Categories: ବାଣିଜ୍ୟ

ନଓ୍ବାଜ ମୋଦି କିଏ? ଯାହାଙ୍କଠାରୁ ୩୨ ବର୍ଷ ପରେ ଅଲଗା ହେଲେ ରେମଣ୍ଡ ଗ୍ରୁପ୍‌ ଚେୟାରମ୍ୟାନ୍‌

ନୂଆଦିଲ୍ଲୀ,୧୪।୧୧: ବ୍ୟବସାୟଜଗତରେ ରେମଣ୍ଡ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଗୌତମ ସିଙ୍ଘାନିଆ ଜଣେ ପରିଚିତ ନାମ। ୧୧,୦୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ସେ। ଗୌତମ ସ୍ତ୍ରୀ ନଓ୍ବାଜ ମୋଦି ସିଙ୍ଘାନିଆଙ୍କଠାରୁ ଅଲଗା ହେବାନେଇ ଘୋଷଣା କରିବା ପରଠାରୁ ଚର୍ଚ୍ଚାରେ ଅଛନ୍ତି। ତେବେ ଆସନ୍ତୁ ଜାଣିବା ନଓ୍ବାଜଙ୍କ ବିଷୟରେ ସବିଶେଷ…

ନଓ୍ବାଜ ମୋଦି ଫିଟ୍‌ନେସଜଗତର ଜଣାଶୁଣା ନାମ। ସେ ଯୋଗାଭ୍ୟାସ କରୁଥିବା ବେଳେ ଫିଟ୍‌ନେସ ଟ୍ରେନର ଭାବେ ନାମ କମାଇଛନ୍ତି। ସେ ‘ବଡି ଆଟ୍‌ ଫିଟ୍‌ନେସ’ର ସ୍ଥାପନା କରିଛନ୍ତି। ତାଙ୍କ ବାପାଙ୍କ ନାମ ନାଦର ମୋଦି, ଯିଏକି ଜଣେ ଲୋକପ୍ରିୟ ଓକିଲ ଅଟନ୍ତି। ନଓ୍ବାଜ ମଧ୍ୟ ନିଜର ଓକିଲାତି ପଢ଼ା ଶେଷ କରିଛନ୍ତି। ପିଲାଟି ଦିନରୁ ତାଙ୍କର ଖେଳ ଏବଂ ଫିଟ୍‌ନେସ୍‌ ପ୍ରତି ରୁଚି ରହିଥିଲା। ମୁମ୍ବାଇରେ ନଓ୍ବାଜ ନିଜର ବ୍ୟବସାୟ ଏବଂ ବଡି ଆର୍ଟ ଫିଟନେସ୍‌ ସୁବିଧା ଆରମ୍ଭ କରିବା ଲାଗି ଡିଗ୍ରୀ ହାସଲ କରିବା ସହ ପଢ଼ାଇବା ମଧ୍ୟ ଆରମ୍ଭ କରିଥିଲେ। ତାଙ୍କ ପରେ ଅନେକ ଆର୍ଟ ଫିଟ୍‌ନେସ ସୁବିଧା ଆରମ୍ଭ ହୋଇଥିଲା।

କହିରଖୁଛୁ, ଚଳିତ ବର୍ଷ ଗୌତମଙ୍କ ଦୀପାବଳି ପାର୍ଟିରେ ନଓ୍ବାଜଙ୍କୁ ସାମିଲ ହେବାର ସୁଯୋଗ ଦିଆଯାଇ ନ ଥିଲା। ତାଙ୍କୁ ନିମନ୍ତ୍ରଣ କରାଯାଇଥିଲେ ହେଁ ସେ ଗେଟ୍‌ ବାହାରେ ଥିବା କାର୍‌ରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ। ଏହାର ଏକାଧିକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲର କେଇ ଘଣ୍ଟା ପରେ ହଠାତ ଗୌତମ ନଓ୍ବାଜଙ୍କଠାରୁ ବାଟ ଅଲଗା କରିଥିବା ଘୋଷଣା କରି ସମସ୍ତଙ୍କୁ ଚମକାଇଛନ୍ତି। ବ୍ୟକ୍ତିଗତ ନିଷ୍ପତ୍ତି ହୋଇଥିବାରୁ ଏନେଇ ଗୌତମ କିଛି କହିବାକୁ ଚାହୁଁ ନ ଥିବା ସ୍ପଷ୍ଟ କରିଛନ୍ତି।

Share