Categories: ଜାତୀୟ

ଅଭିଯୁକ୍ତ କିଏ, ସେ ଗିରଫ ହୋଇଛନ୍ତି କି: ଯୋଗୀ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ …

ନୂଆଦିଲ୍ଲୀ,୭।୧୦: ଉତ୍ତରପ୍ରଦେଶ ଲକ୍ଷ୍ମୀପୁୁର ହିଂସା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ କଡ଼ା ପ୍ରଶ୍ନ ପଚରା ଯାଇଛି। ଏହି କାଣ୍ଡର ଅଭିଯୁକ୍ତ କିଏ? ତାଙ୍କୁ ଗିରଫ କରାଯାଇଛି କି ବୋଲି ପ୍ରଧାନ ବିଚାରପତି ଏନ.ଭି. ରମନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ପକ୍ଷରୁ ପ୍ରଶ୍ନ କରାଯାଇଛି। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା କେତେ ଜଣଙ୍କୁ ଗିରଫ କରାଯାଇଛି, କେତେ ଏଫ୍‌ଆଇଆର୍‌ ରୁଜୁ ହୋଇଛି, ଅଭିଯୁକ୍ତଙ୍କୁ ଯଦି ଗିରଫ କରାଯାଇଛି ତେବେ କିଭଳି ଗିରଫ ହୋଇଛି, ମୃତକଙ୍କ ରିପୋର୍ଟ, ତଦନ୍ତକାରୀ ଆୟୋଗ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଶୀର୍ଷ କୋର୍ଟ ରାଜ୍ୟ ସରକାରଙ୍କଠାରୁ ଲୋଡ଼ିଛନ୍ତି।

ଏଥିପାଇଁ ରାଜ୍ୟ ସରକାରଙ୍କୁ ଗୋଟିଏ ଦିନ ସମୟ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କୁ ଶୁକ୍ରବାର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।

କୋର୍ଟରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଆଇନଜୀବୀ ଗରିମା ପ୍ରସାଦ ଖଣ୍ଡପୀଠଙ୍କୁ ଅବଗତ କରାଇଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଏଫ୍‌ଆଇଆର୍‌ ରୁଜୁ ହୋଇ ସାରିଛି। ଏହା ସହିତ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ତଦନ୍ତକାରୀ ଆୟୋଗ ମଧ୍ୟ ଗଠନ କରାଯାଇଛି।

ପ୍ରଧାନ ବିଚାରପତି ହାଇକୋର୍ଟରେ ଏନେଇ କେତେ ମାମଲା ଦାଖଲ ହୋଇଛି ତାହାର ଷ୍ଟାର୍ଟସ୍‌ ରିପୋର୍ଟ ଶୀଘ୍ର ଉପସ୍ଥାପନ କରିବାକୁ କହିଛନ୍ତି।

Share