କିର୍‌ ଷ୍ଟାର୍ମର କିଏ? ବ୍ରିଟେନ ନିର୍ବାଚନରେ ଯିଏ ସୁନକଙ୍କୁ ଦେଉଛନ୍ତି କଡ଼ା ଟକ୍କର, ହୋଇପାରନ୍ତି ପ୍ରଧାନମନ୍ତ୍ରୀ…

ଲଣ୍ଡନ,୪।୭: ବ୍ରିଟେନ୍‌ରେ ଗୁରୁବାର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ବଡ଼ ଧରଣର ଓଲଟପାଲଟ ହୋଇପାରେ। ଏପରିକି ପ୍ରଧାନମନ୍ତ୍ରୀ ଋଷି ସୁନକ ନିର୍ବାଚନ ହାରିଯାଇପାରନ୍ତି ବୋଲି କୁହାଯାଉଛି। ତାଙ୍କୁ ଲେବର ପାର୍ଟିର ନେତା କିର୍‌ ଷ୍ଟାର୍ମର କଡ଼ା ଟକ୍କର ଦେଇପାରନ୍ତି। ନିର୍ବାଚନରେ ଯଦି ବିଜେତା ହୁଅନ୍ତି ତେବେ ଷ୍ଟାର୍ମର ସରକାର ଗଢ଼ିବାକୁ ପ୍ରସ୍ତୁତ ବୋଲି ଦାବି କରିଛନ୍ତି।
ନିର୍ବାଚନକୁ ନେଇ ଏଯାବତ ଆସିଥିବା ଏଜେନ୍ସିମାନଙ୍କର ସର୍ବେକ୍ଷଣରୁ ସୁନକଙ୍କ ପରାଜୟର ଅନୁମାନ କରାଯାଇଛି। ନିର୍ବାଚନରେ ଅନ୍ତିମ ଓପିନିଅନ ପୋଲର୍‌ରେ ଲେବର ପାର୍ଟି ଅପ୍ରତ୍ୟାଶିତ ବିଜୟ ଏବଂ କନ୍ଜର୍ଭେଟିଭ୍‌ ପାର୍ଟିର ପରାଜୟର ଅନୁମାନ କରାଯାଇଛି। ଏହି ଅନୁମାନକୁ ଦୃଷ୍ଟିରେ ରଖି ଷ୍ଟାର୍ମର ନିର୍ବାଚନ ପରେ ବ୍ରିଟେନରେ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ଷ୍ଟାର୍ମର ଆଶା ରଖିଥିବା କହିଛନ୍ତି।
ଷ୍ଟାର୍ମର କିଏ?
ବ୍ରିଟେନ୍‌ରେ ୧୯୬୨ ସେପ୍ଟେମ୍ବର ୨ରେ  ଷ୍ଟାର୍ମରଙ୍କ ଜନ୍ମ। ସେ ପେସାରେ ଜଣେ ଓକିଲ। ଏହାଛଡ଼ା ବ୍ରିଟେନ୍‌ ସଂସଦରେ ୨୦୨୦ରୁ ବିରୋଧୀ ଏବଂ ଲେବର ପାର୍ଟିର ନେତା ଅଛନ୍ତି। ସେ ୨୦୧୫ରୁ ୨୦୨୪ ଯାଏ ହୋଲବୋର୍ନ ଏବଂ  ସେଣ୍ଟ ପାନକ୍ରାସରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ଷ୍ଟାର୍ମର ୨୦୦୮ରୁ ୨୦୨୩ ଯାଏ ପବ୍ଲିକ ପ୍ରସିକ୍ୟୁସନର ନିର୍ଦ୍ଦେଶକ ଥିଲେ। ସେ ପ୍ରଗତିଶୀଳ  ବିଚାରଧାରାର ନେତା ବୋଲି କୁହାଯାଏ।
୨୦୨୦ରେ ସେ ଲେବର ପାର୍ଟିର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ଦଳକୁ ୮୫ ବର୍ଷରେ ପ୍ରଥମ ଥର ଲାଗି ସବୁଠାରୁ ଖରାପ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରାଜୟ ପରେ ଷ୍ଟାର୍ମର ଦଳକୁ ଏକଜୁଟ କରି ନୂତନ ପ୍ରସଙ୍ଗରେ ଆଗକୁ ବଢ଼ିଥିଲେ। ଦଳକୁ ପୁଣିଥରେ ବିଜେତା କରିବାକୁ ତୁରନ୍ତ ନିଜର ମିଶନ ଘୋଷଣା କରିଥିଲେ। ପରେ ସେ ଦଳକୁ ବ୍ରିଟିଶ ରାଜନୀତିର କେନ୍ଦ୍ରକୁ ଫେରାଇ ଆଣିବା ଏବଂ ଭୋଟରମାନଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିବା କୁହାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ସ୍ବାଧୀନତା ଦିବସ ପାଳନବେଳେ ଗୁଳିକାଣ୍ଡ: ୩୩ ମୃତ

ଓ୍ବାଶିଂଟନ,୬ା୭: ଆମେରିକାରେ ଜୁଲାଇ ୪ ସ୍ବାଧୀନତା ଦିବସ ପାଳନ ବେଳେ ବିଭିନ୍ନ ସ୍ଥାନରେ ଗୁଳିକାଣ୍ଡ ଘଟି ୩୩ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନେକେ ଆହତ...

Video: ୧୪ ବର୍ଷ ଦେଶ ସେବା ପରେ ସାଇକେଲ୍‌ରେ ଘରକୁ ଫେରିଲେ ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୭: ନେଦରଲ୍ୟାଣ୍ଡରେ ଏକ ଅପ୍ରତ୍ୟାଶିତ ଘଟଣାରେ, ବିଦାୟୀ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ ହେଗ’ରେ ଥିବା ତାଙ୍କ କାର୍ଯ୍ୟାଳୟରୁ ଏକ ନିଆରା ଢଙ୍ଗରେ ସାଇକେଲ ଚଢି ବିଦାୟ...

ଏହି ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ବ୍ରିଟେନ୍‌ ମନ୍ତ୍ରିମଣ୍ଡଳରେ ମିଳିଲା ମନ୍ତ୍ରୀ ପଦ

ନୂଆଦିଲ୍ଲୀ, ୬।୭: ବ୍ରିଟେନ୍‌ର ସାଧାରଣ ନିର୍ବାଚନରେ ଲେବର ପାର୍ଟି ବିପୁଳ ବିଜୟ ହାସଲ କରି ସରକାର ଗଠନ କରିଛି । ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ଭାବେ...

ଅକ୍ଷତା ମୂର୍ତ୍ତିଙ୍କ ୪୨ ହଜାର ଟଙ୍କାର ଡ୍ରେସକୁ କାହିଁକି କରାଯାଉଛି ଉପହାସ? ସୁନକଙ୍କ ଭାଷଣ ଅପେକ୍ଷା ଅଧିକ ହେଉଛି ଭାଇରାଲ

ଲଣ୍ଡନ,୬।୭: ବ୍ରଟେନ ସାଧାରଣ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ୧୪ବର୍ଷ ପରେ, ଲେବର ପାର୍ଟି କଞ୍ଜରଭେଟିଭ ପାର୍ଟିକୁ ବହୁ...

ଗୋଟିଏ ହାତରେ ପତାକା, ଅନ୍ୟ ହାତରେ ବିୟର୍‌ ଧରି ସ୍ବାଧୀନତା ଦିବସ ପାଳନ କଲେ ମାର୍କ ଜୁକରବର୍ଗ

ଓ୍ବାଶିଂଟନ୍‌,୬।୭: ଆମେରିକାର ୨୪୮ତମ ସ୍ବାଧୀନତା ଦିବସ ଅବସରରେ ମେଟା ସିଇଓ ମାର୍କ ଜୁକରବର୍ଗ ତାଙ୍କ ହାତରେ ଆମେରିକୀୟ ପତାକା ଧରି ବିୟର ପିଇବା ସମୟରେ ସର୍ଫିଂ...

କାମଚାପ ଯୋଗୁଁ ଆତ୍ମହତ୍ୟା କଲା ରୋବଟ, ପାହାଚରୁ ଡେଇଁ ହାରିଲା ଜୀବନ

ନୂଆଦିଲ୍ଲୀ,୬।୭: କେବେ ରୋବଟ ଆତ୍ମହତ୍ୟା କରିଥିବାର ଶୁଣିଛନ୍ତି କି? କାମ ଚାପରେ ରହି ଆମେ ଚାପଗ୍ରସ୍ତ ରହିଥାଉ। କିନ୍ତୁ କେବେ କାମ ଚାପରେ ରହି ରୋବଟ...

ହିଜାବ ବିରୋଧୀ ମାସୁଦ ହେଲେ ଇରାନର ନୂଆ ରାଷ୍ଟ୍ରପତି

ଦୁବିଇ,୬।୭: ଇରାନରେ ମାସୁଦ ପେଜେଶକିଆନ ଦେଶର ୯ମ ରାଷ୍ଟ୍ରପତି ହୋଇଛନ୍ତି। ସେ ମୌଳବାଦୀ ବା କଟ୍ଟରପନ୍ଥୀ ସୟଦ ଜଲିଲିଙ୍କୁ ପରାସ୍ତ କରିଛନ୍ତି। ମାସୁଦ ପେଜେଶକିଆନ ହିଜାବ...

ମଙ୍ଗଳ ଗ୍ରହରେ ହେବ ଯୁଦ୍ଧ…ଶେଷ ହେବ ବିଶ୍ୱ…ବାବା ଭେଙ୍ଗାଙ୍କ ନୂଆ ଭବିଷ୍ୟବାଣୀ

ସୋଫିଆ,୬।୭: ସଠିକ ଭବିଷ୍ୟବାଣୀ ଦେବାକୁ ନେଇ ପ୍ରସିଦ୍ଧ ବୁଲଗେରିଆର ବାବା ଭେଙ୍ଗା (ବାଲକାନ)ଙ୍କ ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି । ସେଥିମଧ୍ୟରୁ ବିଶ୍ୱ ବାଣିଜ୍ୟ କେନ୍ଦ୍ର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri