୧୮ ବର୍ଷରେ ଆରେଞ୍ଜ ମ୍ୟାରେଜ୍‌, ଏବେ ଦୁଇ ସନ୍ତାନର ଜନନୀ; ଜାଣନ୍ତୁ ଜୁନିୟର ଏନ୍‌ଟିଆରଙ୍କ ପତ୍ନୀ କିଏ…

ହାଇଦ୍ରାବାଦ: ଆର୍‌ଆର୍‌ଆର୍‌ର ସଫଳତାକୁ ନେଇ ଚର୍ଚ୍ଚାରେ ଅଛନ୍ତି ସାଉଥ୍‌ ସୁପରଷ୍ଟାର ଜୁନିୟର ଏନ୍‌ଟିଆର୍‌। ଫିଲ୍ମର ଗୀତ ‘ନାଟୁ ନାଟୁ’ ଗୋଲ୍ଡେନ୍‌ ଗ୍ଲୋବ ପୁରସ୍କାର ଜିତିଛି। ତେବେ କେବଳ ଯେ ଅଭିନେତା ନୁହନ୍ତି ପୁରା ପରିବାର ଏବଂ ପ୍ରଶଂସକଙ୍କ ପାଇଁ ଏହା ଖୁସି ଆଣିଦେଇଛି। ଖୁସିର ଏହି ମୂହୁର୍ତ୍ତରେ ଜୁନିୟର ଏନ୍‌ଟିଆର୍‌ଙ୍କ ସହିତ ସ୍ତ୍ରୀ ଲକ୍ଷ୍ମୀ ପ୍ରଣତି ମଧ୍ୟ ନଜର ଆସିଥିଲେ।

ବହୁତ କମ୍‌ ଲୋକ ଜାଣନ୍ତି ଯେ ପରିବାରର ଇଚ୍ଛାରେ ଆରେଞ୍ଜ ମ୍ୟାରେଜ କରିଥିଲେ ଜୁନିୟର ଏନ୍‌ଟିଆର୍‌। ୨୦୧୧ରେ ରୀତିନୀତିରେ ତାଙ୍କର ବିବାହ ହୋଇଥିଲା। ସେତେବେଳେ ଜୁନିୟର ଏନ୍‌ଟିଆର ୨୬ ବର୍ଷର ହୋଇଥିବା ବେଳେ ପ୍ରଣତି ୧୮ ବର୍ଷର ହୋଇଥିଲେ। ଏହି ବିବାହରେ କେବଳ ପରିବାର ନୁହନ୍ତି, ବରଂ ଅଭିନେତାଙ୍କ ପ୍ରଶଂସକମାନେ ମଧ୍ୟ ସାମିଲ ହୋଇଥିଲେ। ପ୍ରାୟ ୧୨ହଜାର ପ୍ରଶଂସକ ଏହି ବିବାହରେ ଯୋଗ ଦେଇଥିଲେ।

ଲକ୍ଷ୍ମୀଙ୍କ ବିଷୟରେ କଥା ହେଲେ ସେ ହାଇଦ୍ରାବାଦରେ ପାଠପଢ଼ା ଶେଷ କରିଛନ୍ତି। ତାଙ୍କ ବାପା ଜଣେ ବ୍ୟବସାୟୀ। ଏଥିସହ ତାଙ୍କର ଏକ ତେଲୁଗୁ ଚ୍ୟାନେଲ ମଧ୍ୟ ଅଛି। ଜୁନିୟର ଏନ୍‌ଟିଆରଙ୍କୁ ବିବାହ ପରେ ଲକ୍ଷ୍ମୀ ଲାଇମ୍‌ଲାଇଟ୍‌କୁ ଆସିଥିଲେ। ଆଜି ବି ସେ ପରିବାର ସହ କମ୍‌ ସମୟ ବିତାଇଥାନ୍ତି। ବିଶେଷକରି ରାମଚରଣଙ୍କ ସ୍ତ୍ରୀ ଉପାସନାଙ୍କ ସହ ବେଶ ଭଲ ସମ୍ପର୍କ ଶେୟାର କରିଥାନ୍ତି।

ଜୁନିୟର ଏନ୍‌ଟିଆର୍‌ଙ୍କ ଦୁଇ ପୁଅ ଅଛନ୍ତି। ୨୦୧୪ରେ ପ୍ରଥମ ସନ୍ତାନ ଜନ୍ମ ହୋଇଥିବା ବେଳେ ୨୦୧୯ରେ ଦ୍ୱିତୀୟ ପୁଅ ଜନ୍ମ ହୋଇଥିଲେ। ବ୍ୟକ୍ତିଗତ ଜୀବନରେ ସେ ବେଶ ଫିଟ୍‌ ହୋଇଥିବା ବେଳେ ସର୍ବଦା ପାରମ୍ପରିକ ପୋଷାକରେ ନଜର ଆସିଥାନ୍ତି।

Share