କିଏ ସେହି ଲିଣ୍ଡା ୟାକାରିନୋ, ଯାହାଙ୍କୁ ଟୁଇଟର ସିଇଓ ଭାବେ ଚୟନ କରିଛନ୍ତି ଏଲନ

ଓ୍ବାଶିଂଟନ,୧୨ା୫: ଟୁଇଟର ମାଲିକ ଏଲନ ମସ୍କ ଏକ ବଡ଼ ଘୋଷଣା କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଖୁବ୍‌ଶୀଘ୍ର ସିଇଓ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି ଏବଂ ଏହା ସହିତ ସେ ଏକ ନୂତନ ସିଇଓ ମଧ୍ୟ ପାଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ସେ ଲିଣ୍ଡା ୟାକାରିନୋଙ୍କୁ ଟୁଇଟରର ସିଇଓ ଚୟନ କରିଛନ୍ତି।

ମସ୍କ ତାଙ୍କ ଟୁଇରରେ କହିଛନ୍ତି, ସେ ନୂତନ ସିଇଓ ଚୟନ କରିଥିବାରୁ ବହୁତ ଖୁସି। ମସ୍କଙ୍କ ଅନୁଯାୟୀ, ନୂତନ ସିଇଓ ୬ ସପ୍ତାହ ମଧ୍ୟରେ ଦାୟିତ୍ୱ ଗ୍ରହଣ କରିବେ। ଏଥିସହିତ ମସ୍କଙ୍କ ଭୂମିକା କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ ତଥା ସିଟିଓ ହେବ।

ୟାକାରିନୋ ‘ଏନ୍‌ବିସି ୟୁନିଭର୍ସାଲ ମିଡିଆ’ରେ ବୈଶ୍ୱିକ ବିଜ୍ଞାପନ ଏବଂ ଭାଗୀଦାରିତାର ଅଧ୍ୟକ୍ଷା ଅଛନ୍ତି। ୟାକାରିନୋ ଗତ ମାସରେ ମିଆମିରେ ଅନୁଷ୍ଠିତ ଏକ ବିଜ୍ଞାପନ ସମ୍ମିଳନୀରେ ମସ୍କଙ୍କଠାରୁ ସାକ୍ଷାତକାର ନେଇଥିଲେ।

ଏହାପୂର୍ବରୁ ସେ କମ୍ପାନୀର କେବୁଲ ଏଣ୍ଟରଟେନମେଣ୍ଟ ଏବଂ ଡିଜିଟାଲ ବିଜ୍ଞାପନ ବିକ୍ରୟ ବିଭାଗରେ ମଧ୍ୟ କାର୍ଯ୍ୟ କରିଥିଲେ। ଲିଣ୍ଡା ୟାକାରିନୋ ୧୯ ବର୍ଷ ପାଇଁ ଟର୍ନର କମ୍ପାନୀରେ କାର୍ଯ୍ୟ କରିଥିଲେ। ଏଠାରେ ମଧ୍ୟ ସେ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଅର୍ଥାତ ବିଜ୍ଞାପନ ବିକ୍ରୟ, ମାର୍କେଟିଂ ଏବଂ ଅଧିଗ୍ରହଣ ବିଭାଗରେ ସିଓଓ ବିଜ୍ଞାପନ ବିଭାଗରେ କାର୍ଯ୍ୟ କରିଥିଲେ।

Share