ ଦେବ ଗିରିଜୀ ମହାରାଜ ଅନେକ ଖବରରେ ଅଛନ୍ତି ଏବଂ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ସେ କିଏ।
ସ୍ବାମୀ ଗୋବିନ୍ଦ ଦେବ ଗିରିଜୀ ମହାରାଜ ଶ୍ରୀ ରାମ ଜନ୍ମଭୂମିି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ୧୫ଜଣ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ। ସେ ଟ୍ରଷ୍ଟର କୋଷାଧ୍ୟକ୍ଷ ଅଟନ୍ତ। ସେ ୧୯୫୦ରେ ମହାରାଷ୍ଟ୍ରର ଅହମ୍ମଦନଗରରେ ଜନ୍ମଗ୍ରହଣ କରିଥିଲେ। ସେ ଦେଶ ତଥା ବିଦେଶରେ ରାମାୟଣ ଏବଂ ଭଗବଦ ଗୀତା ପରି ପୁରାଣ ଗ୍ରନ୍ଥଗୁଡ଼ିକର ପ୍ରଚାର କରନ୍ତି। ତାଙ୍କର ଗୁରୁ ହେଉଛନ୍ତି ପାଣ୍ଡୁରାଙ୍ଗ ଶାସ୍ତ୍ରୀ। ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟର ୧୫ ଜଣ ସଦସ୍ୟଙ୍କ ମଧ୍ୟରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଜ୍ୟୋତିଷ ପୀଠୀଶ୍ୱର ସ୍ବାମୀ ଭାସୁଦେବନନ୍ଦ ଜୀ ମହାରାଜ, ଜଗଦଗୁରୁ ମାଧର୍ବାଚାର୍ଯ୍ୟ ସ୍ବାମୀ ବିଶ୍ୱ ପ୍ରସନ୍ନତୀର୍ଥ ଜୀ ମହାରାଜ, ଯୁଗପୁରୁଷ ପରମାନନ୍ଦ ମହନ୍ତ ଧୀରେନ୍ଦ୍ର ଦାସ ଥିଲେ। ଚମ୍ପତ ରାୟ ଟ୍ରଷ୍ଟର ସାଧାରଣ ସମ୍ପାଦକ ଅଟନ୍ତି।
୨୦୧୯ରେ, ଯେତେବେଳେ ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଏହାର ରାୟ ଦେଇଥିଲେ, ସେତେବେଳେ ଶ୍ରୀ ରାମ ଜନ୍ମଭୂମିି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଗଠନ କରାଯାଇଥିଲା। ଏହି ଟ୍ରଷ୍ଟକୁ ମନ୍ଦିର ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଥିଲା। ଟ୍ରଷ୍ଟ ପାଇଁ ସରକାର ୧୫ ଜଣ ସଦସ୍ୟଙ୍କ ନାମ ଘୋଷଣା କରିଥିଲେ ଯେଉଁଥିରେ ୯ ସ୍ଥାୟୀ ସଦସ୍ୟ ଏବଂ ୬ ଜଣ ମନୋନୀତ ସଦସ୍ୟ ରହିଥିଲେ। ଟ୍ରଷ୍ଟର ସଦସ୍ୟ ଭାବରେ ନିର୍ବାଚିତ ହେବାପରେ ସ୍ବାମୀ ଗୋବିନ୍ଦ ଦେବ ଗିରିଜୀ ମହାରାଜ ନିଜ ଖୁସି ବ୍ୟକ୍ତ କରିଥିଲେ ଏବଂ ନିଜକୁ ଭାଗ୍ୟବାନ ବୋଲି ବର୍ଣ୍ଣନା କରିଥିଲେ। ସେ କହିଛନ୍ତି ଯେ ଦୀର୍ଘ ବର୍ଷର ପରିଶ୍ରମ ଏବଂ ଭଗବାନ ରାମଚନ୍ଦ୍ରଙ୍କୁ ପୂଜା କରିବା ତାଙ୍କୁ ଭଗବାନ ରାମଙ୍କର ସେବା କରିବାର ସୁଯୋଗ ଦେଇଛି।

Share