ବିଜେଡିରେ କୁଚକ୍ରୀ ଗୋଷ୍ଠୀ କିଏ ? ନବୀନଙ୍କ ଆଗରେ ମୁହଁ ଖୋଲିଲେ ଅମରେଶ, କହିଲେ…

ଭୁବନେଶ୍ୱର,୮ା୧୦: ଭୁବନେଶ୍ୱରରେ ବିଜେଡିର ଗୋଷ୍ଠୀକନ୍ଦଳ ପଦାରେ ପଡିଥିବାବେଳେ ସୋମବାର ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜେଡି କର୍ପୋରେଟର ଅମରେଶ ଜେନା। ଦେଢ ଘଣ୍ଟା ଧରି ଆଲୋଚନା ପରେ ଦଳ ଭିତରେ ଥିବା କୁଚକ୍ରୀ ଗୋଷ୍ଠୀ ବିଷୟରେ ସେ କହିଛନ୍ତି । ତାଙ୍କ ବିରୋଧରେ ଅପପ୍ରଚାର କରାଯାଉଥିବା ଅମରେଶ କହିଛନ୍ତି । ନବୀନ ପଟ୍ଟନାୟକଙ୍କ ବିରୋଧରେ ସେ କେବେ ଭୂଲ ମନ୍ତବ୍ୟ ଦେଇନାହାଁନ୍ତି, ନବୀନ ପଟ୍ଟନାୟକଙ୍କଠାରୁ ତାଙ୍କୁ କେହି ଅଲଗା କରିପାରିବେ ନାହିଁ ବୋଲି ସେ କହିଛନ୍ତି।
ଭୁବନେଶ୍ୱର,ବିଜେଡି ଭିତରେ ରହିଛନ୍ତି କୁଚକ୍ରୀ ଗୋଷ୍ଠୀ । ଦଳକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀ । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଏଭଳି କହିଛନ୍ତି କର୍ପୋରେଟର ଅମରେଶ ଜେନା ।

ସେ ଆହୁରି କହିଛନ୍ତି, ବିରୋଧୀଙ୍କ ଭଳି କାମ ନକରି ସେହି ଗୋଷ୍ଠୀ ଲୋକଙ୍କ ସେବା କରନ୍ତୁ ଲୋକଙ୍କ ସେବା କରିଥିଲେ ଦଳ ଆଗକୁ ଯାଇଥାନ୍ତା । ଯେଉଁମାନେ ଦଳର କ୍ଷତି କରିବାକୁ ଚାହୁଁଛନ୍ତି, ମା ଦୂର୍ଗା ତାଙ୍କୁ ସଦବୁଦ୍ଧି ଦିଅନ୍ତୁ”, ବୋଲିଅମରେଶ କହିଛନ୍ତି ।

ଗତ କିଛି ଦିନ ଧରି ବିଜେଡି କର୍ପୋରେଟରଙ୍କର କଳି ଘନେଇବା ପରେ ଆକ୍ସନ ମୋଡକୁ ଆସିଥିଲେ ନବୀନ ପଟ୍ଟନାୟକ । ଦଳରେ ବିଶୃଙ୍ଖଳା କାର୍ଯ୍ୟକଳାପ ପାଇଁ ଅମରେଶ ଜେନାଙ୍କ ସମେତ ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। କର୍ପୋରେଟର ବିରଞ୍ଚି ମହାସୁପକାର, ଅମରେଶ ଜେନା, ଯୁବ ସଭାପତି ରାଜେଶ ପାତ୍ର, ଛାତ୍ର ସଚିବ ବିବେକ ସ୍ୱାଇଁଙ୍କୁ ଏହି କାରଣ ଦର୍ଶାଅ ନୋଟିସର ଉତ୍ତର ଦେବାକୁ ୧୫ ଦିନ ସମୟ ଦିଆଯାଇଛି। ତେବେ ୨ରୁ ୩ ଦିନ ମଧ୍ୟରେ ନୋଟିସର ଜବାବ ଦେବେ ବୋଲି କହିଥିଲେ ଅମରେଶ ଜେନା।

ପୂର୍ବରୁ ବିଜେଡିରେ ବିଭୀଷଣ ଅଛନ୍ତି କହିଥିଲେ ଅମରେଶ । ଯିଏ ଦଳକୁ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି। ଏଭଳି ଚାଞ୍ଚଲ୍ୟକର ତଥା ସାଂଘାତିକ କଥା କହିଥି.ଲେ ବିଜେଡି କର୍ପୋରେଟର ଅମରେଶ ଜେନା ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ: ଟାର୍ଗେଟରେ…

କଟକ,୮।୧୦: ନକଲିର ଗନ୍ତାଘର କଟକ ସହର। ଏହା ମଧ୍ୟରେ ସାମ୍ନାକୁ ଆସିଛି ନକଲି ନୋଟ କାରବାର ଖବର। ପାର୍ବଣକୁ ଟାର୍ଗେଟ କରିଛନ୍ତି, ନୋଟ ମାଫିଆ। ଦଶହରା...

ଯନ୍ତ୍ରୀଙ୍କ ଆଖିଖୋସି ହୋଇଗଲା ଭଳି ସମ୍ପତି : କୋଟି କୋଟି ଟଙ୍କାର….

ଭୁବନେଶ୍ୱର,୮।୧୦: ତେଲ ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ୩୩୦୦ ବର୍ଗଫୁଟର...

Subhadra Yojana: ଦ୍ୱିତୀୟ ଥର ବି ଖାତାକୁ ‘ସୁଭଦ୍ରା ଟଙ୍କା’ ନ ଆସିଲେ କ’ଣ କରିବେ ହିତାଧିକାରୀ? ଜାଣିନିଅନ୍ତୁ…

ଭୁବନେଶ୍ୱର,୮।୧୦: ବୁଧବାର ଅର୍ଥାତ ଅକ୍ଟୋବର ୯ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସିବ। ଦଶହରା ସମୟ ଥିବାରୁ ଏନେଇ ମହିଳାଙ୍କ ମଧ୍ୟରେ...

ଜଙ୍ଗଲରୁ ମିଳିଲା ହାତୀର ମୃତଦେହ: ଗୋଟିଏ ଦାନ୍ତ କାଟି ନେଇଥିବା ସୂଚନା

ବଲାଙ୍ଗୀର,୮।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଅସୁରଡୁଙ୍ଗୁରି ଗାଁ ମଠଖାଇ ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ମିଳିଛି। ହେଲେ ମୃତ ହାତୀର ଗୋଟିଏ...

୯ ତାରିଖ ଏହି ସମୟରେ ଖାତାକୁ ଆସିବ ସୁଭଦ୍ରା ଟଙ୍କା, ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ଅପ୍‌ଡେଟ୍‌…

ଭୁବନେଶ୍ୱର,୮।୧୦: ‘ସୁଭଦ୍ରା ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୯ରେ ହିତାଧିକାରୀଙ୍କ ଆକାଉଣ୍ଟରେ ପହଞ୍ଚିବ। ଦଶହରା ପୂର୍ବରୁ ମହିଳାଙ୍କୁ ଏହି ଟଙ୍କା ମିଳିବାକୁ...

ନବୀନ ପଟ୍ଟନାୟକଙ୍କ ନୋମିନି ଘୋଷଣା: ଜାଣନ୍ତୁ କିଏ ହେଲେ…

ହିଞ୍ଜିଳିକାଟୁ, ୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ବ୍ଲକ, ପୌରାଞ୍ଚଳ ଓ ଜିଲା ପରିଷଦ...

ଟୁଇନ ସିଟିରେ ଟ୍ରାଫିକ କଟକଣା ଜାରି: ଜାଣନ୍ତୁ କେଉଁଠି ଲାଗିବ କଟକଣା

ଭୁବନେଶ୍ୱର,୮।୧୦: ଆସନ୍ତା ଦୂର୍ଗାପୂଜା ପାଇଁ ଟୁଇନ୍‌ ସିଟିରେ ଟ୍ରାଫିକ୍‌ କଟକଣା ଜୋରଦାର ହେବାକୁ ଯାଛି। କଟକରେ ଅପରାହ୍ନ ୪ରୁ ରାତି ୧ ପର୍ଯ୍ୟନ୍ତ କଟକଣା ଲାଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri