Categories: ଖେଳ

ଜଷ୍ଟିସ ଚନ୍ଦ୍ରଚୂଡଙ୍କ ପ୍ରିୟ ଖେଳାଳି କିଏ? ଯିଏ ଜିତାଇଲେ ଟି-୨୦ ଓ୍ବାଲର୍‌ଡକପ୍‌

ନୂଆଦିଲ୍ଲୀ,୩୦।୬:ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତ ଟି-୨୦ ବିଶ୍ୱକପ ଜିତିଛି। ଟିମ ଇଣ୍ଡିଆ ବିଜୟରେ କୋଚ ରାହୁଲ ଦ୍ରାବିଡଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଯେତେବେଳେ ଦ୍ରାବିଡ ଟ୍ରଫି ଉଠାଇଥିଲେ, ସେତେବେଳେ ସେ ଭାବ ବିହ୍ବଳ ହୋଇ ଯାଇଥିଲେ। ଜଣେ ପ୍ରଶିକ୍ଷକ ଭାବରେ ଏହା ଦ୍ରାବିଡଙ୍କ ଶେଷ ମ୍ୟାଚ ଥିଲା। ଖୁବ କମ ଲୋକ ଜାଣନ୍ତି ଯେ ରାହୁଲ ଦ୍ରାବିଡ ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୂଡଙ୍କ ପ୍ରିୟ ଖେଳାଳି ଅଟନ୍ତି।

ଜଷ୍ଟିସ ଚନ୍ଦ୍ରଚୂଡ ତାଙ୍କ ସ୍କୁଲ ସମୟରୁ କ୍ରିକେଟ ଖେଳୁଥିଲେ। ଭଲ ଭଲ ବ୍ୟାଟ୍ସମ୍ୟାନ ମଧ୍ୟ ତାଙ୍କ ବୋଲିଂ ବିରୋଧରେ ଠିଆ ହୋଇପାରି ନ ଥିଲେ। ଚନ୍ଦ୍ରଚୂଡ ବହୁତ ଭଲ ବୋଲିଂ କରନ୍ତି। ଆଉ ସେହି ସମୟରେ ତାଙ୍କୁ କେହି ବୋଲିଂରେ ପାରି ପାରୁ ନ ଥିଲେ। ଏବେ ବି ସମୟ ପାଇଲେ, ସେ କ୍ରିକେଟ ଜୋତା ପିନ୍ଧି ପିଚ୍‌କୁ ଓହ୍ଲାଇ ପଡନ୍ତି।

ଏକ ସାକ୍ଷାତକାରରେ CJI DY Chandrachud ନିଜେ କହିଛନ୍ତି, ରାହୁଲ ଦ୍ରାବିଡ ତାଙ୍କର ପ୍ରିୟ ଖେଳାଳି । ମୁଁ କ୍ରିକେଟ ଦେଖିବା ପାଇଁ ସମୟ ପାଏ ନାହିଁ। କିନ୍ତୁ ଯେତେବେଳେ ଫ୍ରି ହୁଏ, ମ୍ୟାଚ୍‌କୁ ରିପ୍ଲେ କରି ଦେଖିଥାଏ। କିଛି ଦିନ ପୂର୍ବରୁ, ଯେତେବେଳେ ଜଷ୍ଟିସ ଏସ ବୋପାନ୍ନା ଅବସର ନେଇଥିଲେ, CJI ତାଙ୍କୁ ଦ୍ରାବିଡଙ୍କ ସହ ତୁଳନା କରିଥିଲା।