କିଏ ସେହି ଜୁଲି ଭାଭିଲୋଭା, ଯାହାଙ୍କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା

ପ୍ୟାରିସ୍‌, ୨୮ା୮:ମେସେଜିଂ ଆପ୍‌ ଟେଲିଗ୍ରାମରେ ଆପରାଧିକ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେବା ଅଭିଯୋଗରେ ଏହାର ସିଇଓ ପାଭେଲ ଡ୍ୟୁରେଭଙ୍କୁ ରବିବାର ପ୍ୟାରିସ୍‌ର ଲେ ବୋର୍ଗେଟ ଏୟାରପୋର୍ଟରୁ ଫ୍ରାନ୍ସ ପୋଲିସ ଗିରଫ କରିଛି। ପାଭେଲଙ୍କ ଗିରଫଦାରିକୁ ନେଇ ଏକ ନୂଆ ମୋଡ଼ ଆସିଛି। ପାଭେଲ ଗିରଫ ହେବାର ଠିକ୍‌ ପୂର୍ବରୁ ଆଜରବାଇଜାନ ଯାଇଥିଲେ। ସେଠାରେ ଜୁଲି ଭାଭିଲୋଭା(୨୪) ନାମ୍ନୀ ଜଣେ ମହିଳାଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା। ଜୁଲିଙ୍କ ହନିଟ୍ରାପ୍‌ରେ ଫସି ପାଭେଲ ଧରାପଡ଼ିଥିବା ନେଇ ସୋସିଆଲ ମିଡିଆରେ ଆଲୋଚନା ହେଉଛି।
ଜୁଲିଙ୍କ ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲ ଅନୁଯାୟୀ, ସେ ଦୁବାଇର ଜଣେ କ୍ରିପ୍ଟୋ କୋଚ୍‌ ଏବଂ ଭିଡିଓ ଗେମ୍‌ ଷ୍ଟ୍ରିମର ମଧ୍ୟ। ଟେଲିଗ୍ରାମ ସିଇଓ ପାଭେଲଙ୍କ ସହ ମିଶି ସେ ବହୁ ସ୍ଥାନକୁ ଯାତ୍ରା କରିଛନ୍ତି। ନିକଟରେ ପାଭେଲଙ୍କ ସହ ଜୁଲି କାଜାଖ୍‌ସ୍ତାନ, କିର୍ଗିଜସ୍ତାନ, ଆଜରବାଇଜାନ ଆଦି ଦେଶକୁ ଭ୍ରମଣ କରିଥିଲେ। ଜୁଲି ନିଜ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଓ ଷ୍ଟୋରି ମାଧ୍ୟମରେ ପାଭେଲଙ୍କ ସହ କରିଥିବା ବିଭିନ୍ନ ଯାତ୍ରାର ବହୁ ଫଟୋ ଓ ଭିଡିଓ ଶେୟାର କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକେ ବିଶ୍ୱାସ କରୁଛନ୍ତି, ଏପରି କରି ଜୁଲି ଡ୍ୟୁରେଭଙ୍କ ଠିକଣା ନେଇ ତାଙ୍କୁ ଖୋଜୁଥିବା ଅଧିକାରୀଙ୍କୁ ସୂଚନା ଦେଉଥିଲେ। ସେହିପରି ପାଭେଲଙ୍କ ଗିରଫଦାରିର ମାତ୍ର ୩ ଦିନ ପୂର୍ବରୁ ଜୁଲି ଏକ ପ୍ରାଇଭେଟ୍‌ ଜେଟ୍‌ ମଧ୍ୟରେ ବସି ଇନ୍‌ଷ୍ଟାଗ୍ରାମରେ ଷ୍ଟୋରି ଦେଇଥିଲେ। ଏହି ପ୍ରାଇଭେଟ ଜେଟ୍‌ ଡ୍ୟୁରୋଭଙ୍କର ଥିଲା ଏବଂ ଉକ୍ତ ଜେଟ୍‌ ଯୋଗେ ହିଁ ସେ ଗିରଫଦାରିର ଠିକ୍‌ ପୂର୍ବରୁ ପ୍ୟାରିସରେ ପହଞ୍ଚିଥିବା ନେଇ ଅନେକେ ଅନୁମାନ କରୁଛନ୍ତି। ଅନ୍ୟପକ୍ଷରେ, ଜୁଲି ଇସ୍ରାଏଲର ଜାତୀୟ ଗୋଇନ୍ଦା ସଂସ୍ଥା ‘ମୋସାଦ’ର ଏଜେଣ୍ଟ ହୋଇଥିବା ନେଇ ଆଉ କେତେଜଣ ୟୁଜର୍ସ ଅନୁମାନ କରିଛନ୍ତି। ତେବେ ଟେଲିଗ୍ରାମ ସିଇଓଙ୍କ ଗିରଫଦାରି ପରଠାରୁ ଜୁଲି ନିଖୋଜ ରହିଛନ୍ତି।
ଏହି ରହସ୍ୟମୟୀ ମହିଳାଙ୍କ ସୋସିଆଲ ମିଡିଆ ଆକ୍ଟିଭିଟିକୁ ଫରାସୀ ସୁରକ୍ଷା ଅନୁସନ୍ଧାନକାରୀ ବେପ୍‌ଟିଷ୍ଟ ରୋବର୍ଟ ରିସର୍ଚ୍ଚ କରି କହିଛନ୍ତି, ପ୍ୟାରିସ ଆସିବା ପୂର୍ବରୁ ପାଭେଲଙ୍କ ଆଜରବାଇଜାନ ଯାତ୍ରାରେ ଜୁଲି ତାଙ୍କ ସହ ରହିଥିଲେ। ଉକ୍ତ ଯାତ୍ରାରେ ଟେଲିଗ୍ରାମ ସିଇଓଙ୍କ ସହ ଫଟୋକୁ ଭାବିଲୋଭା ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ସମ୍ଭବତଃ ଏହି କାରଣରୁ ପାଭେଲଙ୍କୁ ଗିରଫ କରିବା ସମ୍ଭବ ହୋଇପାରିଛି ବୋଲି ରୋବର୍ଟ କହିଛନ୍ତି। ଏକ ଆମେରିକୀୟ ଖବରକାଗଜକୁ ରୋବର୍ଟ କହିଛନ୍ତି, ପାଭେଲଙ୍କ ଗିରଫଦାରିରେ ଜୁଲିଙ୍କ ପୋଷ୍ଟର ପ୍ରତ୍ୟକ୍ଷ ଭୂମିକା ରହିଛି କି ନାହିଁ ତାହା କହିବା କଷ୍ଟସାଧ୍ୟ, କିନ୍ତୁ ଯଦି କେହି ଜୁଲିଙ୍କର ସୋସିଆଲ ମିଡିଆକୁ ନିୟମିତ ଭାବେ ଫଲୋ କରୁଥିବେ ସେ ଅତି ସହଜରେ ଟେଲିଗ୍ରାମ ସିଇଓଙ୍କ ଗତିବିଧିକୁ ଟ୍ରାକ୍‌ କରିପାରିବେ। ଜୁଲିଙ୍କ ପୋଷ୍ଟରୁ ଜଣାପଡ଼ିଛି, ସେ ପାଭେଲଙ୍କ ସହ ଆଜରବାଇଜାନର ରାଜଧାନୀ ବାକୁରେ ଥିବା ଏକ ଶୁଟିଂ ରେଞ୍ଜ ଓ ଏକ ହୋଟେଲକୁ ଯାଇଥିଲେ। ଜୁଲିଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଉଭୟ ପାଭେଲ ଓ ଜୁଲି ପରସ୍ପର ସହ ବେଶ ନିକଟତର ହୋଇଥିବା ଜଣାପଡ଼ୁଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରକୃତ ସମ୍ପର୍କ କ’ଣ ତାହା କହିବା କଷ୍ଟକର ବୋଲି ରୋବର୍ଟ କହିଛନ୍ତି। ଜୁଲି ଏବଂ ପାଭେଲଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ୍‌ କେବେ ଏବଂ କେଉଁଠାରେ ହୋଇଥିଲା, ସେନେଇ ଜଣାପଡ଼ିନାହିଁ। ତେବେ ଉଭୟ ଦୁବାଇରେ ରହୁଥିଲେ ବୋଲି ରୋବର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

ମୋ ହାତ, ଅଣ୍ଟାକୁ ଛୁଇଁଥିଲେ ଡୋନାଲ୍ଡ ଟ୍ରମ୍ପ: ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ମଡେଲ୍‌

ଓ୍ବାଶିଂଟନ,୨୫।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାତ୍ର ୧୦ ଦିନ ବାକି ଅଛି। ଭାରତୀୟ ମୂଳର କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା...

ଟ୍ରମ୍ଫଙ୍କ ପାଇଁ ପାଣିଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି ମସ୍କ

ଓ୍ବାଶିଂଟନ,୨୫।୧୦: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଲିୟନେୟାର ଏଲୋନ ମସ୍କ ଖୋଲାଖୋଲି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରୁଛନ୍ତି। ଟ୍ରମ୍ପଙ୍କ ସମର୍ଥନରେ ସେ ନିରନ୍ତର ରାଲି ମଧ୍ୟ...

ଗୋଟିଏ ଦିନରେ ରେକର୍ଡ ଏତିକି ଟଙ୍କା ରୋଜଗାର କଲେ ଏଲନ ମସ୍କ: ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୫।୧୦: ଦୁନିଆର ସବୁଠାରୁ ଧନୀ ବିଲିୟନେୟାର ଏଲନ ମସ୍କର ନିଟ ମୂଲ୍ୟ ଗୋଟିଏ ଦିନରେ ୩୩.୫ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଏବେ ତାଙ୍କ ସମ୍ପତ୍ତି...

ଶେଖ ହାସିନାଙ୍କ ପରେ ଏବେ ଏମିତି କରୁଛନ୍ତି ୟୁନୁସ ସରକାର, ଯାହାକୁ ନେଇ…

ଢାକା,୨୫।୧୦: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପରେ ମଧ୍ୟ ରାସ୍ତାରେ ଲୋକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ବର୍ତ୍ତମାନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri