Posted inଜାତୀୟ

କିଏ ସେହି ଭାଜପା ଏମ୍‌ପି,ଯିଏ ଲୋକ ସଭାକୁ ଯିବାକୁ ସାଗରଙ୍କୁ ଦେଇଥିଲେ ପାସ୍‌

ନୂଆଦିଲ୍ଲୀ,୧୪।୧୨:ଲୋକ ସଭାରେ ଦର୍ଶକ ଗ୍ୟାଲେରୀରୁ ଡେଇଁଥିବା ସାଗର ଶର୍ମା ଏବଂ ମନୋରଂଜନ ଡିଙ୍କୁ ଗିରଫ କରାଯାଇଛି। ସଂସଦର ସୁରକ୍ଷା କ୍ଷେତ୍ରରେ ଏହି ପ୍ରମୁଖ ତ୍ରୁଟି ସମସ୍ତଙ୍କୁ ଚକିତ କରିଛି। ଏହି ଦୁଇ ଅଭିଯୁକ୍ତଙ୍କୁ ମହୀଶୁର ଭାଜପା ଏମ୍‌ପି ପ୍ରତାପ ସିହ୍ନାଙ୍କଠାରୁ ପାସ ମିଳିଥିଲା। ଯେତେବେଳେ ଜଣେ ଏମ୍‌ପିଙ୍କ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କୁ ପାସ ଦିଆଯାଏ, ସେତେବେଳେ ସେମାନଙ୍କୁ ଏକ ଆଫିଡେଭିଟ ଦେବାକୁ ପଡିବ ଯେ ସେମାନେ ବ୍ୟକ୍ତିଗତ ଭାବରେ ତାଙ୍କୁ ଜାଣିଛନ୍ତି।
ସଂସଦରେ ଅନୁପ୍ରବେଶ କରିଥିବା ଅଭିଯୁକ୍ତଙ୍କ ନିକଟରୁ ଜବତ ହୋଇଥିବା ପାସ୍‌ରେ ଭାଜପା ଏମ୍‌ପି ପ୍ରତାପଙ୍କ ନାମ ଲେଖାଯାଇଛି। ଏହି କାରଣରୁ ଭାଜପା ଏମ୍‌ପିମାନେ ସମସ୍ତଙ୍କ ଟାର୍ଗେଟରେ ଅଛନ୍ତି। ତେବେ ଅଦ୍ୟାବଧି ଏହି ଘଟଣାରେ ପ୍ରତାପଙ୍କଠାରୁ କୌଣସି ବିବୃତ୍ତି ଆସିନାହିଁ। କିନ୍ତୁ ସେ କେବଳ ଏତିକି ବାଚସ୍ପତିଙ୍କୁ କହିଛନ୍ତି ଯେ, ମୁଁ ପ୍ରବେଶ କରିଥିବା ଯୁବକଙ୍କ ବିଷୟରେ ଅଧିକ କିଛି ଜାଣିନାହିଁ।
୪୭ ବର୍ଷୀୟ ପ୍ରତାପ ମହୀଶୁର-କୋଡାଗୁ ଆସନରୁ ଲୋକ ସଭା ଏମ୍‌ପି । ସେ ମହୀଶୁରର ଜଣେ ଲୋକପ୍ରିୟ ଭାଜପା ନେତା। ୨୦୧୪ ଏବଂ ୨୦୧୯ରେ ଦଳ ଟିକେଟରେ ନିର୍ବାଚନ ଜିତିଛନ୍ତି। ପ୍ରତାପ ସିଧା ପ୍ରଥମେ କନ୍ନଡା ପ୍ରଭାରେ ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ, ପରେ ସେ ରାଜନୀତିରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ କର୍ନାଟକ ଭାଜପାର ୟୁଥ ୱିଙ୍ଗର ସଭାପତି ମଧ୍ୟ ରହିଛନ୍ତି। ସେ ୨୦୧୪ରେ ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୨୦୧୫ରେ ପ୍ରତାପଙ୍କୁ ପ୍ରେସ କାଉନସିଲ ଅଫ ଇଣ୍ଡିଆର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଥିଲା।
ପ୍ରତାପ ହିନ୍ଦୁତ୍ୱର ଜଣେ ସମର୍ଥକ ଭାବରେ ମାନ୍ୟତା ପାଇଲେ। ସେ କର୍ନାଟକରେ ଟିପୁ ସୁଲତାନଙ୍କ ଜନ୍ମଦିନ ପାଳନ କରିବାକୁ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ ଆଇନ: ଆସିଲା ଭାରତୀୟ ନ୍ୟାୟଦେବୀଙ୍କର ନୂଆ ରୂପ

ନୂଆଦିଲ୍ଲୀ,୧୬ା୧୦: ଆଉ ‘ଅନ୍ଧ’ ହୋଇ ରହିବନି ଭାରତୀୟ ଆଇନ। ନ୍ୟାୟଦେବୀଙ୍କ ଆଖିରୁ ହଟିଲା କଳାପଟି, ହାତରେ ଖଣ୍ଡା ବଦଳରେ ଧରିଲେ ସମ୍ବିଧାନ। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଭିଆଇପିଙ୍କ ସୁରକ୍ଷାରୁ ହଟିବେ NSG କମାଣ୍ଡୋ

ନୂଆଦିଲ୍ଲୀ,୧୬।୧୦: ଦେଶର ଭିଆଇପି ବ୍ୟକ୍ତିତ୍ୱଙ୍କ ସୁରକ୍ଷା ପାଇଁ ନିୟୋଜିତ NSG କମାଣ୍ଡୋଙ୍କ ସମ୍ପର୍କରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ...

୪୮ ଘଣ୍ଟାରେ ୧୨ ବିମାନକୁ ଆସିଲାଣି ବୋମା ଧମକ, କଲ୍‌ କରି…

ନୂଆଦିଲ୍ଲୀ,୧୬ା୧୦: ବିମାନରେ ବୋମା ଥିବା ନେଇ ମିଛ ଧମକ କଲ୍‌ ବାରମ୍ବାର ଆସୁଛି। ଆଜି ପୁଣି ୨ଟି ବିମାନକୁ ବୋମା ଥିବା କଲ୍‌ ପରେ ଛନକା...

ଦୀପାବଳି ପୂର୍ବରୁ କୃଷକଙ୍କୁ ସରକାରଙ୍କ ଭେଟି: ଗହମ ସମେତ ଏସବୁ ଫସଲ ଉପରେ ଏମଏସପି ବଢାଇଲେ

ନୂଆଦିଲ୍ଲୀ,୧୬ା୧୦: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଅନେକ ନିଷ୍ପତ୍ତିରେ ମୋହର ମାରିଛନ୍ତି ସରକାର। ଗୋଟିଏ ପଟେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ...

ଦିଲ୍ଲୀ ଭଳି ଜମ୍ମୁ କଶ୍ମୀରରେ ଉପୁଜିବ କି ମତଭେଦ? ସରକାରଙ୍କ ସହ ତାଳମେଳକୁ ନେଇ ଏମିତି କହିଲେ ଏଲ୍‌ଜି ମନୋଜ ସିହ୍ନା

ଶ୍ରୀନଗର,୧୬।୧୦: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଉମର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏମିତିରେ ରାଜ୍ୟରେ କ’ଣ ଦିଲ୍ଲୀ ଭଳି...

କିଏ ସେ ସୁରିନ୍ଦର ଚୌଧୁରୀ? ଯାହାକୁ ଉପମୁଖ୍ୟମନ୍ତ୍ରୀ କଲା ଉମର ସରକାର.. ଭାଜପାର ତୁଙ୍ଗ ନେତାଙ୍କୁ କରିଥିଲେ ପରାଜିତ

ଶ୍ରୀନଗର,୧୬।୧୦: ଜମ୍ମୁ-କଶ୍ମୀରରେ ନୂଆ ସରକାର ଗଠନ ହୋଇଛି। ବୁଧବାର ନ୍ୟାଶନାଲ କନ୍‌ଫରେନ୍ସର ନେତା ଉମର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହିଭଳି ନୌସେରାରୁ ବିଧାୟକ...

ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଲେ କେନ୍ଦ୍ର ସରକାର, ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୬।୧୦: ଆଜି କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଦେଶର ପ୍ରାୟ ଏକ କୋଟି ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି କରାଯାଇଛି...

ହୋଇଗଲା ନିଷ୍ପତ୍ତି: ନାୟବ ସିଂ ସାଇନି ହେବେ ହରିୟାଣାର ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୬।୧୦: ଭାଜପା ହରିୟାଣାରେ ବିଧାୟକ ଦଳର ନେତା ଚୟନ କରିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ନାୟବ ସିଂ ସାଇନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri