Posted inଜାତୀୟ

କିଏ ସେ ସ୍ବୟଂମ୍ଭୁ ‘ଭୋଲେ ବାବା’? ଯାହାଙ୍କ ସତସଙ୍ଗ ବେଳେ ଦଳାଚକଟା ଯୋଗୁ ଅବେଳରେ ଝଡ଼ିଗଲା ୧୦୦ ଜୀବନ… 

ଲକ୍ଷ୍ନୌ,୨।୭: ଉତ୍ତରପ୍ରଦେଶର ହାଥରସ୍‌ରେ ମଙ୍ଗଳବାର ବଡ଼ ଅଘଟଣ ଘଟିଛି। ଏଠାରେ ‘ଭୋଲେ ବାବା’ଙ୍କ ସତସଙ୍ଗରେ ହଠାତ ଦଳାଚକଟା ହେବା ଯୋଗୁ ୧୦୦ରୁ ଅଧିକ ଜୀବନ ଚାଲିଯାଇଛି। ଏବେବି ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଏମିତି ସ୍ଥିତିରେ ଉକ୍ତ ବାବା ଏବଂ ସତସଙ୍ଗ ଆୟୋଜନ ଉପରେ ପ୍ରଶ୍ନ ଉଠିଛି।
ସନ୍ଥ ‘ଭୋଲେ ବାବା’ଙ୍କୁ ହାଥରସ୍‌ରେ ନାରାୟଣ ସାକାର ହରି ସ୍ବୟଂମ୍ଭୁ ଭୋଲେ ବାବା ବୋଲି କୁହାଯାଏ। ତାଙ୍କର ସତସଙ୍ଗ ପ୍ରତି ମଙ୍ଗଳବାର ହୋଇଥାଏ। ଲୋକେ ତାଙ୍କୁ ‘ଭୋଲେ ବାବା’ କହିଥାନ୍ତି। ଆସନ୍ତୁ ଜାଣିବା ସେ କିଏ?
ଗଣମାଧ୍ୟମ ରିପୋର୍ଟ ମୁତାବକ, ନାରାୟଣ ସାକାର ବିଶ୍ୱ ହରି ଭୋଲେ ବାବା ଉତ୍ତରପ୍ରଦେଶ ଏଟା ଜିଲା ବାହାଦୁର ନଗର ଗ୍ରାମର ବାସିନ୍ଦା। ସେ ନିଜର ପାଠପଢ଼ା ଶେଷ କରିବା ପରେ ପୋଲିସରେ ଚାକିରି କରିଥିଲେ। ହେଲେ ସେ ଭିଆର୍‌ଏସ୍‌ ନେଇ ଆଧ୍ୟାତ୍ମ ମାର୍ଗକୁ ଆସିଥିଲେ।
ଭିଆର୍‌ଏସ୍‌ ନେବା ପରେ ଭଗବାନଙ୍କ ସାକ୍ଷାତ ଦର୍ଶନ ମିଳିଥିଲା। ଏହାପରେ ସେ ତାଙ୍କ ଜୀବନକୁ ମାନବ କଲ୍ୟାଣରେ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଏବେ ସେ ନିଜର ଅନୁଗାମୀଙ୍କ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ସତସଙ୍ଗ କରିଥାନ୍ତି। ସେଠାକୁ ଯାଇ ଦାନ, ଦକ୍ଷିଣା, ଭେଟ ଆଦିକୁ ସେ ନିଜ ପାଖରେ ରଖନ୍ତି ନାହିଁ ବରଂ ଭକ୍ତମାନଙ୍କ ମଧ୍ୟରେ ଖର୍ଚ୍ଚ କରିଦେଉଥିବା ବାବା କୁହନ୍ତି। ଏବେ କିଛି ଆଇଏଏସ୍‌ ଏବଂ ଆଇପିଏସ୍‌ ତାଙ୍କର ଶିଷ୍ୟ ମଧ୍ୟ ଥିବା ସେ ଦାବି କରନ୍ତି।
ପ୍ରଥମେ ସେ ଗାଁର ଛୋଟିଆ କୁଟୀରରୁ ସତସଙ୍ଗ ଆରମ୍ଭ କରିଥିଲେ। ଧିରେ ଧିରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ବଢ଼ିଥିଲା। ଏବେ ହଜାର ହଜାର ସଂଖ୍ୟାରେ ଲୋକ ତାଙ୍କ କଥା ଶୁଣିବାକୁ ଆସିଥାନ୍ତି। ସେ ନିଜକୁ ଭଗବାନଙ୍କ ସେବକ ବୋଲି କହୁଥିଲେ ହେଁ ତାଙ୍କ ଭକ୍ତ ବାବାଙ୍କୁ ଭଗବାନଙ୍କ ଅବତାର ବୋଲି ମାନିଥାନ୍ତି।
ତାଙ୍କ ସତସଙ୍ଗକୁ ଯିଏ ବି ଯାଆନ୍ତି ତାଙ୍କୁ ପ୍ରସାଦ ଭାବେ ପାଣି ପିଆଯାଏ। ଏହି ପାଣି ପିଇଲେ ସମସ୍ତ ସମସ୍ୟା ଶେଷ ହୁଏ ବୋଲି ଧାରଣା ରହିଛି। ଲୋକେ ତ ଏହାକୁ ନିଜ ସହ ଆଣିଥିବା ବୋତଲରେ ଭର୍ତ୍ତି କରି ଘରକୁ ନେଇଥାନ୍ତି।
ତେବେ ଧଳା ପୋଷାକ ପିନ୍ଧି ବାବା ପ୍ରବଚନ ଦେଇଥାନ୍ତି। ମଞ୍ଚ ଉପରେ ତାଙ୍କ ସହ ପତ୍ନୀ ମଧ୍ୟ ରହିଥାନ୍ତି, ତାଙ୍କୁ ଲକ୍ଷ୍ମୀ ବୋଲି କୁହାଯାଇଥାଏ। ତାଙ୍କ ଶରଣକୁ ଆସୁଥିବା ପ୍ରତିଟି ବ୍ୟକ୍ତିଙ୍କ କଲ୍ୟାଣ ହୁଏ ବୋଲି ସେ ଦାବି କରିଥାନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସହ ଗେମ ଖେଳିଲା ଶ୍ରୀଲଙ୍କା! ସରକାରଙ୍କ ଏହି ନିଷ୍ପତ୍ତି ବଢାଇଲା ଟେନସନ

କଲମ୍ବୋ/ନୂଆଦିଲ୍ଲୀ,୭।୭: ଆସନ୍ତା ବର୍ଷ ଠାରୁ ବିଦେଶୀ ଅନୁସନ୍ଧାନକାରୀ ଜାହାଜ ଆସିବା ଉପରେ ଥିବା ପ୍ରତିବନ୍ଧକକୁ ହଟାଇବାକୁ ଶ୍ରୀଲଙ୍କା ନିଷ୍ପତ୍ତି ନେଇଛି। ଜାପାନ ଗଣମାଧ୍ୟମରେ ଆସିଥିବା ଖବରରୁ...

ମିଳିଲାନି ଚାକିରି, ଆତ୍ମହତ୍ୟା କଲେ ଦମ୍ପତି

ନୂଆଦିଲ୍ଲୀ, ୭।୭: ଏମ୍‌ବିଏ ଭଳି ପ୍ରଫେଶନାଲ ଡିଗ୍ରୀ କରିବା ପରେ ମଧ୍ୟ ଆଜିକାଲି ଚାକିରି ମିଳୁନାହିଁ । ଫଳରେ ବେରୋଜଗାରୀ ବୃଦ୍ଧି ପାଉଛି ଏବଂ ବେରୋଜଗାର...

ହାଥରସ୍‌ ଦଳାଚକଟା ଘଟଣାରେ ବଡ଼ ବୟାନ ଦେଲେ ଭୋଲେ ବାବାଙ୍କ ଓକିଲ, କହିଲେ…

ହାଥରସ୍‌,୭ା୭: ହାଥରସ୍‌ ଦୁର୍ଘଟଣା ସମ୍ପର୍କରେ ନାରାୟଣ ହରି ଛଦ୍ମନାମ ବାବା ସୁରଜପାଲଙ୍କ ଓକିଲ ଏପି ସିଂ ଏକ ବଡ଼ ଦାବି କରିଛନ୍ତି। ହାଥରସ୍‌ ଦୁର୍ଘଟଣା ପଛରେ...

ବିଏସପି ଅଫିସରେ କବର ଦିଆଯିବନି ଆର୍ମଷ୍ଟ୍ରଙ୍ଗଙ୍କ ମୃତଦେହ, ହାଇକୋର୍ଟ ଖାରଜ କଲେ ଆବେଦନ

ଚେନ୍ନାଇ,୭।୭: ଦଳ କାର୍ଯ୍ୟାଳୟ ପରିସରରେ ତାମିଲନାଡୁ ବିଏସପି ରାଜ୍ୟ ସଭାପତି ଆର୍ମଷ୍ଟ୍ରଙ୍ଗଙ୍କ ମୃତଦେହକୁ ସମାଧି ଦେବା ପାଇଁ ମାଡ୍ରାସ ହାଇକୋର୍ଟ ଏକ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।...

ସେନା-ଆତଙ୍କବାଦୀ ମୁହାଁମୁହିଁ, ୬ ଆତଙ୍କୀ ନିହତ

ଶ୍ରୀନଗର, ୭।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଏବଂ ସୁରକ୍ଷାବଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଶନିବାର କୁଲଗାମ ଜିଲାରେ ହୋଇଥିବା ଏହି ଅପରେସନ୍‌ରେ ଦୁଇ...

ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଲେ ରାହୁଲ, କହିଲେ ଆମର…

ନୂଆଦିଲ୍ଲୀ,୭ା୭: କଂଗ୍ରେସ ଏମ୍‌ପି ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହାଥରସ୍‌ ଦୁର୍ଘଟଣା ସମ୍ପର୍କରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି...

୬ ମହଲା ବିଲ୍ଡିଂ ଭୁଶୁଡ଼ିବା ଘଟଣା, ଉଦ୍ଧାର ହେଲା ୭ ମୃତଦେହ

ସୁରତ, ୭।୭: ଗୁଜୁରାଟର ସୁରତ ଅଞ୍ଚଳରେ ଶନିବାର ଏକ ୬ ମହଲା ବିଲ୍ଡିଂ ଭୁଷୁଡ଼ିବା ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଅଧିକାରୀକ ସ୍ତରରେ...

କେୟାରଟେକର ସହିତ ବିୟର ପିଉଥିଲେ ମହିଳା ପ୍ରିନ୍ସିପାଲ, ଦେଖିଦେଲେ ଛାତ୍ର, ତାପରେ…

ନୂଆଦିଲ୍ଲୀ, ୭।୭: ତେଲେଙ୍ଗାନାର ସୂର୍ଯ୍ୟପେଟ୍‌ ଅଞ୍ଚଳର ଏକ କଲେଜ୍‌ରେ ଜଣେ ମହିଳା ପ୍ରିନ୍ସିପାଲ ହଷ୍ଟେଲ୍‌ ଭିତରେ ବିୟର ପିଉଥିବା ଖବର ସାମ୍ନାକୁ ଆସିଛି । ଡିଗ୍ରୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri