Posted inଖେଳ

କିଏ ସେହି ଆଇଏଏସ୍‌ ଅଧିକାରୀ, ଯିଏ ୨୦୨୪ ପାରାଲିମ୍ପିକ୍ସରେ ଦେଶ ପାଇଁ ଆଣିଲେ ରୌପ୍ୟ ପଦକ, ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୩।୯: ନୋଏଡାର ପୂର୍ବତନ ଡିଏମ ସୁହାସ ଏଲଓ୍ବାଇ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସରକାରୀ ବିଭାଗ ପରି ସେ କ୍ରୀଡା କ୍ଷେତ୍ରରେ ମଧ୍ୟ ନିଜର ପ୍ରାଧାନ୍ୟ ପ୍ରତିଷ୍ଠା କରିବାରେ ସଫଳ ହୋଇଛନ୍ତି। ଉତ୍ତରପ୍ରଦେଶ କ୍ୟାଡରର ୨୦୦୭ ବ୍ୟାଚର ଅଧିକାରୀ ସୁହାସ ଏଲଓ୍ବାଇ ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ରେ ଟୋକିଓର ପ୍ରଦର୍ଶନକୁ ପୁନରାବୃତ୍ତି କରିଛନ୍ତି। ସେ ପୁରୁଷ ଏକକ ଏସ୍‌ଏଲ୪ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି । ପାରାଲିମ୍ପିକ୍ସରେ ଲଗାତାର ଦୁଇଟି ପଦକ ଜିତିବାରେ ଭାରତର ପ୍ରଥମ ବ୍ୟାଡମିଣ୍ଟନ ଖେଳାଳି ହୋଇପାରିଛନ୍ତି ଆଇଏଏସ ସୁହାସ ଏଲଓ୍ବାଇ।

ପାରାଲିମ୍ପିକ ପଦକ ଏବଂ ଅର୍ଜୁନ ପୁରସ୍କାର ହାସଲ କରିଥିବା ସୁହାସ ଏଲଓ୍ବାଇ ହେଉଛନ୍ତି ଭାରତର ଏକମାତ୍ର ଆଇଏଏସ ଅଧିକାରୀ। ଯେତେବେଳେ ସୁହାସ ଆଜମଗଡର ଜିଲା ମାଜିଷ୍ଟ୍ରେଟ ଭାବରେ କାର୍ଯ୍ୟ କରୁଥିଲେ, ସେତେବେଳେ ସେ ୨୦୧୬ ଏସିଆନ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପ ଫାଇନାଲରେ ଇଣ୍ଡୋନେସିଆର ହ୍ୟାରି ସୁସାନ୍ତୋଙ୍କୁ ପରାସ୍ତ କରି
ସ୍ବର୍ଣ୍ଣ ପଦକ ଜିତିଥିଲେ। କିନ୍ତୁ ସୁହାସଙ୍କ ପାଇଁ ଏହି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ସହଜ ନ ଥିଲା। ଆସନ୍ତୁ ଜାଣିବା ସୁହାସଙ୍କ ସଂଘର୍ଷର କାହାଣୀ…

ଆଇଏଏସ୍‌ ସୁହାସ କର୍ନାଟକର ଶିମୋଗାରେ ଜନ୍ମଗ୍ରହଣ କରିଥିଲେ। ପିଲାବେଳୁ ତାଙ୍କ ଗୋଡରେ ସମସ୍ୟା ଥିଲା। ପିଲାଦିନରୁ ସୁହାସ ଅଧ୍ୟୟନରେ ବହୁତ ସ୍ମାର୍ଟ ଥିଲେ। ସେ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ସୁରଥକାଲ (ଏନଆଇଟି ସୁରଥକାଲ)ରୁ କମ୍ପ୍ୟୁଟର ସାଇନ୍ସରେ ବି.ଟେକ କରିଛନ୍ତି। ସୁହାସ୨୦୨୩ରୁ ଯୁବ କଲ୍ୟାଣ ଏବଂ ପ୍ରାନ୍ତିୟ ରାକ୍ଷକ ଦଳ ବିଭାଗର ସଚିବ ତଥା ମହାନିର୍ଦ୍ଦେଶକ ଅଟନ୍ତି। ସେ ଜଣେ ସେଲିବ୍ରିଟିଙ୍କଠାରୁ କମ ନୁହଁନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ସମୟରେ ଆଇଏଏସ ସୁହାସ ତାଙ୍କ ପିଲାଦିନର କାହାଣୀ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଯେ ତାଙ୍କ ପିଲାଦିନରୁ ସେ ଦୂରଦର୍ଶନରେ ‘ହମ ହୋଙ୍ଗେ କାମିୟାବ’ ଦେଖୁଥିଲେ ଏବଂ ଏହା ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିଛି । ଯେତେବେଳେ ସେ ଗାଁରେ ପ୍ରାଥମିକ ଶିକ୍ଷା ଆରମ୍ଭ କରୁଥିଲେ, ସ୍କୁଲ ତାଙ୍କୁ ତିନିଥର ଆଡମିଶନ କରିବାକୁ ମନା କରିଦେଇଥିଲା।

ପାରାଲିମ୍ପିକ୍ସ ୨୦୨୪ର ପହଞ୍ଚିବା ପାଇଁ ସେ ବହୁତ କଠିନ ପରିଶ୍ରମ କରିଛନ୍ତି । ଏହା ସହିତ ତାଙ୍କୁ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅନେକ ବଳିଦାନ ଦେବାକୁ ପଡିଛି। ସେ ତାଙ୍କ ବ୍ୟକ୍ତିଗତ ଜୀବନର ଏକ ବଡ଼ ଅଂଶକୁ କ୍ରୀଡା ପାଇଁ ଉତ୍ସର୍ଗ କରିଛନ୍ତି । ସେ ଜଣେ ଉଜ୍ଜ୍ୱଳ ବ୍ୟାଡମିଣ୍ଟନ ଖେଳାଳି ଏବଂ ପ୍ରତ୍ୟେକ ମ୍ୟାଚରେ ଏହା ପ୍ରମାଣ କରନ୍ତି । ବି.ଟେକ ପରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ସୁହାସ ପ୍ରସ୍ତୁତି ଆରମ୍ଭ କରିଥିଲେ। ୨୦୦୭ UPSC ସିଭିଲ ସର୍ଭିସ ପରୀକ୍ଷାରେ ସୁହାସ ୩୮୨ ର଼୍ୟାଙ୍କ୍‌ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୩ ଫେବୃଆରୀରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ!, ମାର୍ଚ୍ଚରେ ଫାଇନାଲ

ନୂଆଦିଲ୍ଲୀ,୨୨।୧୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ବିଷୟରେ ବର୍ତ୍ତମାନ ବିଶ୍ୱ କ୍ରିକେଟ ରେ ଏକ ଆଲୋଚନା ହେଉଛି । ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଦୁଇ...

ଅଶ୍ୱିନଙ୍କ ସନ୍ନ୍ୟାସକୁ ନେଇ ଆସିଲା ପତ୍ନୀଙ୍କ ପ୍ରଥମ ପ୍ରତିକ୍ରିୟା, ଲେଖିଲେ ପ୍ରେମ ଚିଠି…

ନୂଆଦିଲ୍ଲୀ,୨୧।୧୨: ନିକଟରେ ଟିମ ଇଣ୍ଡିଆର ମହାନ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଅଶ୍ୱିନଙ୍କ ହଠାତ ଅବସର ନିଷ୍ପତ୍ତି ଅନେକଙ୍କୁ ଚକିତ...

ପୁଣି ବିବାଦରେ ବିରାଟଙ୍କ ଲୋକପ୍ରିୟ ରେଷ୍ଟୁରାଣ୍ଟ ‘ଓ୍ବାନ୍‌ 8 କମ୍ୟୁନ୍‌’, ବଡ଼ ଅବହେଳା ଯୋଗୁ ମିଳିଲା ନୋଟିସ୍‌

ବେଙ୍ଗାଲୁରୁ,୨୧।୧୨: ଅଷ୍ଟ୍ରେଲିଆ ଖବରଦାତାଙ୍କ ସହ କଥା କଟାକଟିକୁ ନେଇ ଚର୍ଚ୍ଚାରେ ଥିବା ଭାରତୀୟ କ୍ରିକେଟର ବିରାଟ କୋହଲି ବିବାଦ ଘେରକୁ ଆସିଛନ୍ତି। ବେଙ୍ଗାଲୁରୁରେ ଥିବା ତାଙ୍କର...

ସାର୍ ଜାଡେଜାମଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ ବିବାଦ…ରାଗରେ ନିଆଁବାଣ ଆଷ୍ଟ୍ରେଲିଆ ସାମ୍ବାଦିକ

ନୂଆଦିଲ୍ଲୀ,୨୧।୧୨: ଭାରତୀୟ କ୍ରିକେଟ୍ ଟିମ୍ ଏବେ ଅଷ୍ଟ୍ରେଲିଆ ଗସ୍ତରେ ରହିଛି। ଏଠାରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଟେଷ୍ଟ...

ପୂର୍ବତନ କ୍ରିକେଟର୍‌ ରବିନ ଉଥପ୍ପାଙ୍କ ନାଁରେ ଗିରଫ ପରୱାନା, EPFO ଟଙ୍କା ହେରଫେର କରିଥିବା ଅଭିଯୋଗ

ନୂଆଦିଲ୍ଲୀ, ୨୧।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ରବିନ ଉଥପ୍ପାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ଉଥପ୍ପାଙ୍କ ଉପରେ EPFO ଟଙ୍କା ଘୋଟାଲା...

ହୋଇଗଲା ଫାଇନାଲ! କୋହଲି ନୁହେଁ ଏହି ହେବେ ଆରସିବିର ଅଧିନାୟକ, ନାଁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୨୧।୧୨: ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ୍‌ ଆଇପିଏଲ ୨୦୨୫ ର ୧୮ ତମ ସିଜନ୍‌ ପାଇଁ ବିଗୁଲ ବାଜିଛି। ସମସ୍ତ ଦଳ ଆଗାମୀ ସିଜନ...

ଜୟ ଶାହାଙ୍କ ଉତ୍ତରାଧିକାରୀ କିଏ? ସାମ୍ନାକୁ ଆସିଲା ନାଁ!

ନୂଆଦିଲ୍ଲୀ,୨୧।୧୨: ୨୦୨୪ ଡିସେମ୍ବର ୧ରେ ଜୟ ଶାହା ନୂତନ ଆଇସିସି ଚେୟାରମ୍ୟାନ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ, ସେବେଠାରୁ ବିସିସିଆଇ ସଚିବ ପଦ ଖାଲି ପଡିଛି।...

ଅନ୍ତିମ ୨ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳରେ ୧୮ ବର୍ଷୀୟ ବ୍ୟାଟର କୋନଷ୍ଟାସ

ମେଲବୋର୍ନ,୨୦ା୧୨(ପି.ଟି.): ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଦୁଇ ଟେଷ୍ଟ ମ୍ୟାଚ୍‌ ପାଇଁ ଟିନ୍‌ ଏଜ୍‌ ସେନସେସନ ସାମ କୋନଷ୍ଟାସଙ୍କୁ ଅଷ୍ଟ୍ରେଲିଆ ଦଳକୁ ଡାକରା ମିଳିଛି। ଓପନର ନାଥାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri