କେତେବେଳେ ଜାହ୍ନବୀ କପୁରଙ୍କ ହାତ ଧରୁଛନ୍ତି ତ କେବେ ସାରାଙ୍କ ଅତି ନିକଟରେ; କିଏ ଏହି ବ୍ୟକ୍ତି ଯାହାଙ୍କୁ କହାଯାଉଛି ‘ମିଷ୍ଟ୍ରି ମ୍ୟାନ୍‌’

ବମ୍ବେ: ବଲିଉଡ୍‌ରେ ଏଭଳି ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାରେ, ଯାହାଙ୍କୁ ସବୁବେଳେ ବଲିଉଡ୍‌ ଅଭିନେତ୍ରୀଙ୍କ ସହ ଦେଖିବାକୁ ମିଳୁଛି। ସେ ଜାହ୍ନବୀ କପୁର ନଚେତ ସାରା ଅଲୀ ଖାନଙ୍କ ସହ ଅଧିକାଂଶ ସମୟରେ ନଜର ଆସୁଛନ୍ତି। ଫିଲ୍ମଜଗତର ଲଳନାମାନଙ୍କ ମଧ୍ୟରେ ସେ ବେଶ୍‌ ଲୋକପ୍ରିୟ ବୋଲି କୁହାଯାଉଛି। ସେ ହେଲେ ଓରହାନ ଆବାତ୍ରାମଣି। ଆସନ୍ତୁ ଜାଣିବା ଏହି ମିଷ୍ଟ୍ରି ମ୍ୟାନ ଜଣଙ୍କ କିଏ।

ନିକଟରେ ଜାହ୍ନବୀ ସମୁଦ୍ରକୂଳରେ ବିକିନି ପିନ୍ଧି ବୁଲୁଥିବା ବେଳର କିଛି ଫଟୋ ଶେୟାର କରିଥିଲେ। ଏଥିରେ ସେ ଓରହାନଙ୍କ ହାତ ଧରି ଦୌଡ଼ୁଥିବା ନଜର ଆସିଥିଲେ।

ଓରହାନ ବଲିଉଡ୍‌ରେ ଓରି ନାମରେ ଖ୍ୟାତ। ସାରାଙ୍କ ବ୍ୟତିତ ପଟୌଦୀ ପରିବାରର ଅନ୍ୟ ସଦସ୍ୟଙ୍କ ସହ ତାଙ୍କର ଭଲ ସମ୍ବନ୍ଧ ରହିଛି। ଏହାଛଡ଼ା ବଲିଉଡ୍‌ ପାର୍ଟିରେ ମଧ୍ୟ ସେ ନଜର ଆସନ୍ତି। କେବଳ ଯେ ଯୁବ ଅଭିନେତ୍ରୀ ତାହା ନୁହେଁ ଅନେକ ସମୟରେ ସେ ବିଗତ ଦିନର ଅଭିନେତ୍ରୀଙ୍କ ସହ ନଜର ଆସିଛନ୍ତି।

ଓରହାନ ଆମିମେଶନରେ ନିଜର କ୍ୟାରିୟର କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଟ୍ରେନିଂ ନେଉଛନ୍ତି। ସେ ଷ୍ଟାର କିଡ ନୁହନ୍ତି। ହେଲେ ସାରାଙ୍କ ସହ କଲମ୍ବିଆ ୟୁନିଭର୍ସିଟିରେ ଗ୍ରାଜୁଏଶନ ପଢ଼ିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ଏବେ ସେମାନେ ପରସ୍ପରର ବ୍ରେଷ୍ଟ ଫ୍ରେଣ୍ଡ ବୋଲି କହୁଛନ୍ତି। ହେଲେ ତାଙ୍କ ପରିବାର ବିଷୟରେ ବିଶେଷ କଥା ଜଣାପଡ଼ି ନାହିଁ।

Share