ସଙ୍କଟ ପାଇଁ ଦାୟୀ କିଏ

ନିକଟରେ ଉତ୍ତର କାଲିଫର୍ନିଆରେ ସିଲିକନ୍‌ ଭ୍ୟାଲି ବ୍ୟାଙ୍କ(ଏସ୍‌ଭିବି) ଏବଂ ନ୍ୟୁୟର୍କରେ ସିଗ୍‌ନେଚର ବ୍ୟାଙ୍କ ଡୁବିଯାଇଛି। ୨୦୦୮ ପରେ ଏଭଳି ବ୍ୟାଙ୍କ ବନ୍ଦ ହେବା ସବୁଠୁ ବଡ଼ ଘଟଣା। ଏହା ଯୋଗୁ ଆଞ୍ଚଳିକ ଏବଂ ମଧ୍ୟମ ଆକାର ବ୍ୟାଙ୍କର ଶେୟାରଗୁଡ଼ିକରେ ହ୍ରାସ ଘଟିଛି। ଏହାପରେ ଅନ୍ୟ ବ୍ୟାଙ୍କ ବନ୍ଦ ହେବା ଆଶଙ୍କାରେ ଜମାକାରୀ ଓ ବ୍ୟବସାୟୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପ୍ରଶାସନ ଏବଂ ଫେଡେରାଲ ରିଜର୍ଭ ତୁରନ୍ତ ବ୍ୟାଙ୍କ କାର୍ଯ୍ୟକଳାପ ନେଇ ସୃଷ୍ଟି ହେଉଥିବା ଭୟ ଦୂର କରିବା ଲାଗି ତୁରନ୍ତ ପଦକ୍ଷେପ ନେଇଛନ୍ତି ଏବଂ ଆବଶ୍ୟକ ହେଲେ ଆର୍ଥିକ ବ୍ୟବସ୍ଥାକୁ ମଜଭୁତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅକସ୍ମାତ ଏହି ଦୁଇ ବ୍ୟାଙ୍କର ବିଫଳତା ସବୁଠି ଆଇନ ନିର୍ମାତା, ନିୟାମକ ସଂସ୍ଥା, ବ୍ୟାଙ୍କ ବୋର୍ଡ ଏବଂ ସିଇଓମାନଙ୍କ ପାଇଁ ଏକ କଡ଼ା ଚେତାବନୀ। ଦେଖିବାକୁ ଗଲେ ଏସ୍‌ଭିପି ଓ ସିଗ୍‌ନେଚର ବ୍ୟାଙ୍କ ଘଟଣାରେ ବିଭିନ୍ନ ଦିଗରୁ ବହୁ ତ୍ରୁଟି ରହିଛି। ପୂର୍ବରୁ କଂଗ୍ରେସ ସଦସ୍ୟ ଓ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ ବ୍ୟାଙ୍କ ଲବିଷ୍ଟମାନଙ୍କ କଥା ଶୁଣିବା ସହ ରେଗୁଲେଟୋରି ଏବଂ ତଥାକଥିତ କ୍ଷୁଦ୍ର ବ୍ୟାଙ୍କଗୁଡ଼ିକର ପୁଞ୍ଜି ବୋଝ ସାମ୍‌ନାକୁ ଆଣିବା ବିଜ୍ଞତା ହେବ ବୋଲି ନିଷ୍ପତ୍ତି ନେଇଥିଲା। ୨୦୧୮ରେ ଆଇନରେ ପରିବର୍ତ୍ତନ ଅଣାଯାଇଥିଲା। ଯେଉଁ ବ୍ୟାଙ୍କଗୁଡ଼ିକର ସମ୍ପତ୍ତି ୨୫୦ ବିଲିୟନ ଡଲାରରୁ କମ୍‌ ଥିଲା ସେଗୁଡ଼ିକୁ କଠୋର ନିରୀକ୍ଷଣ ବ୍ୟବସ୍ଥାରୁ ମୁକ୍ତ କରାଯାଇଥିଲା। ଏଭଳି ଯାଞ୍ଚ ସାଧାରଣତଃ ବୃହତ୍‌ ବ୍ୟାଙ୍କଗୁଡ଼ିକ ପାଇଁ ରଖାଯାଇଥାଏ। ଏଭଳି କରିବାର ଉଦ୍ଦେଶ୍ୟ ହେଉଛି, ଏହିସବୁ ବ୍ୟାଙ୍କ ଆମେରିକାର ଆର୍ଥିକ ବ୍ୟବସ୍ଥା ପ୍ରତି କୌଣସି ବିପଦ ସୃଷ୍ଟି କରିବେ ନାହିଁ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍‌ ବିଚାର ଉପରେ ଆଧାରିତ ଥିଲା, ଯାହା ଏବେ ସ୍ପଷ୍ଟ ହେଲା। ଦୁଃଖର ବିଷୟ, ୨୦୦୮ ପରବର୍ତ୍ତୀ ଡଡ୍‌-ଫ୍ରାଙ୍କ୍‌ ବ୍ୟାଙ୍କିଙ୍ଗ୍‌ ଆଇନର ନିର୍ମାତା ହେଉଛନ୍ତି ବାର୍ନି ଫ୍ରାଙ୍କ୍‌ ଏହି ଆଇନଗତ ଛାଡକୁ ସମର୍ଥନ କରିଥିଲେ। ସେବେଠାରୁ ସେ ସିଗ୍‌ନେଚର ବ୍ୟାଙ୍କର ବୋର୍ଡ ସଦସ୍ୟ ରହିଛନ୍ତି। ଏହା ସ୍ପଷ୍ଟ ଯେ, ବ୍ୟାଙ୍କ ବୋର୍ଡ ସଦସ୍ୟମାନେ ବ୍ୟାଙ୍କଗୁଡ଼ିକର ସ୍ଥାୟିତ୍ୱକୁ ଅଣଦେଖା କରିବା ଯୋଗୁ ଦୁଇ ବ୍ୟାଙ୍କ ଡୁବିଯାଇଛି। କ୍ଷୁଦ୍ର ସଂସ୍ଥାଗୁଡ଼ିକ ସହ ଏସ୍‌ଭିବି ଓ ସିଗ୍‌ନେଚର ବ୍ୟାଙ୍କ ପାଇଁ ଥିବା ଭୋକର୍‌ସ ଆଇନ (ଜମା ଅର୍ଥକୁ ମାଲିକାନା ବେପାରରେ ବ୍ୟବହାର କରିବା ଉପରେ କଟକଣା ) ହଟାଇବାକୁ ନେଇ ପଲ ଭୋକରସ ସତର୍କ କରିଦେଇଥିଲେ। ଯଦି ଆଇନ ନିର୍ମାତାମାନେ ଭୋକରସ୍‌ଙ୍କ କଥା ଶୁଣିଥାଆନ୍ତେ, ତେବେ ଏଭଳି ଘଟି ନ ଥାନ୍ତା। ଏହି ଦୁଇ ବ୍ୟାଙ୍କକୁ ରକ୍ଷା କରାଯାଇପାରିଥାଆନ୍ତା।
ଆମେ ଏବେ ୨୦୦୭-୦୮ର ଆର୍ଥିକ ସଙ୍କଟ ଭଳି ସ୍ଥିତି ଦେଖବାକୁ ପାଇବା। ଏକ କ୍ଷୁଦ୍ର ବ୍ୟାଙ୍କରୁ ସୃଷ୍ଟି ହୋଇଥିବା ଭୟ ବା ଆତଙ୍କ ବଡ଼ ବ୍ୟାଙ୍କ ଆଡକୁ ବ୍ୟାପିବ। ପ୍ରଥମେ ଏହା ଦେଶରେ ଏବଂ ପରେ ଦେଶ ବାହାରକୁ ଓ ମାର୍କେଟକୁ ସମ୍ପ୍ରସାରିତ ହେବା ସମ୍ଭାବନା ରହିଛି। ଏଭଳି ଗତିଶୀଳତାକୁ ଦେଖିଲେ, ଡୋଡ୍‌- ଫ୍ରାଙ୍କରେ ସ୍ପଷ୍ଟ ହୋଇଥିବା ଅନୁଚିତ ନିୟାମକ ଉପରେ କଂଗ୍ରେସ ପୁନର୍ବିଚାର କରିବା ଆବଶ୍ୟକ। କିନ୍ତୁ ଏହା କଲେ ବି ସେତିକିରେ ସମସ୍ୟା ସମାଧାନ ହେବ ନାହିଁ। ଏହାବାଦ୍‌ ଆର୍ଥିକ ନିୟମ, ନିୟାମକଗୁଡ଼ିକ କୋହଳ କରିବା ସହ ପର୍ଯ୍ୟବେକ୍ଷକମାନେ କାମ ନ କରିବା ଭଳି ତ୍ରୁଟି ବା ବିଫଳତା ରହିଛି। ଏହି ଆଞ୍ଚଳିକ ବ୍ୟାଙ୍କଗୁଡ଼ିକ ଉପରେ ବିପଦ ଏବଂ ଅତ୍ୟଧିକ ପରିବର୍ତ୍ତନଶୀଳ ଅସ୍ଥିିର ଟେକ୍‌ନୋଲୋଜି, କ୍ରିପ୍ଟୋ ଓ ଅନ୍ୟ ଆସେଟ୍‌ଜନିତ ଚାପ ବଢୁଥିବାବେଳେ ସାନ୍‌ଫ୍ରାନ୍ସିସ୍‌କୋ ଓ ଓ୍ବାଶିଂଟନରେ ଫେଡେରାଲ ରିଜର୍ଭ ବୋର୍ଡର ସୁପର୍‌ଭାଇଜରମାନେ କେଉଁଠି ଥିଲେ? କାହିଁକି ସୁପରଭାଇଜର ଓ ସଞ୍ଚାଳକମାନେ ସେମାନଙ୍କ ସୂକ୍ଷ୍ମ ତଥା ବିବେକପୂର୍ଣ୍ଣ ଦାୟିତ୍ୱବୋଧ ପ୍ରତି ସଚେତନ ହେଲେ ନାହିଁ? କଡ଼ା ଆର୍ଥିକ ନୀତିର ପ୍ରଭାବ ବ୍ୟାଙ୍କର ଆର୍ଥିକ ସ୍ଥାୟିତ୍ୱ ଉପରେ କି ପ୍ରଭାବ ରହିଛି ତାହା ପ୍ରତି ଧ୍ୟାନ କାହିଁକି ଦେଲେ ନାହିଁ?କୁଆଡେ ଗଲେ କାଲିଫର୍ନିଆର ବ୍ୟାଙ୍କ ନିୟାମକମାନେ? ଆମେରିକାର ନାଗରିକମାନଙ୍କର ଏହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇବାର ଅଧିକାର ଅଛି। ନିବେଶକ, କ୍ରିପ୍ଟୋ ନିବେଶକ ଏବଂ ଅନ୍ୟମାନଙ୍କ ଅଧୀନରେ ଥିବା ୧୦୦ ପ୍ରତିଶତ ଅଣବୀମାଭୁକ୍ତ ଜମାର ଗ୍ୟାରେଣ୍ଟି ଦେଉଥିବା ବ୍ୟାଙ୍କରୁ ଲାଭ ପାଇବା ଆଶା କରି ଆମେରିକୀୟମାନେ ମୂଲ୍ୟ ଦେଉଛନ୍ତି।
ସହୈି ନିବେଶକମାନେ ସେମାନଙ୍କ କାର୍ଯ୍ୟକଳାପ ଯୋଗୁ ହୋଇଥିବା ଆର୍ଥିକ କ୍ଷତି ସହିବା ଉଚିତ।
ବ୍ୟାଙ୍କର ସଫଳତା ଓ ବିଫଳତା ପାଇଁ ମ୍ୟାନେଜରମାନେ ଦାୟୀ। ସେମାନେ ଭୁଲ କରିଛନ୍ତି ଓ ସେଥିପାଇଁ ତାହାର ଜବାବ ଦେବା ଉଚିତ। ସଙ୍କଟ ଅତ୍ୟଧିକ ବଢିବା ସହ କ୍ଷତି ବୃଦ୍ଧି ପାଉଥିବାବେଳେ ଏସ୍‌ଭିବି ଓ ସିଗ୍‌ନେଚର ବ୍ୟାଙ୍କ ଏ ସମ୍ପର୍କରେ ଦର୍ଶାଉଥିଲେ କି ନାହିଁ ତାହା ଆମେରିକା ନାଗରିକମାନେ ଜାଣିବାର ଦରକାର। ଏସ୍‌ଭିବି ବ୍ୟାଙ୍କ ବୁଡ଼ିବାର ଠିକ୍‌ ପୂର୍ବରୁ ଏହାର ସିଇଓ ଗ୍ରେଗ୍‌ ବେକର କର୍ମଚାରୀମାନଙ୍କୁ ବୋନସ ଦେଇଥିବା ଜଣାପଡ଼ିଛି। କାହିଁକି ଏସ୍‌ଭିବି ବୋର୍ଡ ଏହା କରିବାକୁ ଚାହଁିଲା? ଆଶ୍ଚର୍ଯ୍ୟର କଥା , ବେକର ମଧ୍ୟ ଡୋଡ୍‌- ଫ୍ରାଙ୍କ୍‌ ଆଇନ କୋହଳ କରିବା ସପକ୍ଷରେ ମତ ଦେଇଥିଲେ। ସେ ଯାହା ଚାହଁୁୁଥିଲେ ପରେ ତାହା ପାଇଗଲେ।
ଅପ୍ରତ୍ୟାଶିତ ରୂପେ ପରିବର୍ତ୍ତନ ହେଉଥିବା କ୍ରିପ୍ଟୋ କରେନ୍ସି ଏବଂ ଟେକ୍‌ ଷ୍ଟାର୍ଟଅପ୍‌କୁ ନେଇ ବଢୁଥିବା ବିପଦ ଜନିତ ସଙ୍କଟରୁ ଅନ୍ୟ ବ୍ୟାଙ୍କଗୁଡ଼ିକ ଦୂରେଇ ଗଲାବେଳେ ଏସ୍‌ଭିବି ଓ ସିଗ୍‌ନେଚର ବ୍ୟାଙ୍କ ସେଥିରୁ ଶିକ୍ଷା କରିବାର ଥିଲା। ସବୁଠି ସଙ୍କଟ ଟାଳିପାରୁଥିବା ମ୍ୟାନେଜରମାନେ ଫେଡେରାଲ ରିଜର୍ଭ ସ୍ପଷ୍ଟ ସଙ୍କେତ ଦେଇଥିବା ଆଥିର୍କ କଠିନତାର ଆକଳନ କରି ସେମାନଙ୍କ ଶେୟାର ଓ ନିବେଶକୁ ଠିକ୍‌ କରି ନେଇଥିବା ବେଳେ ଏସ୍‌ଭିବି ଓ ସିଗ୍‌ନେଚର ବ୍ୟାଙ୍କ ଏହା କରିବାକୁ ବିଫଳ ହେଲେ। ଏପରିକି ସଙ୍କଟ ଟାଳିବା ଭଳି କ୍ଷମତା ଥିବା ଜଣେ ବରିଷ୍ଠ ମ୍ୟାନେଜର ଏସ୍‌ଭିବି ଡୁବିକା ପୂର୍ବରୁ ଥିଲେ ତାହା ହୋଇପାରିଲା ନାହିଁ। ଅନ୍ୟ ବ୍ୟାଙ୍କଗୁଡ଼ିକର ମ୍ୟାନେଜରମାନେ ଫେଡେରାଲ ରିଜର୍ଭର ଇଜିି ମିନର ଝଟକାଠାରୁ ନିଜକୁ ଦୂରେଇନେଇଥିଲେ ବି ଏସ୍‌ଭିବି ଓ ସିଗ୍‌ନେଚର ବ୍ୟାଙ୍କ ତାହା ବୁଝିପାରିଲେ ନାହିଁ। ସେମାନେ ଶୀଘ୍ର ଆଗେଇଗଲେ, ଶୀଘ୍ର ଟଙ୍କା ଯୋଗାଇଦେଲେ ଓ ଶେଷରେ ନିଜକୁ ଧୂଳିସାତ କରିଦେଲେ।
ବହୁ ଆଇନ ନିର୍ମାତା ଏବଂ ନୀତି ନିର୍ଦ୍ଧାରକମାନେ (ବିଶେଷକରି ଟ୍ରମ୍ପ୍‌ଙ୍କ ସମୟରେ) ବ୍ୟାଙ୍କ୍‌ ଲବିଷ୍ଟମାନଙ୍କୁ, ଯେଉଁମାନେ ବିପଦର ରାସ୍ତା ବତାଇଥିଲେ, ସେମାନଙ୍କୁ ବିଶ୍ୱାସ କରିଗଲେ। ଶେଷରେ ମୁଦ୍ରାସ୍ଫୀତି ରୋକିବା ଲାଗି ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରିବା ପରେ ନିୟାମକ, ପର୍ଯ୍ୟବେକ୍ଷକମାନଙ୍କ ଭୁଲ୍‌ ସ୍ପଷ୍ଟ ହେଲା। ହ୍ବାଇଟ୍‌ ହାଉସ, ଟ୍ରେଜେରି, ଏଫ୍‌ଡିଆଇସି ଏବଂ ଫେଡେରାଲର ତୁରନ୍ତ ହସ୍ତକ୍ଷେପ ପରେ ଏହି ସଙ୍କଟ ଧୀରେ ଧୀରେ ଟଳିବ ବୋଲି ଆଶା କରାଯାଏ। କିନ୍ତୁ ଗ୍ଲୋବାଲ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କ୍‌ କ୍ରେଡିଟ ସୁଇସ୍‌ର ସମସ୍ୟା ସୂଚିତ କରୁଛି ଯେ, ଗତ ସପ୍ତାହର ଘଟଣାର ବିଶ୍ୱସ୍ତରରେ ଖରାପ ପ୍ରଭାବ ପଡ଼ିଥିବା ଆଶଙ୍କା କରାଯାଉଛି। ଯଦି ଆମେରିକାର ଅର୍ଥ ବ୍ୟବସ୍ଥା ଆଉ ଏକ ଆଥିର୍କ ବିପର୍ଯ୍ୟୟରୁ ଉଦ୍ଧାର ପାଇଯାଏ, ଆମେ ଅତୀତ ବ୍ୟାଙ୍କିଙ୍ଗ୍‌ ସଙ୍କଟ ଉପରେ ପୁନର୍ବିଚାର କରିବା ସହ ଏଥିରୁ ପୁଣି ଶିକ୍ଷା କରିବା ଉଚିତ। ଅର୍ଥାତ୍‌ ଯେଉଁମାନେ ଏହିସବୁ ବ୍ୟାଙ୍କ ଡୁବିବା ପାଇଁ ଦାୟୀ ସେମାନେ କିଭଳି କଠିନ ପ୍ରଶ୍ନ ଓ ଦଣ୍ଡର ସମ୍ମୁଖୀନ ହେବେ ତାହା ନିଶ୍ଚିତ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri