ଆର୍ୟନଙ୍କ ସହ ଗିରଫ ହୋଇଥିବା ଯୁବତୀ ଜଣକ କିଏ…

ମୁମ୍ବାଇ: ଡ୍ରଗ୍ସ ମାମଲାରେ ବଲିଉଡ୍‌ ଷ୍ଟାର ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଏନ୍‌ସିବି ରବିବାର ଗିରଫ କରିଥିଲା। ହେଲେ ଏନ୍‌ସିବି ଆର୍ୟନଙ୍କ ସହ ତାଙ୍କର ଅନ୍ୟ ସାଥୀଙ୍କୁ ମଧ୍ୟ ଏହି ଘଟଣାରେ ଗିରଫ କରିଛି। ତେବେ ସେମାନଙ୍କ ମଧ୍ୟରେ ଥିବା ଯୁବତୀ ଜଣକ ହେଉଛନ୍ତି ମୁନମୁନ ଧାମେଚା। ସେ ବ୍ୟବସାୟୀ ପରିବାରର। ୩୯ ବର୍ଷୀୟ ଏହି ଯୁବତୀ ଜଣକ ଜଣେ ଫେସନ ମଡେଲର। ସେ ତାଙ୍କ ମା’ଙ୍କୁ ଗତବର୍ଷ ହରାଇଥିବା ବେଳେ ବାପା ଅମିତ କୁମାର ଧାମେଚା ଆଗରୁ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ସେ ଭୋପାଳରେ ରହୁଥିବା ବେଳେ ଗତ ୬ବର୍ଷ ହେବ ଭାଇଙ୍କ ସହ ଦିଲ୍ଲୀରେ ରହୁଛନ୍ତି।

ସୂଚନାନୁସାରେ, ଗତକାଲି ଆର୍ୟନଙ୍କ ସହ ତାଙ୍କ ସାଥୀ ମୁନମୁନ, ନୁପୁର ସାରିକା, ଅରବାଜ୍‌ ସେଟ ମରଚାଣ୍ଟ, ମୋହକ ଜସ୍‌ୱାଲ, ବିକ୍ରାନ୍ତ ଚୋକ୍କର, ଗୋମିତ ଚୋପ୍ରା, ଇସ୍‌ମିତ ସିଂ ମଧ୍ୟ ଧରା ପଡ଼ିଛନ୍ତି। ତେବେ ବର୍ତ୍ତମାନ ମୁନମୁନଙ୍କୁ ନେଇ ଆଲୋଚନା ହେଉଛି।

Share