Categories: ଖେଳ

ବ୍ୟାଟ୍‌ରେ ‘ଓମ୍‌’ ଚିହ୍ନ, ପାକିସ୍ତାନକୁ ହରାଇବା ପରେ ଲେଖିଲେ ‘ଜୟ ଶ୍ରୀ ହନୁମାନ’; ଜାଣନ୍ତୁ ଭାରତ ସହ ସମ୍ପର୍କ ରଖିଥିବା କେଶବ ମହାରାଜ କିଏ…

ନୂଆଦିଲ୍ଲୀ,୨୯।୧୦: କ୍ରିକେଟ ବିଶ୍ୱକପ୍‌ ୨୦୨୩ରେ ଶୁକ୍ରବାର ଦକ୍ଷିଣ ଆଫ୍ରିକା ଏକ ରୋମାଞ୍ଚକର ମ୍ୟାଚ୍‌ରେ ପାକିସ୍ତାନକୁ ପରାଜିତ କରିଥିଲା। ଏହି ମ୍ୟାଚ୍‌ରେ ଆଫ୍ରିକାର ବିଜୟର ହିରୋ ପାଲଟିଥିଲେ କେଶବ ମହାରାଜ। ସେ ଶେଷ ପର୍ଯ୍ୟନ୍ତ ମଇଦାନରେ ରହି ଟାର୍ଗେଟ ପୂରଣ କରିବାରେ ନିଜର ଯୋଗଦାନ ଦେଇଥିଲେ। ତେବେ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଜିତିବା ପରେ କେଶବ ସୋସିଆଲ ମିଡିଆରେ ଏକ ନିଆରା ପୋଷ୍ଟ ଲେଖିଥିଲେ, ଯାହାକି କେଇ ସେକେଣ୍ଡରେ ଭାଇରାଲ ହେଉଛି। ଫ୍ୟାନ୍‌ମାନେ ପୋଷ୍ଟ ଦେଖି ତାଙ୍କର ପ୍ରଶଂସା କରିବା ଆରମ୍ଭ କରିଛନ୍ତି।
ପାକିସ୍ତାନକୁ ହରାଇବା ପରେ ଦଳର ଖେଳାଳିମାନଙ୍କ ପ୍ରଶଂସା କରିବା ସହ କେଶବ ଭଗବାନ ହନୁମାନଙ୍କୁ ମନେ ପକାଇଥିଲେ। ଇନଷ୍ଟାଗ୍ରାମରେ ସେ ଲେଖିଥିଲେ, ‘ମୋତେ ଭଗବାନଙ୍କ ଉପରେ ବିଶ୍ୱାସ ଅଛି। ଖେଳାଳିମାନେ ବହୁତ ଭଲ ଖେଳିଲେ।’ ଏଥିସହ ସେ ଭଗବାନଙ୍କୁ ମନେ ପକାଇ ‘ଜୟ ଶ୍ରୀ ହନୁମାନ’ ବୋଲି ପୋଷ୍ଟ ଶେଷରେ ଲେଖିଥିଲେ।
କିଏ ସେ କେଶବ ମହାରାଜ?
କେଶବ ମହାରାଜ ଜଣେ ବାମହାତୀ ସ୍ପିନର। ଆଫ୍ରିକାରେ ତାଙ୍କ ଜନ୍ମ ହୋଇଥିଲେ ହେଁ ଭାରତ ସହ ଖାସ୍‌ ସମ୍ପର୍କ ରହିଛି। କାରଣ ତାଙ୍କ ପୂର୍ବବଂଶଜ ସୁଲତାନପୁରର ବାସିନ୍ଦା। ସେ ଚାକିରି ଅନ୍ବେଷଣରେ ଆଫ୍ରିକା ଚାଲିଯାଇଥିଲେ। ଏମିତିରେ କେଶବ ନିଜ ଧର୍ମ ପ୍ରତି ସମର୍ପିତ ଅଛନ୍ତି। ସେ ହିନ୍ଦୁ ଧର୍ମକୁ ମାନନ୍ତି। ବିଶ୍ୱକପ୍‌ ଲାଗି ଭାରତ ଆସିବା ପରେ ସେ ମନ୍ଦିର ବି ଯାଇଥିଲେ। ତାଙ୍କ ବ୍ୟାଟ୍‌ରେ ଓମ୍‌ ଲେଖାଯାଇଥିବା ବେଳେ ତାର ଫଟୋ ଭାଇରାଲ ହୋଇଥିଲା। ଏମିତିରେ ସେ ଜୟ ଶ୍ରୀ ହନୁମାନ ଲେଖିବା ପରେ ପ୍ରଶଂସକମାନେ ଖୁସିବ୍ୟକ୍ତ କରିଛନ୍ତି।
Share