ଜାଣନ୍ତି କି ଜୟା ଏବଂ ରେଖାଙ୍କ ମଧ୍ୟରୁ କିଏ ଅଧିକ ଧନୀ, କାହା ପାଖରେ ଅଛି କେତେ କାର୍‌ ଆଉ ବଙ୍ଗଳା

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନ ଏବଂ ରେଖାଙ୍କର ଆଜି ବି ଅନେକ ପ୍ରଶଂସକ ରହିଛନ୍ତି। ପ୍ରଶଂସକମାନେ ଏହି ଦୁଇ ଅଭିନେତ୍ରୀଙ୍କ ବିଷୟରେ ଅଧିକ ଜାଣିବା ପାଇଁ ସବୁବେଳେ ଚାହିଁଥାନ୍ତି। ତେବେ ଜାଣନ୍ତି କି ଏହି ଦୁଇ ଅଭିନେତ୍ରୀଙ୍କ ମଧ୍ୟରୁ କିଏ ଅଧିକ ଧନୀ। କାହା ପାଖରେ ରହିଛି କେତେ କାର୍‌ ଆଉ ବଙ୍ଗଳା। ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଭେଟେରାନ ଅଭିନେତ୍ରୀମାନଙ୍କ ମଧ୍ୟରୁ ଉଭୟ ରେଖା ଏବଂ ଜୟା ସବୁଠୁ ଊର୍ଦ୍ଧ୍ୱରେ। ସେମାନଙ୍କ ଯୁଗରେ ଉଭୟ ଅଭିନେତ୍ରୀ କେବଳ ବଡ଼ ପରଦାରେ ଯେ, ରାଜୁତି କରୁଥିଲେ ତାହା ନୁହେଁ, ଦର୍ଶକଙ୍କ ହୃଦୟ ମଧ୍ୟ ଜିତିଥିଲେ। ଜଣେ ସୌନ୍ଦର୍ଯ୍ୟ ପାଇଁ ଲୋକଙ୍କୁ ପାଗଳ କରି ଦେଉଥିବା ବେଳେ ଆଉ ଜଣେ ତାଙ୍କର ସରଳତା ପାଇଁ ଲୋକଙ୍କୁ ପାଗଳ କରିଦେଉଥିଲେ। ପ୍ରଶଂସକମାନେ ଏହି ଦୁଇ ଅଭିନେତ୍ରୀଙ୍କ ମଧ୍ୟରୁ କିଏ ଅଧିକ ଧନୀ ସେ ବିଷୟରେ ଗୁଗ୍‌ଲରେ ସର୍ଚ୍ଚ କରିଥାନ୍ତି।

ଯଦି ରେଖାଙ୍କ କଥା କହିବା ତେବେ ବାନ୍ଦ୍ରାଠାରେ ରେଖାଙ୍କର ଏକ ବଙ୍ଗଳା ଅଛି। ଯାହାର ମୂଲ୍ୟ ପ୍ରାୟ ୧୩ କୋଟି ଅଟେ। ଏହା ବ୍ୟତୀତ ତାଙ୍କ ପାଖରେ ଦାମୀ ଅଳଙ୍କାର ଏବଂ ଡିଜାଇନର ସାମଗ୍ରୀ ସଂଗ୍ରହ ଅଛି, ଯାହାର ମୂଲ୍ୟ ବହୁ ଅଧିକ। ରେଖା ମଧ୍ୟ ଦାମୀ ଗାଡ଼ିକୁ ଖୁବ୍‌ ଭଲ ପାଆନ୍ତି। ତାଙ୍କ ପାଖରେ ଲ୍ୟାଣ୍ଡ ରୋଭର ଡିସ୍‌କଭରି, ବିଏମ୍‌ଡବ୍ଲ୍ୟୁ ସିରିଜ, ଟାଟା ନେକ୍ସା ଭଳି ଦାମୀ ଗାଡ଼ି ରହିଛି। ରେଖା ପ୍ରାୟ ୪୦ ମିଲିୟନ ଡଲାରର ମାଲିକ ଅଟନ୍ତି।

ଅନ୍ୟପକ୍ଷରେ ଜୟା ସମ୍ପତ୍ତି ମାମଲାରେ ରେଖାଙ୍କଠାରୁ କମ୍‌ ନୁହନ୍ତି। ତାଙ୍କ ପାଖରେ ପ୍ରାୟ ୧୨ଟି ଦାମୀ ଗାଡ଼ି ରହିଛି। ସେ ପୂରା ବଚ୍ଚନ ପରିବାର ସହ ଜୁହୁସ୍ଥିତ ବଙ୍ଗଳା ‘ଜଲ୍‌ସା’ରେ ରହୁଛନ୍ତି। ଯାହାର ଦାମ୍‌ ୧୦୦ କୋଟିରୁ ଅଧିକ। ଜୟାଙ୍କ ପାଖରେ ମଧ୍ୟ ଦାମୀ ଅଳଙ୍କାର ରହିଛି। ତେବେ ରେଖାଙ୍କଠାରୁ ଜୟାଙ୍କର ଅଧିକ ସମ୍ପତ୍ତି ବୋଲି ଯାହା ଜଣାପଡୁଛି।

Share