କିଏ ସେହି ବ୍ୟକ୍ତି, ଯିଏ ଉପହାରରେ ରଜନୀକାନ୍ତଙ୍କୁ ଦେଲେ ୧୦୦ କୋଟିର ଚେକ୍‌, ୧.୨୫ କୋଟିର ବିଏମ୍‌ଡବ୍ଲୁ

ବମ୍ବେ: ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରତିଟି ଫିଲ୍ମ ବକ୍ସ ଅଫିସରରେ ସୁପରହିଟ୍‌ ହୋଇଥାଏ। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ବ୍ୟବସାୟର ନୂଆ ମାଇଲଷ୍ଟୋନ୍‌ ସୃଷ୍ଟି କରିଛି। ଏବେ ଏହାର ସଫଳତାକୁ ନେଇ ଜଣେ ବ୍ୟକ୍ତି ତାଙ୍କୁ ୧୦୦ କୋଟି ଟଙ୍କା ସହ ୧.୨୫ କୋଟିର ଏକ ବିଏମ୍‌ଡବ୍ଲୁ କାର୍‌ ଉପହାରରେ ଦେଇଛନ୍ତି। ଏହି ଦାମୀ ଉପହାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଜେଲର ଲାଗି ତାଙ୍କୂ ୧୧୦ କୋଟିର ପାରିଶ୍ରମିକ ମିଳିଥିଲା। ଏମିତିରେ ଉପହାର ପାଇବା ପରେ ଫିଲ୍ମ ଲାଗି ତାଙ୍କ ଆୟ ୨୧୧ କୋଟି ଟଙ୍କା ହୋଇଛି। ତେବେ ରଜନୀକାନ୍ତଙ୍କୁ ଦାମୀ ଉପହାର ଦେଇଥିବା ବ୍ୟକ୍ତିଜଣଙ୍କ ହେଉଛନ୍ତି ସନ ଗ୍ରୁପ୍‌ର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ କଳାନିଧି ମାରନ୍‌।

କଳାନିଧି ଭାରତର ଧନୀ ତାଲିକାର ୭୭ ନଂ ସ୍ଥାନରେ ଅଛନ୍ତି। ତାଙ୍କ ପାଖରେ ୨୪ ହଜାର କୋଟିର ସମ୍ପତ୍ତି ରହିଛି। ୧୯୯୩ରେ ସେ ସନ୍‌ ନେଟଓ୍ବାର୍କ ପ୍ରତିଷ୍ଠା କରିଥିଲେ। ଏବେ ଏହାର ୩୩ ଚ୍ୟାନେଲ ରହିଛି। ପ୍ରାୟ ୯.୫ କୋଟି ଦର୍ଶକ ତାଙ୍କ ସହ ଯୋଡ଼ି ହୋଇଛନ୍ତି। ଦକ୍ଷିଣ ଭାରତରେ ତାଙ୍କୁ ଟେଲିଭିଜନ ରାଜା ବୋଲି ମଧ୍ୟ କୁହାଯାଏ। ଟେଲିଭିଜନ ବ୍ୟତିତ ତାଙ୍କର ଡିଟିଏଚ୍‌ ଏବଂ ଫିଲ୍ମ ପ୍ରଯୋଜନା ସଂସ୍ଥା ରହିଛି। ଏହି ସନ୍‌ ପିକ୍ଚର୍ସ ‘ଜେଲର୍‌’ର ପ୍ରଯୋଜକ ଥିଲା। ତେବେ ଫିଲ୍ମ ଭଲ କାରୋବାର କରିବାରୁ ଖୁସି ହୋଇ କଳାନିଧି ରଜନୀକାନ୍ତଙ୍କୁ ଉପହାର ଦେଇଛନ୍ତି। ଟ୍ରେଡ ଆନାଲିଷ୍ଟ ମାନୋବାଲା ବିଜୟବାଲନ୍‌ ଟୁଇଟ୍‌ କରି ଏନେଇ ଜଣାଇଛନ୍ତି।

Share