Categories: ଜାତୀୟ

ଚନ୍ଦ୍ରୟାନ ମିଶନ-୩: ସଫଳ ହେବା ପଛରେ ରହିଛି ରକେଟ୍‌ ଓମ୍ୟାନଙ୍କ ଭୂମିକା

ନୂଆଦିଲ୍ଲୀ,୧୪।୭: ଇତିହାସ ରଚିଲା ଇସ୍ରୋ। ଚନ୍ଦ୍ରଯାନ ମିଶନ-୩ ସଫଳ ହେଲେ ବିଶ୍ୱରେ ଭାରତ ଚତୁର୍ଥ ଦେଶ ଭାବେ ଜହ୍ନରେ ନିଜ ନାଁ ଲେଖିବ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ ହୋଇଛି। ଦେଶର ଏହି ତୃତୀୟ ଚନ୍ଦ୍ରାଭିଯାନରେ ଜହ୍ନ ରାଇଜର ବହୁ ରହସ୍ୟ ଫିଟିବାକୁ ଯାଉଛି। ତେବେ ଏହି ଚନ୍ଦ୍ରୟାନ ମିଶନରେ ଗୁରୁଦାୟିତ୍ୱରେ ଅଛନ୍ତି ଜଣେ ମହିଳା। ଏହି ଐତିହାସିକ ମୂହୁର୍ତ୍ତରେ ଭାରତ ସହ ତାଙ୍କ ନାଁ ମଧ୍ୟ ଇତିହାସରେ ଲିପିବଦ୍ଧ ହେବ।

ମହିଳା ଜଣକ ହେଉଛନ୍ତି ରିତୁ କରିଧାଲ୍‌ ଶ୍ରୀବାସ୍ତବ। ତେବେ ଏହି ମିଶନ୍‌ର କର୍ଣ୍ଣଧାର ହେଉଛନ୍ତି ଭାରତର ପରିଚିତ ରକେଟ୍‌ ଓମ୍ୟାନ ରିତୁ। ଓମେନ୍‌ ଇକୋନମିକ ଫୋରମ୍‌(ଡବ୍ଲୁଇଏଫ୍‌) ଅନୁଯାୟୀ, ଇସ୍ରୋର ଜଣେ ବରିଷ୍ଠ ବୈଜ୍ଞାନିକ ଅଟନ୍ତି।
୧୯୯୬ ମସିହାରେ ଲକ୍ଷ୍ନୋ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ଏମ୍‌ଏସ୍‌ସି ଏବଂ ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରୁ ଏମ୍‌ଟେକ୍‌ କରିଛନ୍ତି। ସେ ଜଣେ ପ୍ରତିଭାବାନ ଛାତ୍ରୀ ଅଟନ୍ତି।
ରିତୁ ବହୁତ କମ ବୟସରୁ ଗବେଷଣା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଇସ୍ରୋ କିମ୍ବା ନାସା ସହ ଜଡିତ ଯେକୌଣସି ମହାକାଶ ଗବେଷଣା ସମ୍ବାଦ, ପ୍ରବନ୍ଧ ସଂଗ୍ରହ କରି ରଖିବା ତାଙ୍କର ସ୍କୁଲ ଦିନରୁ ନିଶା ଥିଲା।
୧୯୯୭ରେ ସେ ଇସ୍ରୋରେ ଯୋଗ ଦେଇଥିଲେ। ସେ ଇସ୍ରୋର ଅନେକ ସମ୍ମାନଜନକ ମିଶନରେ କାର୍ଯ୍ୟ କରିଛନ୍ତି ଏବଂ ଅନେକ ମିଶନରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି। ରିତୁ ମଙ୍ଗଳୟାନ(ମମ୍‌)ମିଶନରେ ମଧ୍ୟ ଗୁରୁ ଦାୟିତ୍ୱ ତୁଲାଇଥିଲେ।

Share