
ଓ୍ବାଶିଂଟନ୍,୬।୩: ବିଶ୍ୱର ଶକ୍ତିଶାଳୀ ଦେଶଗୁଡ଼ିକ ବିଷୟରେ ଆଲୋଚନାବେଳେ ଲୋକଙ୍କ ମନରେ ଆମେରିକା ଏବଂ ରୁଷିଆ ନାମ ନିଶ୍ଚିତ ଭାବରେ ଆସେ। ଏହି ଦୁଇଟି ଦେଶକୁ ବହୁତ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ। ଏହା ବ୍ୟତୀତ, ଏହି ଦେଶଗୁଡ଼ିକର ରାଷ୍ଟ୍ରପତିମାନେ ମଧ୍ୟ ବିଶ୍ୱ ରାଜନୀତିରେ ବଡ଼ ନାମ।
ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଏବଂ ଭ୍ଲାଦିମିର ପୁଟିନ ରୁଷିଆର ରାଷ୍ଟ୍ରପତି। ଏହି ଦୁଇ ନେତାଙ୍କ ନୀତି ଏବଂ କାର୍ଯ୍ୟ ଶୈଳୀ ଭିନ୍ନ ହୋଇପାରେ, କିନ୍ତୁ ଶିକ୍ଷାର କଥା ଆସିଲେ, କିଏ ଅଧିକ ଶିକ୍ଷିତ? ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆସେ।
ଡୋନାଲ୍ଡ ଟ୍ରମ୍ପଙ୍କ ଜନ୍ମ ୧୪ ଜୁନ ୧୯୪୬ରେ ନ୍ୟୁୟର୍କରେ ହୋଇଥିଲା। ରିପୋର୍ଟ ଅନୁସାରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର ପ୍ରାରମ୍ଭିକ ଶିକ୍ଷା କେଭ ଫରେଷ୍ଟ ସ୍କୁଲରୁ ପାଇଥିଲେ।
ତା’ପରେ ସେ ନ୍ୟୁୟର୍କ ମିଲିଟାରୀ ଏକାଡେମୀରେ ଅଧ୍ୟୟନ କରିଥିଲେ ଏବଂ ତା’ପରେ ଫୋର୍ଡହାମ ବିଶ୍ୱବିଦ୍ୟାଳୟକୁ ଯାଇଥିଲେ। ଏଠାରୁ ସେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ୱାର୍ଟନ ସ୍କୁଲ ଅଫ ଫାଇନାନ୍ସ ଆଣ୍ଡ କମର୍ସକୁ ସ୍ଥାନାନ୍ତରିତ ହୋଇଥିଲେ। ଏଠାରେ ସେ ଅର୍ଥନୀତିରେ ଡିଗ୍ରୀ ହାସଲ କରିଥିଲେ। ଏହା ଆମେରିକାର ରାଷ୍ଟ୍ରପତି ଭାବରେ ଟ୍ରମ୍ପଙ୍କର ଦ୍ୱିତୀୟ କାର୍ଯ୍ୟକାଳ।
ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜନ୍ମ ୭ ଅକ୍ଟୋବର ୧୯୫୨ରେ ସୋଭିଏତ୍ ୟୁନିଅନ (ବର୍ତ୍ତମାନ ରୁଷିଆ )ର ଲେନିନଗ୍ରାଡ (ବର୍ତ୍ତମାନ ସେଣ୍ଟ ପିଟର୍ସବର୍ଗ)ରେ ହୋଇଥିଲା। ପୁଟିନ ତାଙ୍କ ଘର ପାଖରେ ଥିବା ଏକ ସ୍କୁଲରୁ ତାଙ୍କର ପ୍ରାରମ୍ଭିକ ଶିକ୍ଷା ପାଇଥିଲେ।
ତା’ପରେ ପୁଟିନ ୧୯୭୫ ମସିହାରେ ଲେନିନଗ୍ରାଡ ଷ୍ଟେଟ ୟୁନିଭରସିଟି (ସେଣ୍ଟ ପିଟର୍ସବର୍ଗ ଷ୍ଟେଟ ୟୁନିଭରସିଟି)ରୁ ଆଇନ (ଏଲଏଲବି) ଡିଗ୍ରୀ ହାସଲ କରିଥିଲେ। ତା’ପରେ ସେ KGB (ରୁଷିଆନ ଗୁପ୍ତଚର ସଂସ୍ଥା)ରେ ଯୋଗଦେଲେ ଏବଂ ଗୁପ୍ତଚର କାର୍ଯ୍ୟରେ ବିଶେଷଜ୍ଞତା ହାସଲ କଲେ। ୧୯୯୦ ଦଶକରେ ପୁଟିନ ଅର୍ଥନୀତିରେ ଡକ୍ଟରେଟ (ପିଏଚଡି) ଡିଗ୍ରୀ ମଧ୍ୟ ହାସଲ କରିଥିଲେ।
ପୁଟିନଙ୍କ ରାଜନୈତିକ କ୍ୟାରିୟର ୨୦୧୨ ମସିହାରୁ ରୁଷିଆର ରାଷ୍ଟ୍ରପତି ଅଛନ୍ତି। ଏହା ପୂର୍ବରୁ, ସେ ୨୦୦୦ ରୁ ୨୦୦୮ ପର୍ଯ୍ୟନ୍ତ ରୁଷିଆନ ଫେଡେରେସନର ରାଷ୍ଟ୍ରପତି ଏବଂ ୧୯୯୯ ରୁ ୨୦୦୦ ଏବଂ ୨୦୦୮ ରୁ ୨୦୧୨ ପର୍ଯ୍ୟନ୍ତ ରୁଷିଆର ପ୍ରଧାନମନ୍ତ୍ରୀ ଥିଲେ।