Ravenshaw: କିଏ ଏହି ରେଭେନ୍ସା, କେମିତି ହୋଇଥିଲା ରେଭେନ୍ସା ବିଶ୍ୱ ବିଦ୍ୟାଳୟ, ଜାଣନ୍ତୁ ଏହା ପଛର କାହାଣୀ…

ଭୁବନେଶ୍ୱର,୩।୯: ଦେଶର ଯେଉଁକିଛି ବିଶ୍ୱ ବିଦ୍ୟାଳୟ ଅଛି ସେଥିମଧ୍ୟରୁ ରେଭେନ୍ସା ହେଉଛି ସର୍ବ ପୁରାତନ ବିଶ୍ୱ ବିଦ୍ୟାଳୟ। ତେଣୁ ଏବେ କିଛିଦିନ ତଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସାର ନାଁ ପରିବର୍ତ୍ତନ କରିବା ନେଇ ବିଷୟବସ୍ତୁ ଉଠାଇଥିଲେ। ଏବଂ ତାହା ପରେ ଆଲୋଚନାର ପରିସରକୁ ଆସିଥିଲା। ଏନେଇ ବିଭିନ୍ନ ରାଜନୈତିକ ଦଳ ଓ ବିଶେଷଜ୍ଞମାନେ ବିଭିନ୍ନ ମତ ଦେଉଛନ୍ତି। ତେବେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ନାମକରଣ ହେବା ପଛରେ ହେବାର କ’ଣ ରହିଛି ଇତିହାସ। ରେଭେନ୍ସା କିଏ? ଆସନ୍ତୁ ଜାଣିବା…

କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ରେଭେନ୍ସା ନାମ ପରିବର୍ତ୍ତନର ପ୍ରସଙ୍ଗ ଉଠାଇ ବିତର୍କର ସୂତ୍ରପାତ କରିଛନ୍ତି। ରେଭେନ୍ସା ଯାହା ଦେଶର ସର୍ବ ପୁରାତନ ବିଶ୍ୱ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ। ଯାହାର ଇତିହାସ ୨୦ କି ୩୦ ବର୍ଷ ନୁହେଁ ୧୫୬ ବର୍ଷ ପୁରୁଣା। ରେଭେନ୍ସା ବିଶ୍ୱ ବିଦ୍ୟାଳୟର ନାମକରଣ ବ୍ରିଟିଶ ପ୍ରଶାସକ ଥୋମାସ ଏଡଓ୍ବର୍ଡ ରେଭେନ୍ସାଙ୍କ ନାମ ଅନୁଯାୟୀ ଦିଆଯାଇଛି। ଜାଣନ୍ତୁ ତାଙ୍କ ସମ୍ପର୍କରେ…

ବ୍ରିଟିଶ୍‌ ଇଷ୍ଟ ଇଣ୍ଡିଆ କମ୍ପାନୀର ଏକ ଅଧିକାରୀ ଜନ ହୁରଦିସ ରେଭେନ୍ସାଙ୍କ ପରିବାରରେ ଜନ୍ମ ଥୋମାସ ଏଡଓ୍ବାର୍ଡ ରେଭେନ୍ସା ୧୮୬୫ ମସିହାରେ ଓଡ଼ିଶା ଡିଭିଜନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରନ୍ତି। ଓଡ଼ିଶାରେ ଉଚ୍ଚଶିକ୍ଷାକୁ ଆଗକୁ ବଢାଇବା ପାଇଁ ରେଭେନ୍ସା କଲେଜ ସ୍ଥାପନ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ମଧ୍ୟରୁ ଅନ୍ୟତମ ଥିଲା। ୧୮୬୬ରେ ହୋଇଥିବା ଦୁର୍ଭିକ୍ଷରେ ଓଡ଼ିଶାରେ ପ୍ରାୟ ୨ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା।

ଇଂରେଜ ଶାସନାଧିନ ଭାରତବର୍ଷରେ ଓଡିଶାପାଇଁ ଏହା ଗୋଟିଏ କଳଙ୍କମୟ ଇତିହାସ ଥିଲା। ଓଡ଼ିଶା ନଅଙ୍କ ଦୁର୍ଭିକ୍ଷ ଦେଇ ଗତି କରୁଥିବାବେଳେ କମିଶନରଙ୍କ ପାଖରେ ଖବର ପହଞ୍ଚେ ଯେ ଓଡ଼ିଶାର କୃଷକମାନେ କର ପଇଠ ନ କରିବାକୁ ଏଭଳି ବାହାନା କରୁଛନ୍ତି। ତେବେ କିଛି ବଙ୍ଗୀୟ ଅଧିକାରୀଙ୍କ ଏହି ଭ୍ରମାତ୍ମକ ବିବୃତ୍ତିରେ ରେଭେନ୍ସା ଭଳି ଯାଆନ୍ତି । ଏବଂ ପରେ ଓଡ଼ିଶା କୃଷକମାନଙ୍କଠାରୁ ୨୦ ହଜାର ଟନର ଚାଉଳ ବଙ୍ଗଳାକୁ ରତ୍ପାନୀ କରି ଦିଆଯାଏ । କିନ୍ତୁ ପରେ ନିଜେ କମିଟି ଗଠନ କରି ସ୍ଥିତି ପରଖିବା ପରେ ରେଭେନ୍ସା ନିଜ ଭୁଲ ବୁଝି ପାରନ୍ତି। ପୋକ ମାଛି ପରି ମରୁଥିବା ଲୋକମାନଙ୍କୁ ଦେଖି ସମ୍ବେଦନଶୀଳ ହୋଇପଡନ୍ତି ସାହେବ। ବଙ୍ଗୀୟ ଅଧିକାରୀଙ୍କ ସଠତା ଜାଣିବା ପରେ, ଓଡ଼ିଶା ଲୋକଙ୍କ ଶିକ୍ଷା, ସରକାରୀ ଚାକରିରେ ଭାଗିଦାରି ନେଇ ଚେଷ୍ଟିତ ହୁଅନ୍ତି ।

ଓଡ଼ିଶା ବିକାଶ ପାଇଁ ଓ ପୋଥୀର ସଂରକ୍ଷଣ, ଓ ପ୍ରିଣ୍ଟି ପ୍ରେସର ସ୍ଥାପନ ଦିଗରେ ସେ କାମ କରନ୍ତି। କିଛି ଗବେଷଣା ଏହା ମଧ୍ୟ କୁହେ ଯେ, ଗୌରୀଶଙ୍କର ରାୟଙ୍କ ସହ ସାମିଲ ହୋଇ ସେ ‘କଟକ ପ୍ରିଟିଙ୍ଗ କମ୍ପାନୀ’ ବସାଇବାରେ ସାହାଯ୍ୟ କରିଥିଲେ ଓ ଏହାର ଅଂଶଧନ ମଧ୍ୟ କିଣିଥିଲେ।

ଓଡ଼ିଶାରେ ଦୁର୍ଭିକ୍ଷ ପରେ ଶିକ୍ଷା କ୍ଷେତ୍ରରେ ଗୁଣମାନ ଶିକ୍ଷାର ମହତ୍ୱ ବିଚାର କରି ରେଭେନ୍ସା ବଡ଼ ନିଷ୍ପତ୍ତି ନିଅନ୍ତି। ୧୮୬୮ ମସିହାରେ କଟକ ଜିଲା ସ୍କୁଲରେ ଆଉ ଦୁଇଟି ଉଚ୍ଚତର ଶ୍ରେଣୀ ଖୋଲାଯାଇ ପାଠ୍ୟକ୍ରମ ଆରମ୍ଭ ହୁଏ। ପରେ ୧୮୭୬ରେ ଏହା ସମ୍ପୂର୍ଣ୍ଣ ଭାବେ ପ୍ରଥମ ଶ୍ରେଣୀର କଲେଜ ଭାବେ ପୁନଃ ନବୀକରଣ ହୋଇଥିଲା। କଲେଜର ରୂପ ନେବା ପରେ ଏହା କଟକ କଲେଜ ଭାବରେ ପରିଗଣିତ ହୋଇଥିଲା। ଯେଉଁ ପର୍ଯ୍ୟନ୍ତ ଏହାର ନାମ ରେଭେନ୍ସା କଲେଜ ହୋଇ ନ ଥିଲା ସେପର୍ଯ୍ୟନ୍ତ ଏହା କଟକ କଲେଜ ଭାବରେ ପରିଚିତ ହୁଏ। ପରବର୍ତ୍ତୀ ସମୟରେ ଏହା ‘ରେଭେନ୍ସା ମହାବିଦ୍ୟାଳୟ’ ନାମରେ ପରିଚିତ ହୁଏ। ନାରୀଶିକ୍ଷା ଗୁରୁତ୍ୱକୁ ଅନୁଭବ କରି ରେଭେନ୍ସା ମହିଳାଙ୍କୁ ପାଠ ପଢିବାର ପ୍ରକ୍ରୟା ପ୍ରଥମେ ଆରମ୍ଭ କରିଥିଲେ। ସେତେବେଳେ ନାରୀଶିକ୍ଷାର ଏତେ ପ୍ରଚାର ପ୍ରସାର ନ ଥିବାରୁ ଝିଅମାନଙ୍କୁ ସ୍କୁଲ ଛାଡିବାକୁ କେହି ପ୍ରସ୍ତୁତ ନ ଥିଲେ। ତେବେ ତାଙ୍କ ପ୍ରୟାସରେ ବିତ୍ତୀୟ ସହାୟତା ମଞ୍ଜୁର ହେବା ପରେ କଟକରେ ଏକ ଗର୍ଲସସ୍କୁଲ ସ୍ଥାପନ ହୋଇଥିଲା। ୧୮୭୩ରେ ଏହି ଗଲର୍‌ସସ୍କୁଲ ହିନ୍ଦୁ ଗଲର୍‌ସ ସ୍କୁଲ ଭାବେ ପରିଗଣିତ ହୋଇଥିଲା।

୧୮୭୯ରେ ଓଡ଼ିଶାରୁ ବିଦାୟ ନେବା ପୂର୍ବରୁ ରେଭେନ୍ସା ଓଡ଼ିଶାର କିଛି ରାଜାମାନଙ୍କୁ କଲେଜ ପାଇଁ ଅର୍ଥ ଦାନ କରିବା ପାଇଁ ନିବେଦନ କରନ୍ତି। ମୟୁରଭଞ୍ଜ ମହାରାଜା, କୃଷ୍ଣଚନ୍ଦ୍ର ଭଞ୍ଜଦେଓ, କୁଜଙ୍ଗ ରାଜା, କାଶିମ ବଜାର ରାଣୀ, ପାଣ୍ଡୁଆ ଜମିଦାର ଏବଂ ଅନେକ କଲେଜ ପାଇଁ ସାହାଯ୍ୟ କରିଥିଲେ ।

ସେତେବେଳେ ସମୟରେ କଲେଜ ସ୍ଥାପନ ପାଇଁ ସବୁଠାରୁ ମୁଖ୍ୟ ଦାନକର୍ତ୍ତା ଥିଲେ ମୟୂରଭଞ୍ଜ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ। ଯିଏ ସେତେବେଳେ କଲେଜକୁ ୨୦ହଜାର ଟଙ୍କାରୁ ଅଧିକ ଦାନ କରିଥିଲେ। ସେ ରେଭେନ୍ସାଙ୍କ ନାମରେ ଏହି କଲେଜ ନାମକରଣ ହେଉ ବୋଲି ଦାବି କରିଥିଲେ। ଏ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାରେ କାର୍ଯ୍ୟ ନିର୍ବାହ ପରେ ରେଭେନ୍ସା ଇଂଲଣ୍ଡ ଫେରି ଯାଇଥିଲେ। ଏହାର ୩ବର୍ଷ ପରେ ଗଜପତି କୃଷ୍ଣଚନ୍ଦ୍ର କଟକ କଲେଜକୁ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଭାବେ ପରିବର୍ତ୍ତନ ପାଇଁ ସୁପାରିଶ କରିଥିଲେ। ଯାହାପରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଭାବେ ପରିଗଣିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଟଳିନି ବିପଦ: ଆହୁରି ୨ ଦିନ ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା):  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ ଏହାର...

ବାତ୍ୟା ପରେ ବାତିଲ୍‌ ହୋଇଥିବା ଟ୍ରେନ୍‌….

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା)- ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭଦ୍ରକ-ଧାମରା, କଟକ-ପାରାଦୀପ, ହରିଦାସପୁର-ପାରାଦୀପ, ଯଖପୁରା-କେନ୍ଦୁଝର, କଟକ-ତାଳଚେର ଏବଂ ଖୋର୍ଦ୍ଧା ରୋଡ଼-ଭଦ୍ରକ ରେଳ ସେକ୍ସନ ଗୁଡିକରେ ପାଣିପାଗ ବିଜ୍ଞାନ...

୧୫ବର୍ଷ ପରେ ହଠାତ୍ ବାଜିଲା ଏମର୍ଜେନ୍ସି ସାଇରନ୍‌: ବ୍ଲେଡ୍‌ରେ ଜେଲର ଓ ୱାର୍ଡରଙ୍କ ହାତ କାଟି ଦେଲେ କଏଦୀ

ଭୁବନେଶ୍ୱର,୨୫ା୧୦(ସତ୍ୟଜିତ୍‌ ରାଉତ): ଗ୍ୟାଙ୍ଗ୍‌ଓ୍ବାର, କଏଦୀଙ୍କୁ ମାଡ଼ ଓ ନିଶା କାରବାରକୁ ନେଇ ଚର୍ଚ୍ଚାରେ ରହୁଥିବା ଭୁବନେଶ୍ୱରସ୍ଥିତ ଝାରପଡ଼ା ସ୍ବତନ୍ତ୍ର ଜେଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ବିଜେଡିକୁ ଝଟ୍‌କା ପରେ ଝଟ୍‌କା: ଗାଦିଚ୍ୟୁତ ହେଲେ… 

ଭୁବନେଶ୍ୱର,୨୫।୧୦: ବିଜେଡିକୁ ଝଟ୍‌କା ପରେ ଝଟ୍‌କା। ଚଳିତ ନିର୍ବାଚନ  ହାରିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି । ଦଳର ବରିଷ୍ଠ...

ଶନିବାର, ରବିବାର ସରକାରୀ ଛୁଟି ବାତିଲ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୨୫ା୧୦(ଅନିଲ ଦାସ): ବାତ୍ୟା ‘ଦାନା’ ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ଓ ରବିବାର ୨ଦିନ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri