Categories: ଜାତୀୟ

ଗୁଜରାଟ ନୂଆ ମୁଖ୍ୟମନ୍ତ୍ରୀ ଦୌଡରେ ୪ ନାମ

ଗାନ୍ଧୀନଗର,୧୧ ।୯: ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଶନିବାର ହଠାତ୍ ବିଜୟ ରୂପାନି ଇସ୍ତଫା ଦେଇଛନ୍ତି । ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଆଉ ଏହା ପରେପରେ ଏବେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଆରମ୍ଭ ହୋଇଗଲାଣି ଆଲୋଚନା । ଏବେ ପ୍ରଥମେ ବିଧାୟକ ଦଳର ବୈଠକ ବସିବ । ଏହାପରେ ବିଧାୟକ ଦଳର ନୂଆ ନେତା ନିର୍ବାଚିତ ହେବ । ହେଲେ ଏବେଠାରୁ ମୁଖ୍ୟମନ୍ତ୍ରୀ ପଦପାଇଁ ୪ ନେତାଙ୍କ ନାଁ ସାମ୍ନାକୁ ଆସିଲାଣି । ମୁଖ୍ୟମନ୍ତ୍ରୀ ପଦ ପାଇଁ ସମ୍ଭାବିତ ତାଲିକାରେ ରହିଛନ୍ତି ମନସୁଖ ମାଣ୍ଡବିୟ, ପୁରୁଷୋତ୍ତମ ରୂପାଲା, ନୀତୀନ ପଟେଲ ଓ ସିଆର୍ ପାଟିଲ । ଏବେ ଗାନ୍ଧୀନଗରରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) ମୁଖ୍ୟ କାର୍ଯ୍ୟାଳୟରେ ସଙ୍ଗଠନର ମନ୍ତ୍ରୀ ବିଏଲ୍ ସନ୍ତୋଷ ଓ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ ସହ ପ୍ରଦେଶ ଅଧ୍ୟକ୍ଷ ସିଆର୍ ପାଟିଲ ଆଲୋଚନା କରୁଛନ୍ତି । ଏହି ବୈଠକ ପରେ ବିଧାୟକ ଦଳର ବୈଠକ ପାଇଁ ସମୟ ଓ ତାରିଖ ନିର୍ଦ୍ଧାରିତ ହେବ ।

Share