Categories: ଜାତୀୟ

କିଏ ସେହି ନଭ୍ୟା? ଯିଏକି ପ୍ରିୟଙ୍କାଙ୍କୁ ଦେବେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯ା୧୦: କେରଳର ଓ୍ବାୟନାଡ୍‌ ଲୋକ ସଭା ଆସନ ପାଇଁ ନଭେମ୍ବର ୧୩ରେ ଉପନିର୍ବାଚନ ହେବାକୁ ଯାଉଥିବାବେଳେ ଭାଜପା ସେଠାରୁ ନଭ୍ୟା ହରିଦାସଙ୍କୁ ପ୍ରାର୍ଥୀ କରିଛି। ସେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ।

ନଭ୍ୟା ଭାଜପା ମହିଳା ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦିକା ଅଛନ୍ତି। ସେ କୋଝିକୋଡ୍‌ କର୍ପୋରେଶନରୁ ଦୁଇଥର କାଉନ୍‌ସିଲର ରହିବା ସହ କର୍ପୋରେଶନର ଭାଜପା ସଂସଦୀୟ ଦଳ ନେତା ଥିଲେ। ୨୦୨୧ ବିଧାନସଭା ନିର୍ବାଚନରେ ତାଙ୍କୁ କୋଝିକୋଡ୍‌ ସାଉଥ୍‌ ଆସନରୁ ଏନ୍‌ଡିଏ ପ୍ରାର୍ଥୀ କରାଯାଇଥିଲା। ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨ଟି ଆସନରୁ ବିଜୟୀ ହେବା ପରେ ରାଏବରେଲିକୁ ନିଜ ହାତରେ ରଖି ଓ୍ବାୟନାଡ୍‌ ଆସନକୁ ଛାଡ଼ିଥିଲେ। ଫଳରେ ସେଠାରେ ଉପନିର୍ବାଚନ ଆବଶ୍ୟକ ପଡ଼ିଥିଲା। ସେଠାରୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି।

Share