ପ୍ରେମରେ ପଡ଼ିଛନ୍ତି ଅର୍ଜୁନଙ୍କ ଭଉଣୀ ଅଂଶୁଳା! ଜାଣନ୍ତୁ କିଏ ସେହି ମିଷ୍ଟ୍ରି ମ୍ୟାନ୍‌…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଳା କପୁର। ନିକଟରେ ତାଙ୍କୁ ଜଣେ ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ଦେଖାଯିବା ପରେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି। ସେ ହେଲେ ରୋହନ ଠକ୍କର। ପେସାରେ ସେ ଜଣେ ସ୍କ୍ରିନ୍‌ ରାଇଟର। ବଲିଉଡ୍‌ ଫିଲ୍ମରେ ସେ କାମ କରି ନ ଥିଲେ ବି ଅନ୍ୟ ଭାଷାର ବିଭିନ୍ନ ପ୍ରୋଜକ୍ଟରେ କାମ କରିଛନ୍ତି।

ଅଂଶୁଳାଙ୍କ ସହ ରୋହନଙ୍କ ସମ୍ପର୍କ ବିଷୟରେ କଥା ହେଲେ ଉଭୟ ଚଳିତ ବର୍ଷ ଆରମ୍ଭରୁ ଡେଟ୍‌ କରୁଥିବା କୁହାଯାଉଛି। ଉଭୟଙ୍କ ପରିବାର ଏହି ସମ୍ପର୍କ ବିଷୟରେ ଜାଣନ୍ତି। ପରସ୍ପର ସହ ସେମାନେ କ୍ୱାଲିଟି ଟାଇମ୍‌ ବିତାଉଛନ୍ତି। ଏହାର ଭିଡିଓ ଅଂଶୁଳା ସୋସିଆଲ ମିଡିଆରେ ମଧ୍ୟ ଛାଡ଼ୁଛନ୍ତି। ମାତ୍ର ଦୁହେଁ ଏଯାଏ ନିଜର ସମ୍ପର୍କକୁ ନେଇ ଆଧିକାରୀକ ଘୋଷଣା କରିନାହାନ୍ତି।

Share