Categories: ଜାତୀୟ

ରାଣା ଗୁରଜିତ ସିଂଙ୍କୁ ନେଇ ସରଗରମ ପଞ୍ଜାବ ରାଜନୀତି

ଚଣ୍ଡିଗଡ଼,୨୮ ।୯: ପଞ୍ଜାବ ରାଜନୀତିରେ ସଂଘର୍ଷ ଲାଗି ରହିଛି । କଂଗ୍ରେସ ଶାସିତ ଏହି ରାଜ୍ୟରେ ସବୁବେଳେ କିଛି ନା କିଛି ଅସୁବିଧା ପରିଲକ୍ଷିତ ହେଉଛି । ଏହି କାରଣରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେଇଥିବା ବେଳେ ଅମରିନ୍ଦରଙ୍କ ସହ ମନୋମାଳିନ୍ୟ ଯୋଗୁ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ କିଛିଦିନ ରାଜନୀତି ଠାରୁ ଦୂରେଇ ରହିବା ପରେ ଏବେ ପୁଣିଥରେ କଂଗ୍ରେସରେ ଯୋଗ ଦେଇଥିଲେ । ଆଉ ତୁରନ୍ତ ତାଙ୍କୁ ପିସିସି ସଭାପତି କରି ଦିଆଯାଇଥିଲା । ହେଲେ ମାତ୍ର ୭୨ ଦିନ ପରେ ସିଦ୍ଧୁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଏବେ ଆଲୋଚନା ହେଉଛି କି କ୍ୟାପଟେନଙ୍କ ସହ ମନୋମାଳିନ୍ୟ ହେଉ ଅବା ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ ସହ ମନୋମାିଳନ୍ୟ ହେଉ ନ ଚତ୍ ରାଣା ଗୁରଜିତ ସିଂ ମନ୍ତ୍ରୀ ହେବାକୁ ନେଇ ହେଉ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ପ୍ରକୃତରେ ରାଣା ଗୁରଜିତ ସିଂଙ୍କୁ ନେଇ ଏବେ ପଞ୍ଜାବ ରାଜନୀତି ସରଗରମ । ତାଙ୍କ ନାଁରେ ଭ୍ରଷ୍ଟାଚାର ମାମଲା ରହିଛି । ଯେଉଁଥିପାଇଁ ତାଙ୍କୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ଶାସନ କାଳରେ ପଦ ଛାଡିବାକୁ ପଡିଥିଲା । ଆଉ ଏବେ ତାଙ୍କୁ ମନ୍ତ୍ରୀ କରା ନ ଯିବାକୁ ଦାବି କରି ପ୍ରାୟ ୬ ଜଣ ବିଧାୟକ ସିଦ୍ଧୁଙ୍କୁ ପତ୍ର ଲେଖିଥିବା ବେଳେ ସେ କିନ୍ତୁ ମନ୍ତ୍ରୀ ଭାବେ ଏଥର ଶପଥ ନେଇଛନ୍ତି । ହୁଏତ ଏହାକୁ ବିରୋଧ କରି ସିଦ୍ଧୁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି ।

Share