ଦିନେ ଡାକ୍ତର କହିଥିଲେ ତୁମେ ମା’ ହୋଇପାରିବ ନାହିଁ, ଏବେ ଚତୁର୍ଥଥର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ!

ପଞ୍ଜାବୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ନୀରୁ ବାଜୱା ଚତୁର୍ଥ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ସେ ଭିଡିଓ ଶେୟାର କରି ଏହି ଖୁସି ଖବର ପ୍ରଶଂସକଙ୍କୁ ଜଣାଇଛନ୍ତି। ଏଥିରେ ତାଙ୍କ ବେବି ବମ୍ପ ସ୍ପଷ୍ଟ ନଜର ଆସିଛି। ପୂର୍ବରୁ ତାଙ୍କର ୩ କନ୍ୟା ସନ୍ତାନ ଅଛନ୍ତି। ଏପରି ଏକ ସମୟ ଥିଲା ଯେତେବେଳେ ଡାକ୍ତରମାନେ ନୀରୁଙ୍କୁ କଦାପି ମା’ ହୋଇପାରିବେ ନାହିଁ ବୋଲି କହିଥିଲେ। କିନ୍ତୁ ଇଶ୍ବରଙ୍କ ଇଚ୍ଛା ଆଗରେ ସବୁକିଛି ଫେଲ୍‌ ଭଳି ନୀରୁ ଥରେ ନୁହେଁ, ଚାରିଥର ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି।
ନୀରୁ କେବଳ ଜଣେ ଅଭିନେତ୍ରୀ ନୁହଁନ୍ତି, ସେ ଜଣେ ନିର୍ମାତା ଏବଂ ନିର୍ଦ୍ଦେଶକ ମଧ୍ୟ। ପଞ୍ଜାବ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ ଦବଦବା ରହିଛି। ନିକଟରେ ସେ ତାଙ୍କର ଆଗାମୀ ପ୍ରୋଜେକ୍ଟ ବିୟୁଟିଫୁଲ୍‌ ବିଲ୍ଲୋ ଏକ ପୋଷ୍ଟର ଶେୟାର କରିଛନ୍ତି। ଏହି ପୋଷ୍ଟରରେ ନୀରୁ ଗର୍ଭବତୀ ଅଛନ୍ତି। ଏଥିସହ ସେ କ୍ୟାପସନରେ ଲେଖିଛନ୍ତି – ବିଲୋ ମା’ ହେବାକୁ ଯାଉଛନ୍ତି। ଏହାକୁ ନେଇ ତାଙ୍କ ପ୍ରଶଂସକ ଦ୍ୱନ୍ଦରେ ଅଛନ୍ତି। ସତରେ ନୀରୁ ମା’ ହେବେ ନା ଫିଲ୍ମ ପ୍ରମୋଶନ ପାଇଁ ଏପରି କରୁଛନ୍ତି ତାହା ଆଗକୁ ଦେଖିବାକୁ ବାକି ରହିଲା।

Share