ଆମେରିକାରେ ରାଜା କିଏ? ଗଧ ନା ହାତୀ, ଚମକାଇଲା ପୋଲ୍‌ ଅଫ୍‌ ମହାପୋଲ୍‌ର ସର୍ଭେ

ଓ୍ବାଶିଂଟନ୍‌,୬।୧୧: ବିଶ୍ୱର ବୃହତ୍ତମ ଗଣତାନ୍ତ୍ରିକ ଦେଶ ମଧ୍ୟରୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଯେଉଁଠାରେ ଦୁଇ ଜଣଙ୍କ ମଧ୍ୟରେ ଏକ ଜୋରଦାର ଲଢେଇ ଦେଖିବାକୁ ମିଳିଛି। ତେବେ ଟ୍ରମ୍ପଙ୍କୁ ବହୁମତ ମିଳିଛି। ଏବେର ଟ୍ରେଣ୍ଡ ଅନୁଯାୟୀ ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୨୭୭ ଇଲେକ୍ଟୋରାଲ କଲେଜ ଭୋଟ ଏବଂ ଡେମୋକ୍ରାଟିକ ପ୍ରାର୍ଥୀ କମଲା ହାରିସ ୨୨୬ ଇଲେକ୍ଟୋରାଲ କଲେଜ ଭୋଟ ଆଗରେ ଅଛନ୍ତି।

ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପୂର୍ବରୁ କରାଯାଇଥିବା ଅନେକ ଏକଜିଟ ପୋଲର ଫଳାଫଳ ମଧ୍ୟ ଆସିଥିଲା। CNN ର ଏକଜିଟ ସର୍ଭେରୁ ଜଣାପଡିଛି ଯେ ଜର୍ଜିଆର ସ୍ବାଧୀନ ଭୋଟରମାନେ କମଲା ହାରିସଙ୍କ ଅପେକ୍ଷା ଟ୍ରମ୍ପଙ୍କୁ ଅଧିକ ସମର୍ଥନ କରୁଛନ୍ତି। ଏନବିସି ନ୍ୟୁଜ ଦ୍ୱାରା କରାଯାଇଥିବା ଏକଜିଟ ପୋଲରେ ଡୋନାଲ୍ଡ ଟ୍ରମ୍ପ ୫୪.୮ ପ୍ରତିଶତ ଭୋଟ ସହ ଆଗୁଆ ଥିବାବେଳେ କମଲା ହାରିସ ୪୪.୪ ପ୍ରତିଶତ ଭୋଟ ସହିତ ଟ୍ରମ୍ପଙ୍କ ପଛରେ ରହିଥିବାର ନଜର ଆସିଛନ୍ତି।

ସିଏନଏନ ରିପୋର୍ଟ ଅନୁଯାୟୀ, ମେରିଲ୍ୟାଣ୍ଡ, ମାସାଚୁସେଟ୍ସ ଏବଂ କଲମ୍ବିଆରେ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଉପରାଷ୍ଟ୍ରପତି କମଲା ହାରିସ ଜିତିବାରେ ସଫଳ ହୋଇଥିଲେ। ରିପବ୍ଲିକାନ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡା, ଓକାଲୋହୋମା, ଆଲାବାମା ଏବଂ ଟେନେସି ଆସନ ଜିତିଛନ୍ତି।

Share