Categories: ଜାତୀୟ

ଘରେ ଫ୍ରିଜ୍‌ ଥିଲେ ବି ହେବନାହିଁ କାର୍ଡ, ଜାଣନ୍ତୁ କେଉଁମାନଙ୍କୁ ମିଳିବନି ଆୟୁଷ୍ମାନ ଯୋଜନାର ଲାଭ

ନୂଆଦିଲ୍ଲୀ,୧୨।୯: ମୋଦି ସରକାରଙ୍କ ଅନ୍ୟତମ ଯୋଜନା ଆୟୁଷ୍ମାନ ଭାରତ ପୁଣିଥରେ ଏହି ଖବରରେ ସ୍ଥାନ ପାଇଛି। ଦେଶର ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ଆୟ ବର୍ଗର ଲୋକଙ୍କୁ ସ୍ବସ୍ଥ୍ୟ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଦେଶର ପ୍ରାୟ ୫୦ କୋଟି ଲୋକ ଉପକୃତ ହୋଇସାରିଛନ୍ତି। ଯଦି ଆପଣ ଆୟୁଷ୍ମାନ କାର୍ଡ ତିଆରି କରିବାକୁ ଚାହୁଁଛନ୍ତି, ତେବେ କିଛି ଜିନିଷକୁ ଧ୍ୟାନରେ ରଖିବା ଜରୁରୀ। ସରକାର ଏଥିପାଇଁ ଉପଯୁକ୍ତ ମାନଦଣ୍ଡ ସ୍ଥିର କରିଛନ୍ତି।

ସରକାରୀ ନିୟମ ବିଷୟରେ କହିବାକୁ ଗଲେ ଆୟୁଷ୍ମାନ ଭାରତ କାର୍ଡ ତିଆରି କରିବା ପାଇଁ କିଛି ମାନଦଣ୍ଡ ପୂରଣ କରିବା ଆବଶ୍ୟକ। ଏଥିପାଇଁ ଏସ୍‌ସି-ଏସ୍‌ଟି କିମ୍ବା ଇଡବ୍ଲ୍ୟୁଏସ୍‌ ବର୍ଗର ହୋଇଥିବା ଆବଶ୍ୟକ। ଆହୁରି ମଧ୍ୟ, ଆପଣଙ୍କର ରୋଜଗାର ପ୍ରତି ମାସରେ ୧୦,୦୦୦ରୁ ଅଧିକ ହୋଉନଥିବ। ଏହାର ଅଧିକାଂଶ ଲାଭ ସେହି ଲୋକଙ୍କୁ ଦିଆଯାଉଛି ଯେଉଁମାନଙ୍କର ସ୍ଥାୟୀ ଘର କିମ୍ବା ନିଜସ୍ବ କୃଷି ଜମି ନାହିଁ । ତଥାପି, ଆବେଦନ କରିବା ପୂର୍ବରୁ, ଆପଣ ନିଶ୍ଚିତ ଭାବରେ ଜାଣି ରଖିବା ଉଚିତ୍‌ ଯେ ଆୟୁଷ୍ମାନ ଭାରତ କାର୍ଡ କେଉଁମାନେ ତିଆରିକରିପାରିବ ନାହିଁ। ଯେଉଁମାନେ ଆୟୁଷ୍ମାନ ଭାରତ କାର୍ଡ ତିଆରି କରନ୍ତି ସେମାନେ ଅନେକ ପ୍ରକାରର ଚିକିତ୍ସା ସୁବିଧା ପାଆନ୍ତି ।

ବର୍ତ୍ତମାନ ଆୟୁଷ୍ମାନ ଭାରତ କାର୍ଡରେ ଗୋଟିଏ ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଦିଆଯାଉଛି। ସମ୍ପ୍ରତି ଅନେକ ଆଲୋଚନା ହୋଇଥିଲା ଯେ ଚିକିତ୍ସାର ମୂଲ୍ୟ ବୃଦ୍ଧି ହେତୁ ଏହାର କଭରେଜ ଦ୍ୱିଗୁଣିତ ହୋଇ ୧୦ ଲକ୍ଷ ଟଙ୍କା ହେବ। ଯଦି ଏହା ଘଟେ ତେବେ ଦେଶର ୫୦ କୋଟି ଲୋକ ଏବଂ ପ୍ରାୟ ୫ରୁ ୭ କୋଟି ବୟସ୍କ ବ୍ୟକ୍ତି ଗୁରୁତର ରୋଗର ଚିକିତ୍ସାରେ ବହୁତ ଆରାମ ପାଇବେ।

ଜାଣିରଖନ୍ତୁ କେଉଁମାନଙ୍କର କାର୍ଡ ହୋଇପାରିବ ନାହିଁ…

– ଯେଉଁମାନଙ୍କର ବାଇକ, କାର୍‌ କିମ୍ବା ଅଟୋ ରିକ୍ସା ଅଛି, ସେମାନଙ୍କର କାର୍ଡ ହୋଇପାରିବ ନାହିଁ ।
– ମାଛ ଧରିବା ପାଇଁ ଏକ ମୋଟର ଡଙ୍ଗା ଥିଲେ ମଧ୍ୟ ଏହା ସମ୍ଭବ ନୁହେଁ।
-ଚାଷ କାର୍ଯ୍ୟ କରିବା ପାଇଁ ଯାନ୍ତ୍ରିକ ଉପକରଣ ବ୍ୟବହାର କରୁଥିଲେ।
– ସରକାରୀ ଚାକିରି କରୁଥିଲେ।
– ଯାହାଙ୍କ ପାଖରେ ୫୦ ହଜାରରୁ ଅଧିକ ଟଙ୍କାର କିସାନ କ୍ରେଡିଟ କାର୍ଡ ଅଛି।
– ସରକାରଙ୍କ ପରିଚାଳନାରେ ଚାଲୁଥିବା ଅଣ କୃଷି ଉଦ୍ୟୋଗରେ କାର୍ଯ୍ୟ କରୁଥିଲେ।
– ପ୍ରତି ମାସରେ ୧୦ ହଜାରରୁ ଅଧିକ ରୋଜଗାର କରୁଥିଲେ।
– ଘରେ ଫ୍ରିଜ କିମ୍ବା ଲ୍ୟାଣ୍ଡଲାଇନ ଫୋନ ଥିଲେ।
– ଯେଉଁମାନଙ୍କର ସ୍ଥାୟୀ ଘର ଅଛି କିମ୍ବା ୫ ଏକରରୁ ଅଧିକ କୃଷି ଜମି ଅଛି। ତାଙ୍କୁ ଆୟୁଷ୍ମାନ କାର୍ଡ ମିଳିବ ନାହିଁ।

Share