Categories: ଜାତୀୟ

କିଏ ସେହି ମହିଳା ଓକିଲ, ଯିଏ ଅଭିଯୁକ୍ତ ସଞ୍ଜୟ ରୟଙ୍କ ସପକ୍ଷରେ ଲଢିବେ, ଜାଣନ୍ତୁ…

କୋଲକାତା,୨୭।୮: କୋଲକାତାର ଆର୍‌.ଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରିଥିବା ଅପରାଧୀ ସଞ୍ଜୟ ରୟଙ୍କୁ ଫାସୀ ଦିଆଯାଉ ବୋଲି ସାରା ଦେଶରେ ଡାକ୍ତରମାନେ ଦାବି କରୁଛନ୍ତି।

ଅନ୍ୟପଟେ ପଲିଗ୍ରାଫ ଟେଷ୍ଟରେ ଅଭିଯୁକ୍ତ ସଞ୍ଜୟ ରୟ ନିଜ ଅପରାଧ ସ୍ବୀକାର କରିଛନ୍ତି। କିନ୍ତୁ ବର୍ତ୍ତମାନ ସେ ଫାଶୀରୁ ବଞ୍ଚିବା ପାଇଁ ଜଣେ ଓକିଲ ପାଇଛନ୍ତି। ଏହି ଓକିଲ ଜଣେ ପୁରୁଷ ନୁହଁନ୍ତି ବରଂ ଜଣେ ମହିଳା ଯିଏ ସଞ୍ଜୟ ରୟଙ୍କ ପଲିଗ୍ରାଫ ଟେଷ୍ଟ ଅନୁମୋଦନ ସମୟରେ ସେଠାରେ ଉପସ୍ଥିତ ଥିଲେ। ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଫାଶୀ ଦେବା ପାଇଁ ସମଗ୍ର ଦେଶ ଦାବି କରୁଥିବାବେଳେ ଓକିଲ କବିତା ସରକାର କହିଛନ୍ତି ଯେ ସଞ୍ଜୟ ରୟ ନିର୍ଦ୍ଦୋଷ। ସେ କହିଛନ୍ତି, ଏହି ଘଟଣାର ସତ୍ୟତା ସମସ୍ତଙ୍କ ନିକଟରେ ପ୍ରକାଶ ପାଇବ, ତେଣୁ ସେ ପଲିଗ୍ରାଫି ଟେଷ୍ଟକୁ ଅନୁମୋଦନ କରିଥିଲେ। ସଞ୍ଜୟ ରୟଙ୍କ ଓକିଲ କବିତା ସରକାର କିଏ? ଆସନ୍ତୁ ଜାଣିବା…

ସଞ୍ଜୟ ରୟଙ୍କ ସପକ୍ଷରେ ଲଢୁଥିବା କବିତା ସରକାର ଗତ ୨୫ ବର୍ଷ ଧରି ଆଇନ ବୃତ୍ତିରେ ଅଛନ୍ତି। କବିତା ହୋଗଲିର ମୋହସିନ କଲେଜରୁ ଆଇନ ଅଧ୍ୟୟନ କରିଛନ୍ତି। ସେ ଅଲିପୁର କୋର୍ଟରୁ ତାଙ୍କର ଓକିଲାତି କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହା ପରେ ସେ ଦକ୍ଷିଣ ଏସୀୟ ଆଇନ ସେବା ସଂଘରେ ଯୋଗଦାନ କଲେ। ଏଠାରୁ ସେ ଅପରାଧିକ ମାମଲା ସହ ଲଢିବା ଆରମ୍ଭ କରିଥିଲେ।

ସଞ୍ଜୟ ରୟଙ୍କ ମାମଲା ଗ୍ରହଣ କରିବା ପରେ ସେ କହିଛନ୍ତି ଯେ ତାଙ୍କ ବିରୋଧରେ କୌଣସି ଅଭିଯୋଗ ହେଉନା କାହିଁକି, ପ୍ରତ୍ୟେକ ଅଭିଯୁକ୍ତଙ୍କର ଏକ ନିରପେକ୍ଷ ବିଚାର କରିବାର ଅଧିକାର ଅଛି। ସେ କହିଛନ୍ତି ଯେ ଏହି ମାମଲା ଲଢିବା ହେଉଛି ତାଙ୍କର କାମ ଏବଂ ସେ ଆଇନ ଅନୁଯାୟୀ କାର୍ଯ୍ୟ କରିବେ।

Share