ଭୁବନେଶ୍ୱର ଲୋକ ସଭା ଆସନ କାହାର

ଭୁବନେଶ୍ବର,୧୬।୧୨: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ
ଭୁବନେଶ୍ୱର ଲୋକ ସଭା ଆସନ ଉପରେ ସମସ୍ତଙ୍କ ନଜର ରହିଛି। ଏହି ଆସନ ପାଇଁ ଘମାଘୋଟ ଲଢ଼େଇ ହେବ । ବିଜେଡିରୁ ଶ୍ରୀମୟୀ ମିଶ୍ର ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିବେ । ଶ୍ରୀମୟୀଙ୍କୁ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଏମ୍‌ପି ପ୍ରାର୍ଥୀ ଭାବେ ବାଛିଥିବା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ସେ କହିଛନ୍ତି, ଶ୍ରୀମୟୀଙ୍କୁ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି ।
ଅନ୍ୟପକ୍ଷେ ଭାଜପାର ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ଅପରାଜିତା ଷଡଙ୍ଗୀ ମଙ୍ଗ ଧରିବେ ବୋଲି ଚର୍ଚ୍ଚା ହେଉଛି। ତେବେ ଭୁବନେଶ୍ୱର ଲୋକ ସଭା ଆସନ କିଏ ହାତଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ।

Share