ଆଲିଆ-ରଣବୀରଙ୍କ ମଧ୍ୟରୁ କିଏ ଅଧିକ ଧନୀ

ବଲିଉଡର ଲୋକପ୍ରିୟ ଯୋଡିମାନଙ୍କ ମଧ୍ୟରୁ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଅନ୍ୟତମ। ଉଭୟ ସେମାନଙ୍କ ଅଭିନୟ ଆଧାରରେ ଇଣ୍ଡଷ୍ଟ୍ରିର ଟପ ତାରକା ତାଲିକାରେ ଅଛନ୍ତି। ରୋଜଗାର ଦୃଷ୍ଟିରୁ ଏହି ଯୋଡି କାହାଠାରୁ କମ ନୁହଁନ୍ତି। ଯଦି ସଫଳତା ହାର ଦେଖାଯାଏ, ତେବେ ରଣବୀର କପୁରଙ୍କ ଅପେକ୍ଷା ଆଲିଆ ଅଧିକ ହିଟ ହୋଇଛନ୍ତି। ଦୁଇ ତାରକାଙ୍କ ମଧ୍ୟରେ କିଏ ଅଧିକ ଧନୀ ଜାଣନ୍ତୁ…
ରଣବୀର କପୁର ଜଣେ ମହାନ ଅଭିନେତା। ସେ ବକ୍ସ ଅଫିସରେ ଅନେକ ହିଟ ଦେଇଛନ୍ତି। ସେ ଏକ ଫିଲ୍ମ କରିବା ପାଇଁ ୧୮ ରୁ ୨୦କୋଟି ଟଙ୍କା ନିଅନ୍ତି। ରଣବୀରଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୪୫ ମିଲିୟନ ଡଲାର ଅର୍ଥାତ୍‌ ୩୩୭ କୋଟି ଟଙ୍କା।
ଆଲିଆ ଭଟ୍ଟ ଖୁବ କମ ସମୟ ମଧ୍ୟରେ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଆଲିଆ ଭଟ୍ଟଙ୍କ ନିଟ ମୂଲ୍ୟ ହେଉଛି ୨୧.୭ ମିଲିୟନ ଅର୍ଥାତ୍‌ ୧୫୮ କୋଟି ଟଙ୍କା। ସେ ଏକ ଫିଲ୍ମପାଇଁ ଫି ଭାବରେ ୫ ରୁ ୮ କୋଟି ଚାର୍ଜ କରନ୍ତି । ଏହା ବ୍ୟତୀତ ସେ ବିଜ୍ଞାପନରୁ ମଧ୍ୟ ବହୁତ ରୋଜଗାର କରନ୍ତି।
ରଣବୀର କପୁରଙ୍କ ଅଭିନୀତ ‘ସଞ୍ଜୁ’ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା। ଏହା ବ୍ୟତୀତ ତାଙ୍କର ‘ବର୍ଫି’, ‘ୟେ ଜୱାନୀ ହୈ ଦିୱାନି’ ବକ୍ସ ଅଫିସରେ ସୁପର ହିଟ ହୋଇଥିଲା। ଏଥି ସହିତ, ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଲି ବଏ’, ‘ରାଜି’, ‘ଡିୟର୍‌ ଜିନ୍ଦେଗି’, ‘ବଦ୍ରିନାଥ କି ଦୁଲହାନିଆ’, ‘ହମ୍ପ୍ଟି ଶର୍ମା କି ଦୁଲହାନିଆ’ ଏବଂ ‘୩ ଷ୍ଟେଟ୍‌’ ସମାିଲ ଅଛି।
ୱାର୍କ ଫ୍ରଣ୍ଟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଦେଖିବାକୁ ମିଳିବ। ନିକଟରେ ଫିଲ୍ମର ମୋସନ ପୋଷ୍ଟର ରିଲିଜ ହୋଇଥିଲା।

Share