Advertisement

କିଏ ସେ ହର୍ଷିତ ରାଣା? ଅଧା ଆଇପିଏଲ୍‌ରୁ ଯାହାକୁ ଆସିଲା କୋଲକାତା ପକ୍ଷରୁ ଡାକରା…

ମୁମ୍ବାଇ,୧୫।୪: ଆଇପିଏଲ୍‌ ଜାରି ରହିଥିବା ବେଳେ କିଛି ଖେଳାଳି ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି କ୍ରମରେ ଏବେ କୋଲକାତା ନାଇଟ୍‌ ରାଇଡର୍ସର ଯୁବ ଦ୍ରୁତ ବୋଲର ରସିଖ ସଲାମ ଦଳରୁ ବାହାରିଛନ୍ତି। ତାଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ଦଳରେ ସାମିଲ କରାଯାଇଛି।

ରସିଖ ଆହତ ହେବା କାରଣରୁ କୋଲକାତାକୁ ଝଟ୍‌କା ଲାଗିଥିଲା। ଏବେ ତାଙ୍କ ସ୍ଥାନ ନେବେ ହର୍ଷିତ। ଚଳିତ ଆଇପିଏଲ୍‌ରେ ତାଙ୍କୁ ୨୦ ଲକ୍ଷ ବେସ୍‌ ପ୍ରାଇସ୍‌ରେ ଦଳ କିଣିଛି। ସେ ଦିଲ୍ଲୀର ହୋଇଥିବା ବେଳେ ଦ୍ରୁତ ବୋଲର ସାଙ୍ଗକୁ ବ୍ୟାଟ୍ସମ୍ୟାନ୍‌ ମଧ୍ୟ। ଏବେ ସେ ନିଜର ବୋଲିଂ ଜରିଆରେ ବିରୋଧୀ ଟିମ୍‌କୁ ଚକିତ କରିବେ ବୋଲି ଆଶା ରଖିଛି ଫ୍ରାଞ୍ଚାଇଜ୍‌।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share