Categories: ଜାତୀୟ

ଏଏପି ପ୍ରାର୍ଥୀ କୁଲଦୀପ କୁମାର କିଏ? ଯିଏ ‘ସୁପ୍ରିମ୍‌’ ନିଷ୍ପତ୍ତି ଯୋଗୁ ହେଲେ ଚଣ୍ଡିଗଡ଼ ମେୟର

ଚଣ୍ଡିଗଡ଼,୨୦।୨: ଚଣ୍ଡିଗଡ଼ ମେୟର ନିର୍ବାଚନରେ ରିଗିଂ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏଏପି ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ବିଜେତା ଭାବେ ଘୋଷଣା କରାଯାଇଛି। ଏହି ନିଷ୍ପତ୍ତି ସହ ସେ ଚଣ୍ଡିଗଡ଼ରେ ପ୍ରଥମ ଏଏପି ପ୍ରାର୍ଥୀ ଭାବେ ନିର୍ବାଚନ ଜିତି ଇତିହାସ ରଚିଛନ୍ତି। ତେବେ ଏଏପି ଏବଂ କଂଗ୍ରେସ ମିଳିତ ଭାବେ ଏହି ନିର୍ବାଚନ ଲଢ଼ିଥିଲେ।
କୁଲଦୀପ କୁମାର ମେୟର ନିର୍ବାଚନକୁ ଜିତିକରି ବି ହାରି ଯାଇଥିଲେ। କାରଣ ତାଙ୍କ ସପକ୍ଷରେ ମିଳିଥିବା ୮ ଭୋଟ୍‌କୁ ନିର୍ବାଚନ ଅଧିକାରୀ ଅନିଲ ମସିହ ଅବୈଧ ବୋଲି ଘୋଷଣା କରିଥିଲେ। ଏହି କାରଣରୁ ଭାଜପା ପ୍ରାର୍ଥୀ ମନୋଜ ସୋନକରଙ୍କୁ ବିଜେତା ଘୋଷଣା କରାଯାଇଥିଲା।
ତେବେ ନିର୍ବାଚନ ଅଧିକାରୀ ଜାଣିଶୁଣି କୁଲଦୀପଙ୍କ ଭୋଟ୍‌କୁ ଅବୈଧ ଘୋଷଣା କରିଥିବା ନେଇ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏଥିରେ ସେ ୮ ଭୋଟ୍‌ରେ ଛକି ପକାଉଥିବା ଦେଖାଯାଇଥିଲା। ଏହାକୁ ନେଇ ହଙ୍ଗାମା ହେବା ସହ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।
କୁଲଦୀପ କୁମାର କିଏ?
କୁଲଦୀପ କୁମାର ଏକ ଗରିବ ପରିବାରରୁ ଆସିଥିବା ଏଏପି ମୁଖ୍ୟ କେଜ୍‌ରିଓ୍ବାଲ କହିଥିଲେ। ତେବେ ତାଙ୍କର ଲୋକପ୍ରିୟତା ଦେଖି ଏଏପି ତାଙ୍କୁ ମେୟର ଲାଗି ପ୍ରାର୍ଥୀ କରିଥିଲା। ଶେଷରେ ସେ ‘ସୁପ୍ରିମ୍‌ ନିଷ୍ପତ୍ତି’ ଯୋଗୁ ବିଜେତା ହୋଇଛନ୍ତି।
Share