Categories: ଜାତୀୟ

କିଏ ହେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ, ରେସ୍‌ରେ ୪ ଜଣ

ଡେରାଡୁନ,୧୦ ।୩: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ବହୁମତ ମିଳିଛି । ହେଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖଟିମା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭୁବନ ଚନ୍ଦ୍ର କାପଡିଙ୍କଠାରୁ ମାତ୍ର ୬,୫୭୯ ଭୋଟରେ ହାରି ଯାଇଛନ୍ତି । ତେଣୁ ଏବେ ପ୍ରଶ୍ନ ଉଠିଛି କିଏ ହେବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଏବେ ଏହି ରେସ୍‌ରେ ଧନ ସିଂ ରାୱତ, ସତପାଲ ମହାରାଜ ଓ ତ୍ରିବେନ୍ଦ୍ର ସିଂ ରାୱତ ଥିବା ବେଳେ ମସୁରୀର ବିଧାୟକ ଗଣେଶ ଯୋଶୀଙ୍କ ନାଁ ବି ଚର୍ଚ୍ଚାକୁ ଆସିଛି । ତେଣୁ ସବୁ ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ ବୋଲି ବି ଆଲୋଚନା ହେଉଛି ।
ସୂଚନାଯୋଗ୍ୟ, ଉତ୍ତରାଖଣ୍ଡ ବିଧାନସଭାର ମୋଟ ୭୦ ଆସନରୁ ଭାଜପା ୪୭ରେ ବିଜୟ ହାସଲ କରିବାକୁ ଯାଉଥିବା ବେଳେ ଏଠାରେ ସଂଖ୍ୟା ଗରିଷ୍ଠତା ପାଇଁ ଆବଶ୍ୟକ ୩୬ ଆସନ । ସେଠାରେ କଂଗ୍ରେସ ଏବେ ପର୍ଯ୍ୟନ୍ତ ୧୩ରେ ବିଜୟୀ ହୋଇଥିବା ବେଳେ ୬ ଆସନରେ ଆଗୁଆ ରହିଛି ।

Share