Posted inଖେଳ

ଅଲମ୍ପିକ୍ସ ଖେଳିବେ ବିଧାୟିକା; ବାପା-ମା’ ଥିଲେ ଏମପି

ନୂଆଦିଲ୍ଲୀ,୨୫।୭: ଚଳିତ ଅଲମ୍ପିକ୍ସ ଗେମ୍ସ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ୨୬ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ପ୍ୟାରିସ ଅଲମ୍ପିକ୍ସ ପାଇଁ ଭାରତର ୧୧୭ ଆଥଲେଟ ଅଂଶଗ୍ରହଣ କରୁଛନ୍ତି। ୨୦୨୦ ଟୋକିଓ ଅଲମ୍ପିକ୍ସରେ ଭାରତ ୭ ଟି ପଦକ ଜିତିଥିଲା। ଏବେ ଏହି ରେକର୍ଡକୁ ଭାଙ୍ଗି ଅଧିକ ପଦକ ଜିତିବା ଭାରତର ଲକ୍ଷ୍ୟ ରହିଛି।

ପ୍ୟାରିସ ଅଲମ୍ପିକ୍ସରେ ଶୁଟର ଶ୍ରେୟାଶୀ ସିଂହ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ସେ ସଟ୍‌ଗନ୍‌ ମହିଳା ଇଭେଣ୍ଟରେ ପ୍ରତିଯୋଗିତା କରିବେ। ବିହାରର ଜମୁଇ ବିଧାନସଭାରୁ ଭାଜପା ଟିକେଟରେ ବିଧାୟିକା ଅଛନ୍ତି। ଶ୍ରେୟସୀ ୨୦୨୦ ବିଧାନସଭା ନିର୍ବାଚନରେ ଆରଜେଡି’ର ବିଜୟ ପ୍ରକାଶଙ୍କୁ ପ୍ରାୟ ୪୧ ହଜାର ଭୋଟରେ ପରାସ୍ତ କରିଥିଲେ।

ଶ୍ରେୟାଶୀ ବିହାରର ବରିଷ୍ଠ ରାଜନେତା ଦିଗବିଜୟ ସିଂହଙ୍କ ଝିଅ, ଯିଏ ପୂର୍ବରୁ ଏମପି ଥିଲେ। ଶ୍ରେୟାସୀଙ୍କ ମା’ ପୁତୁଲ ସିଂହ ମଧ୍ୟ ପୂର୍ବରୁ ଏମପି ଥିଲେ। ତେବେ ୨୦୧୪ ମସିହାରେ ଶ୍ରେୟାସୀ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଜିତିଥିଲେ।

ପୁଣି ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶ୍ରେୟାସୀ ଜବରଦସ୍ତ ପ୍ରଦର୍ଶନ କରି ଦେଶ ପାଇଁ ସ୍ଵର୍ଣ ପଦକ ଜିତିଥିଲେ। ଖେଳ ପ୍ରତି ତାଙ୍କର ଯୋଗଦାନକୁ ଦୃଷ୍ଟିରେ ରଖି ୨୦୧୮ରେ ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସତରେ କ’ଣ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ? ସ୍ପଷ୍ଟ ଚିତ୍ର ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭।୧୦: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ଏଷବ ଏମିତି ପ୍ରଶ୍ନ ଉଙ୍କି ମାରିଛି। ବର୍ତ୍ତମାନ...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ...

ଭାରତ ନାଁରେ ୫ ଅଲୋଡା ରେକର୍ଡ: ଜାଣନ୍ତୁ ଏ ବିଷୟରେ…

ବେଙ୍ଗାଲୁରୁ,୧୭।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ଯାଇଥିଲା । ଏହା ପରେ ଦ୍ୱିତୀୟ...

ଆଇପିଏଲ୍‌ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନବକଳେବର: ହଟିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୧୭।୧୦: ପ୍ରତ୍ୟେକ ଦଳ ଆଇପିଏଲ୍‌ ୨୦୨୫ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ସିଜିନ୍‌ ପାଇଁ ଆଇପିଏଲ ଦଳରେ ଅନେକ ପରିବର୍ତ୍ତନ କରାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ...

ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ ଘରେ ମାଟି କାମୁଡିଲା ଟିମ୍‌ ଇଣ୍ଡିଆ: ଏମିତି ରେକର୍ଡ କଲା

ବେଙ୍ଗାଲୁରୁ,୧୭।୧୦: ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ମାତ୍ର ୪୬ ରନରେ ଅଲଆଉଟ ହୋଇଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଘରୋଇ ମାଟିରେ...

ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୧୭।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଏମ୍‌ ଏସ୍‌ ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଟସ୍‌ ଜିତିବା ପରେ ରୋହିତ ଏକାଦଶ ଘୋଷଣା କରିବା ମାତ୍ରେ...

୫୫ ବର୍ଷ ପରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଟିମ୍‌ଇଣ୍ଡିଆ

ବେଙ୍ଗାଲୁରୁ,୧୭।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନ ବର୍ଷା ଯୋଗୁ ଟସ...

ବେଙ୍ଗାଲୁରୁ ଟେଷ୍ଟରେ ଭାରତ ୪୬ ରନରେ ଅଲଆଉଟ୍: ଖାତା ଖୋଲିପାରିଲେନି ୫ ବ୍ୟାଟର

ନୂଆଦିଲ୍ଲୀ,୧୭ା୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନରେ ଖେଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri