Categories: ଖେଳ

ଦୌଡି ଦୌଡି ଯାଇ ଏହି ବ୍ୟକ୍ତିଙ୍କ ହାତରେ ଟ୍ରଫି ଧରାଇଲେ ରୋହିତ ଶର୍ମା

ଧର୍ମଶାଳା,୨୮।୨: ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜରେ ଭାରତ ୩-୦ କ୍ଲିନ ସୁଇପ କରିଛି। ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ଭାରତ ଭ୍ରମଣକାରୀ ଦଳକୁ ୬ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ପରେ ଅଧିନାୟକ ରୋହିତ ଶର୍ମା ଟ୍ରଫି ଧରି ଦୌଡି ଦୌଡି ଯାଇ ଜୟଦେବ ଶାହାଙ୍କୁ ଦେଇଥିଲେ। ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ବିସିସିଆଇର ପ୍ରତିନିଧୀ ଥିଲେ। ପ୍ରାୟତଃ ଦଳର ନୂତନ ଖେଳାଳିଙ୍କୁ ଟ୍ରଫି ଦିଆଯାଏ, କିନ୍ତୁ ଏଥର ପଡ଼ିଆରେ ଏକ ଭିନ୍ନ ଦୃଶ୍ୟ ଦେଖାଗଲା। ଜୟଦେବଙ୍କ ସହ ଦଳ ପଡ଼ିଆରେ ବିଜୟ ଉତ୍ସବ ପାଳନ କରିଥିଲା। ଜୟଦେବ ଶାହା ସୌରାଷ୍ଟ୍ରର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଚିବ ନିରଞ୍ଜନ ଶାହାଙ୍କ ପୁଅ।
ସେ ୧୨୦ ପ୍ରଥମ ଶ୍ରେଣୀ ମ୍ୟାଚରେ ହାରାହାରି ୨୯.୯୧ରେ ୫ ହଜାର ୩୫୪ ରନ ସ୍କୋର କରିଥିଲେ। ତାଙ୍କ ନାମରେ ତାଙ୍କର ୧୦ ଶତକ ଏବଂ ୧୨ ଅର୍ଦ୍ଧ ଶତକ ଅଛି। ଜୟଦେବ ଏବେ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନର ସଭାପତି ଅଛନ୍ତି।

Share