Posted inଜାତୀୟ

କିଏ ସେହି ରୁତା ଆହାଦ, ଯିଏ କଲାମଙ୍କୁ ଓସାମା ବିନ ଲାଦେନଙ୍କ ସହ କଲେ ତୁଳନା, ବଢୁଛି ଉତ୍ତେଜନା

ମୁମ୍ବାଇ,୨୭।୯: ରୁତା ଆହାଦ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ସେ ଏକ ସ୍କୁଲ କାର୍ଯ୍ୟକ୍ରମରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପିଲାମାନେ ଓସାମା ବିନ ଲାଡେନଙ୍କ ଜୀବନୀ ପଢିବା ଉଚିତ୍‌। ଜାଣନ୍ତୁ ରୁତା ଆହାଦ କିଏ, ଯାହାର ବୟାନକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ସର୍ବପ୍ରଥମେ, ରୁତା ଆହାଦଙ୍କ ବିବାଦୀୟ ବକ୍ତବ୍ୟ କ’ଣ ଜାଣିବା।
ଗୁରୁବାର ଠାଣେରେ ଏକ ସାଧାରଣ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ସମ୍ବୋଧିତ କରି ରୁତା ଆହାଦ କହିଛନ୍ତି, ତୁମେ ଓସାମା ବିନ ଲାଡେନଙ୍କ ଜୀବନୀ ପଢିବା ଉଚିତ୍‌। ଯେହେତୁ ଏପିଜେ ଅବଦୁଲ କଲାମ ରାଷ୍ଟ୍ରପତି ହୋଇଥିଲେ, ଓସାମା ବିନ ଲାଡେନ ଆତଙ୍କବାଦୀ ହୋଇଥିଲେ। କିନ୍ତୁ ସେ କାହିଁକି ଆତଙ୍କବାଦୀ ହୋଇଗଲେ। ସମାଜ ନିଜେ ହିଁ ତାଙ୍କୁ ଏହିପରି ହେବାକୁ ବାଧ୍ୟ କଲା । ଜନ୍ମରୁ ସେ ଆତଙ୍କବାଦୀ ନ ଥିଲେ। ସେ ନିରାଶା ବା ଫ୍ରସଷ୍ଟେଶନରୁ ଆତଙ୍କବାଦୀ ହୋଇଗଲେ। ଯାହା ପରେ ତାଙ୍କ ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଅନେକ ପ୍ରତିକ୍ରିୟା ଆସୁଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଆହାଦ ଶୁଣିବାକୁ ମିଳୁଛି, ଓସାମା ବିନ ଲାଦେନଙ୍କ ଜୀବନୀ ପଢନ୍ତୁ। ଯେପରି ଏପିଜେ ଅବଦୁଲ କଲାମ ସାହେବ ହୋଇଥିଲେ, ଓସାମା ମଧ୍ୟ ଆତଙ୍କବାଦୀ ହୋଇଥିଲେ। କିନ୍ତୁ ସେ କାହିଁକି ଆତଙ୍କବାଦୀ ହୋଇଗଲେ। ସେ ଆତଙ୍କବାଦୀ ଭାବେ ଜନ୍ମ ହୋଇନାହାଁନ୍ତି।
ରୁତା ଆହାଦ ଶରଦ ପାୱାର ଦଳର ଏନସିପି ନେତା ଜିତେନ୍ଦ୍ର ଆହାଦଙ୍କ ପତ୍ନୀ। ସେମାନଙ୍କର ଏକ ଝିଅ ଅଛି, ନତାଶା ଆହାଦ। ତାଙ୍କ ପିତା ହେଉଛନ୍ତି ଟ୍ରେଡ ୟୁନିଅନର ନେତା ଦତ୍ତା। ଜିତେନ୍ଦ୍ର ଆହାଦ ମହାରାଷ୍ଟ୍ରର ଜଣେ ଭାରତୀୟ ରାଜନେତା। ସେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର। ଜିତେନ୍ଦ୍ର ଆହାଦ ଥାନେ ଜିଲାର ମୁମ୍ବ୍ରା-କାଲୱାରରୁ ତିନିଥର ବିଧାୟକ ରହିଛନ୍ତି। ସେ ମଧ୍ୟ ଶରଦ ପାୱାରଙ୍କର ଜଣେ ଘନିଷ୍ଠ ସହଯୋଗୀ ।


Enter your email to get our daily news in your inbox.

All Right Reserved By Dharitri.Com

୬ ବର୍ଷ ପାଇଁ ୧୩ ନେତାଙ୍କୁ ଦଳରୁ ବହିଷ୍କାର କଲା କଂଗ୍ରେସ

ଚଣ୍ଡିଗଡ଼,୨୭।୯: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଉତ୍ତେଜନା ମଧ୍ୟରେ ରାଜ୍ୟ କଂଗ୍ରେସ କମିଟି ଶୁକ୍ରବାର ଏକ ବଡ ପଦକ୍ଷେପ ନେଇଛି। ଦଳ ୧୩ ଜଣ ନେତା...

ଡାକ୍ତରଙ୍କ ଗୁହାରି ଶୁଣି ସିଜେଆଇ ଚନ୍ଦ୍ରଚୁଡ ଶୁଣାଇଲେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୨୭।୯: ଜଣେ ଆୟୁର୍ବେଦିକ ଡାକ୍ତରଙ୍କ ଆବେଦନ ଶୁଣାଣି ବେଳେ ଶୁକ୍ରବାର ସୁପ୍ରିମକୋର୍ଟ ରାଜସ୍ଥାନ ସରକାରଙ୍କ ମନୋଭାବ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଏହି ପ୍ରସଙ୍ଗରେ ଏକ...

ଖୋଲା ଜିପ୍‌ରେ ବସି ରିଲ୍ସ କଲେ ଉପମୁଖ୍ୟମନ୍ତ୍ରୀଙ୍କ ପୁଅ: ଭାଙ୍ଗିଲେ ଟ୍ରାଫିକ୍‌ ନିୟମ, ପୋଲିସ ଦେଲା ସହାୟତା

ଜୟପୁର,୨୭।୯: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦ ବୈରୱାଙ୍କ ପୁଅଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି କାରଣରୁ ତାଙ୍କ ପୁଅ ଟ୍ରାଫିକ ନିୟମ...

ରାହୁଲଙ୍କୁ ଡେଟ୍‌ କରିବାକୁ ଚାହାନ୍ତି କରୀନା କପୁର, ହେଲେ କଂଗ୍ରେସ ଏମପିଙ୍କୁ ନେଇ ଏ କ’ଣ କହିଦେଲେ ସୈଫ, ସମସ୍ତେ ତାଜୁବ

ନୂଆଦିଲ୍ଲୀ,୨୭।୯: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ଏକ ଜାତୀୟ ଗଣମାଧ୍ୟମ କନକ୍ଲେଭରେ ଯୋଗଦେଇ ବଡ଼ ବୟାନ ଦେଇଛନ୍ତି। ଯେତେବେଳେ ଏହି କାର୍ଯ୍ୟକ୍ରମରେ ତାଙ୍କୁ ପଚରାଯାଇଥିଲା...

ସୁନୀଲ ଜାଖରଙ୍କ ଇସ୍ତଫା ଖବର ମିଛ, ଭାଜପା କହିଲା ବିରୋଧି କରୁଛନ୍ତି ମିଛ ଖବର ପ୍ରଚାର

ଚଣ୍ଡିଗଡ଼,୨୭।୯: ଭାରତୀୟ ଜନତା ପାର୍ଟି ପଞ୍ଜାବ ଭାଜପା ରାଜ୍ୟ ସଭାପତି ସୁନୀଲ ଜାଖରଙ୍କ ଇସ୍ତଫା ଖବରକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛି। ଭାଜପା ନେତା...

ପ୍ରଶାନ୍ତ କିଶୋରଙ୍କ ଦାବିକୁ ନେଇ ଦୋହଲିଗଲା ବିହାର ରାଜନୀତି, ଜେଡିୟୁ, ଆରଜେଡିକୁ…

ପାଟନା,୨୭।୯: ଜନ ସୁରାଜ ଅଭିଯାନଙ୍କ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର (ପି.କେ) ଅକ୍ଟୋବର ୨ରେ ସଂଗଠନର ଦଳ ଗଠନ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ...

ଏତେ ଅହଂକାର ଠିକ୍‌ ନୁହେଁ, କେଜ୍‌ରିଓ୍ବାଲ୍‌ଙ୍କୁ କାହିଁକି ଏମିତି କହିଲେ ସ୍ବାତୀ ମାଲିଓ୍ବାଲ୍‌

ନୂଆଦିଲ୍ଲୀ,୨୭।୯: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ସ୍ବାତୀ ମାଲିଓ୍ବାଲ୍‌ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଟାର୍ଗେଟ୍‌ କରିଛନ୍ତି। କେଜ୍‌ରିୱାଲ ବିଧାନସଭାରେ ବୈଭବ...

ଓମାର ଅବଦୁଲ୍ଲାଙ୍କୁ ଶାହାଙ୍କ କଡା ବାର୍ତ୍ତା

ନୂଆଦିଲ୍ଲୀ,୨୭।୯: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ଅମିତ ଶାହା ଶୁକ୍ରବାର ଜାସରୋଟା, ଜମ୍ମୁ କଶ୍ମୀରରେ ଏକ ସାଧାରଣ ସଭାରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri