ନୂଆଦିଲ୍ଲୀ,୨୧ା୯: ଜଣେ ବ୍ୟକ୍ତି ଯେତେ ଗରିବ ହୁଅନ୍ତୁ ନା କାହିଁକି, ଯଦି ତାଙ୍କର ଇଚ୍ଛା ଥାଏ, ତେବେ ସେ ନିଜ ରାସ୍ତା ନିଜେ ଖୋଜି ପାଇଥାନ୍ତି। ଅର୍ଥାତ୍ ଇଚ୍ଛା ଥିଲେ ଜଣେ ସଫଳତାର ଶୀର୍ଷରେ ପହଞ୍ଚି ପାରନ୍ତି। ଏହି କଥାକୁ ସତ୍ୟରେ ପରିଣତ କରିଛନ୍ତି ଜଣେ ବ୍ୟକ୍ତି। ଯାହାଙ୍କ ପିଲାଦିନ ଗରିବରେ କଟିଥିବା ବେଳେ ପରେ ପାଠପଢ଼ି ଏକ କିରାଣି ଚାକିରି କରିଥିଲେ। ଏହା ପରେ ସେ ଆଇନ ପାଠ ଅଧ୍ୟୟନ କରି ସୁପ୍ରିମକୋର୍ଟର ବିଚାରପତି ମଧ୍ୟ ହୋଇଥିଲେ। ଏହିପରି ଜଣେ ବ୍ୟକ୍ତି ହେଉଛନ୍ତି ସରୋଶ ହୋମି କାପାଡିଆ।
ତାଙ୍କର ତୀକ୍ଷ୍ଣ ବୁଦ୍ଧି ଏବଂ ପରିଶ୍ରମ ଆଧାରରେ ସେ ସୁପ୍ରିମକୋର୍ଟର ୧୬ତମ ପ୍ରଧାନ ବିଚାରପତି ହୋଇଥିଲେ। ତାଙ୍କ ପିତା ସୁରଟର ଏକ ଅନାଥ ଆଶ୍ରମରେ ବଢ଼ିଥିଲେ। ଅଧ୍ୟୟନ କରିବା ପରେ ସେ ପ୍ରତିରକ୍ଷା ବିଭାଗରେ କିରାଣି ଭାବରେ କାମ କରିବା ଆରମ୍ଭ କରିଥିଲେ, ତାଙ୍କ ସ୍ତ୍ରୀ ଜଣେ ଗୃହିଣୀ ଥିଲେ। ପରିବାର ଚଳାଇବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। ଏହା ପରେ ୨୯ ସେପ୍ଟେମ୍ବର ୧୯୪୭ରେ ଯେତେବେଳେ ସରୋଶ ହୋମି କାପାଡିଆ ଜନ୍ମ ହୋଇଥିଲେ। ତାଙ୍କ କଷ୍ଟ ସମୟରେ ମଧ୍ୟ ସେ ନିଷ୍ପତ୍ତି ନେଇଥିଲେ ଯେ, ତାଙ୍କୁ ଆଇନ ବୃତ୍ତିରେ କ୍ୟାରିୟର କରିବାକୁ ପଡ଼ିବ। ସେ ଆରମ୍ଭରୁ ବିଚାରପତି ହେବାକୁ ଚାହୁଁଥିଲେ।
ତାଙ୍କର ପ୍ରତିଭାକୁ ଜଣେ ଓକିଲ ସ୍ବୀକୃତି ଦେଇଥିଲେ। ଯେତେବେଳେ କାପାଡିଆ ତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ କାମ କରିବା ଆରମ୍ଭ କଲେ, ସେତେବେଳେ ସେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅର୍ଥାତ୍ ବୀରାମଜୀ ଜିଜିଙ୍କ ଘରେ କାମ କରିବା ଆରମ୍ଭ କଲେ। ତାଙ୍କର କାମ ଥିଲା ବୀରାମଜୀ ଜିଜିଙ୍କ କେସ୍ ଫାଇଲ ଓକିଲମାନଙ୍କୁ ନେଇ ଦେବା। ସେ ତତ୍କାଳୀନ ମୁମ୍ବାଇର ଅନେକ ଜମିର ମାଲିକ ମଧ୍ୟ ଥିଲେ। ତାଙ୍କର ଅନେକ ମାମଲା ମଧ୍ୟ କୋର୍ଟରେ ମୋକଦ୍ଦମା ଦାୟର କରାଯାଉଥିଲା।
ଦି ଗ୍ରେଟ ଆଣ୍ଡ କମ୍ପାନୀ ନାମକ ଏକ ଆଇନ ସଂସ୍ଥା ଜିଜି ଭୋଇର ସମସ୍ତ ମାମଲା ପରିଚାଳନା କରିଥିଲା, ଯେଉଁଠାରେ ରତ୍ନାକର ଡି ସୋଲକେ ନାମକ ଜଣେ ଓକିଲ କାମ କରୁଥିଲେ। ଯିଏ କି ଜାଣିଥିଲେ ଯେ, ସରୋଶ ହୋମି ଆଇନ ପ୍ରତି ଆଗ୍ରହୀ ଥିଲେ। ସରୋଶଙ୍କୁ ଆଇନ ଅଧ୍ୟୟନ ପାଇଁ ଉତ୍ସାହିତ କରିଥିଲେ। ଏହା ପରେ ତାଙ୍କ ଚାକିରି ସହିତ, ଓକିଲାତି ଅଧ୍ୟୟନ ମଧ୍ୟ ଆରମ୍ଭ କରିଥିଲେ।
ତାଙ୍କର ଅଧ୍ୟୟନ ସମାପ୍ତ ହେଲା ଏବଂ ସେ ଆଇନ ଅଭ୍ୟାସ ପାଇଁ ନିଜକୁ ପଞ୍ଜୀକୃତ ମଧ୍ୟ କରିଥିଲେ। କାପାଡିଆ ସେହି ସମୟର ବରିଷ୍ଠ ଓକିଲ ସରୋଶ ଦାମନିଆଙ୍କ ଅଧୀନରେ କାମ କରିବା ଆରମ୍ଭ କରିଥିଲେ। ସେ ଜମି ଏବଂ ରାଜସ୍ବ ମାମଲା ସହିତ ଲଢ଼ିବା ଆରମ୍ଭ କଲେ, ଯେଉଁଥିରେ ତାଙ୍କର ବୁଝାମଣା ଆହୁରି ଉନ୍ନତ ହେଲା। ସେ ନିଜର ମାମଲା ପ୍ରସ୍ତୁତ କରି କୋର୍ଟରେ ଜୋରଦାର ଯୁକ୍ତି କରିବାକୁ ଅଣ୍ଟା ଭିଡ଼ିଲେ। ଏହା ପରେ ତାଙ୍କ ନାମ ବଡ଼ ଓକିଲମାନଙ୍କ ମଧ୍ୟରେ ଗଣନା କରାଗଲା।
୨୩ ମାର୍ଚ୍ଚ ୧୯୯୩ରେ କାପାଡ଼ିଆ ମୁମ୍ବାଇ ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ୧୦ ବର୍ଷ ଅର୍ଥାତ୍ ୫ ଅଗଷ୍ଟ ୨୦୦୩ରେ ସେ ଉତ୍ତରାଖଣ୍ଡ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ୧୮ ଡିସେମ୍ବର ୨୦୦୩ରେ ସେ ପଦୋନ୍ନତି ପାଇ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଏହା ପରେ ତାଙ୍କ ଜୀବନର ସବୁଠାରୁ ବଡ଼ ଦିନ ଆସେ ୧୨ ମେ’ ୨୦୧୦। ସେ ଭାରତର ପ୍ରଧାନ ବିଚାରପତି ହୋଇଥିଲେ ଏବଂ ୨୯ ସେପ୍ଟେମ୍ବର ୨୦୧୨ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ। କିନ୍ତୁ ୪ ଜାନୁଆରୀ ୨୦୧୬ରେ ମୁମ୍ବାଇରେ ତାଙ୍କର ନିଧନ ହୋଇଥିଲା।